ଅବଧିର ୫ ବର୍ଷ ପରେ ବି ସରୁନି ବିଜୁ ସେତୁ କାମ

ବ୍ରହ୍ମବରଦା,୨୦ା୫(ଯଯାତି କେଶରୀ ବେହେରା): ବ୍ରହ୍ମବରଦା-ଝାଲପଡ଼ା ବିଜୁ ସେତୁ କାମ ଅବଧିର ୫ ବର୍ଷ ପରେ ସରି ପାରୁନାହିଁ। ଫଳରେ ଲୋକେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନଦୀରେ ମୋଟ୍‌ ୮ ପିଲାର ହେବାକୁ ଥିବା ବେଳେ ଏଯାଏ ୭ ପିଲାର କାମ ସରିଛି। ଅନ୍ୟ ଗୋଟିଏ ପିଲର କାମ ବିଳମ୍ବ ହେଉଥିବା ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ ସଫେଇ ଦିଆଯାଇଛି। ବର୍ତ୍ତମାନ ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ କାମ କରାଯାଇପରନ୍ତା। କିନ୍ତା ତାହା କରାଯାଉ ନାହିଁ। ଫଳରେ ଏହି ସେତୁକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି।
ଗ୍ରାମ୍ୟ ଉନ୍ନୟନ ସଦର ଡିଭିଜନ ଏହି ସେତୁ ନିର୍ମାଣ କାର୍ଯ୍ୟ ତୁଲାଉଛି। ୧୦ କୋଟି ୪୨ଲକ୍ଷ ୩୯ ହଜାର୨୭୦ ଟଙ୍କା ବ୍ୟୟ ବରାଦରେ ୨୪ା୧୨ା୨୦୧୬ରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୫ା୦୫ା୨୦୧୯ରେ କାର୍ଯ୍ୟ ଶେଷ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାହା ହୋଇ ପାରିନାହିଁ।
ଅନ୍ୟପକ୍ଷରେ ପୋଲ ପାଇଁ ବ୍ରହ୍ମବରଦା ପଟରୁ ଜମି ହରାଇଥିବା ମାଲିକମାନେ ଏପର୍ଯ୍ୟନ୍ତ ଜମିର ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି। ଫଳରେ ସେମାନେ ବିଭିନ୍ନ ସମୟରେ ସେତୁ ନିର୍ମାଣ କାର୍ଯ୍ୟ ବନ୍ଦ କରାଉଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି। ବ୍ରହ୍ମବରଦା ଏକ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବାରୁ ଯାଜପୁର ବ୍ଲକ୍‌ର ଝାଲପଡ଼ା, ରୁଦ୍ରପୁର, ସୁଜନପୁର, ସାହାସପୁର ଏବଂ ବରୀ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତର ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବ୍ରହ୍ମବରଦା ଉପରେ ନିର୍ଭର କରିଥାନ୍ତି। ହେଲେ ପୋଲ ନ ଥିବାରୁ ଲୋକେ ଖରା ଦିନରେ ବାଉଁଶ ପୋଲ ଉପରେ ନିର୍ଭର କରୁଥିବାବେଳେ ବର୍ଷା ଦିନରେ ହୁଲି ଡଙ୍ଗାକୁ ଭରସା କରୁଛନ୍ତି। କେଉଁଦିନ ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ଓ ସୁରୁଖୁରୁରେ ଲୋକେ ଯାତାୟତ କରିବେ ତାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସେତୁକୁ ନେଇ ରାଜନୀତି ଜୋର ଧରିଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ସେତୁ କାର୍ଯ୍ୟ ଶେଷ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?