୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର) ନିର୍ଦ୍ଧାରିତ ସମୟରେ ଶେଷ ହୋଇ ପାରିନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ଠିକାସଂସ୍ଥା ଏସ୍‌ଏମ୍‌ କନ୍‌ସଲ୍‌ଟାଣ୍ଟସ୍‌ ପ୍ରାଇଭେଟ ଲିଃ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାବେଳେ ଓଲଟା ପୂର୍ବତଟ ରେଳବିଭାଗ ପକ୍ଷରୁ ଘଣ୍ଟ ଘୋଡ଼ାଯାଇଥିବା ଅଭିଯୋଗ ହୋଇଛି। ଏହାବାଦ୍‌ ଯାଜପୁର ରୋଡ ଷ୍ଟେଶନ ନିକଟରେ ଫ୍ଲାଇ ଓଭରର ବ୍ରିଜ୍‌ ଓ ଗଳି ପୋଲ ନିର୍ମାଣ ଏଯାଏ ଆରମ୍ଭ ହୋଇ ପାରିନାହିଁ। ଫଳରେ ଏହି ଦୀର୍ଘଦିନର ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ଶୀତଳଭଣ୍ଡାରରେ ରଖି ଅଞ୍ଚଳବାସୀଙ୍କ ଭାବାବେଗ ସହ ବିଭାଗୀୟ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ମତ ପ୍ରକାଶ ପାଇଛି।
ସୂଚନା ଅଧିକାର(ଆରଟିଆଇ) ଆଇନ, ୨୦୦୫ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ୯୬ କି.ମି. ବିଶିଷ୍ଟ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିପିଆର ପ୍ରସ୍ତୁତ ପାଇଁ ୨୭ା୧୦ା୨୦୨୩ରେ ଏସ୍‌ଏମ୍‌ କନ୍‌ସଲ୍‌ଟାଣ୍ଟସ୍‌କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟାଦେଶରେ ଜିଓ ଟେକ୍ନିକାଲ ଇନ୍‌ଭେଷ୍ଟିଗେଶନ, ସିଗ୍ନାଲିଂ ଓ୍ବାର୍କ, ଇଲେକ୍ଟ୍ରିକାଲ ଓ ଅପରେଟିଂ ଓ୍ବାର୍କ, ସିଭିଲ ଇଞ୍ଜିନିୟରିଂ ଇତ୍ୟାଦି ସର୍ଭେ କାର୍ଯ୍ୟ ରହିଥିଲା। ଏଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୨ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଚୂଡ଼ାନ୍ତ ଲୋକେଶନ ସର୍ଭେ, ଡିପିଆର ଆଦି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା। ହେଲେ ଆଜକୁ ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ରିପୋର୍ଟ ଦାଖଲ ହୋଇ ନ ଥିବା ଆରଟିଆଇ ତଥ୍ୟରେ ଜଣାପଡ଼ିଛି। ଏଭଳି ଅବହେଳାକୁ ନେଇ ସଂଗ୍ରାମ ସମିତି ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି। ଅନ୍ୟପକ୍ଷେ ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ମାଟି ପରୀକ୍ଷା, ଡିଜାଇନ, ଗ୍ରାଡିଏଣ୍ଟ, କର୍ଭ, ଫୋର୍ମେଶନ, ଓ୍ବାଟରଓ୍ବେ କାଲକୁଲେଶନ, ବ୍ରିଜେସ, ଷ୍ଟେଶନ ଇତ୍ୟାଦି ସର୍ଭେ କାର୍ଯ୍ୟ ଚାଲିଛି ବୋଲି ଉତ୍ତର ରଖାଯାଇଛି। ଏଥିପାଇଁ ବିଭିନ୍ନ ସମୟରେ ନିୟମିତ ଭାବେ ସମୀକ୍ଷା କରାଯାଉଛି। ଡିପିଆର ଦାଖଲ ପ୍ରାୟ ୩୦ା୩ା୨୦୨୪ ସୁଦ୍ଧା ସମ୍ପନ୍ନ ହେବ ବୋଲି ବିଭାଗ ପକ୍ଷରୁ ଆରଟିଆଇ ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନଠାରୁ ଛୋଟରାୟପୁର(ଜଙ୍କଶନ), ରାମପୁର-ଶଗଡ଼ି, ବାହାବଲପୁର, ଯାଜପୁର, ଜଳେଶ୍ୱରପୁର, ଶ୍ରୀପୁରା, ମଙ୍ଗଳପୁର, ଆରଡି, ଚାନ୍ଦବାଲି, ଭିତରକନିକା ଓ ଧାମରା ଷ୍ଟେଶନ ହେବ ବୋଲି ପ୍ରସ୍ତାବ ରହିଛି। ଏହି ରେଳପଥ ନିର୍ମାଣ ହେଲେ ପୂର୍ବତଟ ରେଳବାଇ ବର୍ଷକୁ ୩୧.୧୫ ପ୍ରତିଶତ ଅଧିକ ଲାଭବାନ ହେବ ବୋଲି ପୂର୍ବରୁ ଜଣାପଡିଛି। ଦୀର୍ଘ ବର୍ଷ ହେଲା ଏକାଧିକ ପ୍ରକଳ୍ପ ସର୍ଭେରେ ସୀମିତ ରହିଛି। ନିର୍ବାଚନ ସମୟ ଆସିଲେ ରେଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଉଥିବାବେଳେ ପରବର୍ତ୍ତୀ ସମୟରେ ପୁଣି ଧିମେଇ ଯାଉଥିବା ସାଧାରଣରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ଯାଜପୁର ରୋଡ ଷ୍ଟେଶନ ନିକଟରେ ହାଇଲେବୁଲ ବ୍ରିଜ୍‌ ଏବଂ ଗଳି ପୋଲ ନିର୍ମାଣ ପ୍ରକ୍ରିୟା ଆଗକୁ ବଢି ପାରୁନାହିଁ। ଫଳରେ ଯାଜପୁର ରୋଡ ରେଲଓ୍ବେ ଲାଇନର ଗୋଟିଏ ପାର୍ଶ୍ୱ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଯାଜପୁରରୋଡ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସମୟରେ ଦାବି ଓ ଆନ୍ଦୋଳନ ହେଉଥିଲେ ବି କିଛି ସଫଳତା ମିଳି ନ ଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri