୪ ବର୍ଷ ପରେ ବି ବହୁ ଚାଷୀ ଉପେକ୍ଷିତ

ନୟାଗଡ,୨୧।୯(ଲୋକନାଥ ମିଶ୍ର) କାଳିଆ ଯୋଜନା ହେବାର ଇତିମଧ୍ୟରେ ବିତି ଯାଇଛି ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ । ହେଲେ ସବୁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ଯୋଜନାରେ ସାମିଲ ହୋଇ ପାରି ନ ଥିବା ଅଭିଯୋଗ ହୋଇ ଆସୁଛି । ସରକାରୀସ୍ତରରେ ନୂଆ ଚାଷୀଙ୍କୁ ଅଭିଯୋଗ ମାଧ୍ୟମରେ ପୁଣି ଯୋଜନାରେ ସାମିଲ କରି କାଳିଆ ସହାୟତା ଯୋଗାଇ ଦିଆଯାଉଛି । ହେଲେ କୃଷି ବିଭାଗ ପକ୍ଷରୁ ସଚେତନତା ନ ଥିବାରୁ ନୟାଗଡ ଜିଲାରେ ଅନେକ ଚାଷୀ ଯୋଜନାରେ ସାମିଲ ହେବାକୁ ଆବେଦନ କରି ପାରୁ ନ ଥିବା ଅଭିଯୋଗ ହୋଇଛି ।
ଏଣୁ ଦଳେ ଚାଷୀ ସରକାରୀ ଅନୁଦାନ ପାଉଥିବାବେଳେ ଅନ୍ୟ କେତେଜଣ ଚାଷୀ ସରକାରୀ ସହାୟତା ନ ପାଇ ଦୁଃଖଦ ଜୀବନଯାପନ କରୁଛନ୍ତି । ନୂଆ ଚାଷୀ କାଳିଆ ଯୋଜନାରେ ସାମିଲ ହେବାକୁ ହେଲେ ଜମିପଟା, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ରାଶନ କାର୍ଡର କପି ସାମିଲ କରି ଦରଖାସ୍ତ କରିବାକୁ ପଡିବ। ଏହାର ଯାଞ୍ଚ ପରେ ଜିଲାସ୍ତରରେ ଅଭିଯୋଗକାରୀ ଚାଷୀ ଯୋଗ୍ୟ କି ଅଯୋଗ୍ୟ ଚୟନ କରାଯାଇ ଯୋଜନାରେ ସାମିଲ କରାଯିବ ।
ଅଯୋଗ୍ୟ ଥିଲେ ଯୋଜନାରୁ ବାଦ୍‌ ପଡିବ । ଏନେଇ କରଡା ରଘୁନାଥପୁର ଶାସନର ଚାଷୀ ଋଷିଆ ପ୍ରଧାନ କୁହନ୍ତି, ମୁଁ କାଳିଆ ଯୋଜନାରେ ସହାୟତା ପାଇଛି । ତେବେ ମୋତେ ଅଯୋଗ୍ୟ ଦର୍ଶାଇ ବାଦ୍‌ ପକାଯାଇଥିଲା । ମୋର ୧ମାଣ ପଦା ଜମି ଅଛି । ଯେଉଁଥିରେ ଫସଲ ହୁଏ ନାହିଁ । ମୁଁ ଭାଗଚାଷୀ ହୋଇଥିବାବେଳେ ମୋତେ ବାଦ୍‌ ପକାଇବା କେତେଦୂର ଠିକ୍‌ ବୋଲି କ୍ଷୋଭ ପ୍ରକାଶ କରିଥିଲେ ।
ମୋତେ ଅଯୋଗ୍ୟ କରାଯିବା ପରେ ପୁଣି ମୋତେ ଯୋଜନାରେ ସାମିଲ କରିବାକୁ ଆବେଦନ କରିଥିବା କହିଛନ୍ତି ।

୯୮୨ ଅଭିଯୋଗ ପଡି ରହିଛି
କାଳିଆ ଯୋଜନାରେ ସାମିଲ ହେବା ପାଇଁ ୨୩ ହଜାର ୭୩୨ ଚାଷୀ ଅଭିଯୋଗ କରିଥିଲେ । ଜିଲାସ୍ତରରେ ୨ ହଜାର ୭୫୦ ଚାଷୀଙ୍କ ଅଭିଯୋଗ ସମାଧାନ କରାଯାଇ ସେମାନଙ୍କୁ କାଳିଆ ଯୋଜନାରେ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ତେବେ ଜିଲାର ୯୮୨ ଚାଷୀଙ୍କ ଅଭିଯୋଗ ପଡି ରହିଛି । ୯୮୨ ଅଭିଯୋଗରୁ ୯୩ ଜଣ ଚାଷୀଙ୍କର ଜିଲାସ୍ତର ଅଭିଯୋଗରେ ପଡି ନାହିଁ । ଅବଶିଷ୍ଟ ୮୮୯ ଚାଷୀଙ୍କ କାଗଜପତ୍ର ଅସମ୍ପୂର୍ଣ୍ଣ ରହିଥିବାରୁ ସେମାନଙ୍କ ଫାଇଲ ଜିଲାସ୍ତରୀୟ ଅଭିଯୋଗ ଶୁଣାଣୀକୁ ଆସି ପାରୁ ନାହିଁ । ଯେଉଁମାନଙ୍କ କାଗଜପତ୍ର ଦାଖଲରେ ଭୁଲ ରହିଛି ସେମାନେ ସଂଶୋଧନ କରି ନେବାକୁ କୃଷି ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ଚାଷୀଙ୍କ ପାଖରେ କୃଷି ବିଭାଗର ନିର୍ଦ୍ଦେଶ, ପରାମର୍ଶ ଅପହଞ୍ଚ ହୋଇ ରହୁଥିବାରୁ ଚାଷୀ ଉପକୃତ ହୋଇ ପାରୁ ନାହାନ୍ତି ।

ଚାଷୀଙ୍କ ଆକାଉଣ୍ଟକୁ ଗଲା ସହାୟତା
ଜିଲାର ୧ଲକ୍ଷ ୩ ହଜାର ୨୮୦ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୨୩୨୬ ଭୂମିହୀନ ଏପରି ମୋଟ୍‌ ୧ଲକ୍ଷ ୫ହଜାର ୬୦୬ ଚାଷୀ ରବି ଋତୁରେ କାଳିଆ ସହାୟତା ପାଇଛନ୍ତି । ସମ୍ପକ୍ତ ଚାଷୀଙ୍କ ଆକାଉଣ୍ଟକୁ ରବି ଋତୁ ସହାୟତା କାଳିଆ ଯୋଜନାର ୨ ହଜାର ଟଙ୍କା ଲେଖାଏଁ ୨୧ କୋଟି ୧୨ ଲକ୍ଷ ୧୨ ହଜାର ଟଙ୍କା ଡିବିଟିରେ ପଠା ଯାଇଛି । ଆକାଉଣ୍ଟକୁ କାଳିଆ ସହାୟତା ଯାଇଥିବା ନୟାଗଡ଼ ଆଖପାଖ ଅଞ୍ଚଳର ୧୦ ଚାଷୀଙ୍କୁ ଉତ୍ତରୀୟ ଦେଇ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ସମ୍ମାନିତ କରିଛନ୍ତି । ଖରିଫ ଋତୁରେ ଜିଲାର ୧ ଲକ୍ଷ ୫୨୧ ଚାଷୀଙ୍କ ଆକାଉଣ୍ଟକୁ ୨୦ କୋଟି ୩୦ ଲକ୍ଷ ୪୨ ହଜାର ଟଙ୍କା ଯାଇଥିଲା । ଖରିଫ ଓ ରବି ଋତୁର ଚାଷୀ ସହାୟତାକୁ ଦେଖିଲେ ରବି ଋତୁରେ ୫ ହଜାର ୮୫ ଚାଷୀ ଅଧିକ ସହାୟତା ପାଇଛନ୍ତି ।

ତଥ୍ୟ ଦେଇ ନ ପାରି ଅପଦସ୍ଥ
କାଳିଆ ଟଙ୍କା ରାଜ୍ୟ ସରକାର ଡିବିଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ପଠାଇବା ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା ।
ଏଥିରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ ସାହୁ, ଉଦ୍ୟାନବିତ୍‌ ଲଳିତ କୁମାର ପଣ୍ଡା, ସହକାରୀ ମୁଖ୍ୟ କୃଷି ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, କାଳିଆ ଯୋଜନାର ସ୍କିମ୍‌ ଅଫିସର ତୀର୍ଥ ପଟ୍ଟନାୟକ ଯୋଗ ଦେଇଥିଲେ ।
ଜିଲାରେ ରବି ଋତୁ ସହାୟତା ୧ଲକ୍ଷ ୫ ହଜାର ୬୦୬ ଚାଷୀଙ୍କ ଆକାଉଣ୍ଟକୁ ୨୧ କୋଟି ୧୨ ଲକ୍ଷ ୧୨ ହଜାର ଟଙ୍କା ସରକାର ପଠାଇଲେ ବୋଲିି ସୂଚନା ଦିଆଯାଇଥିଲା । ତେବେ ଜିଲାରେ କାଳିଆ ଯୋଜନାରେ କେତେ ଚାଷୀ ସହାୟତା ପାଉଛନ୍ତି, ଏଥିରୁ କେତେ ଭୂମିହୀନ ଓ ନାମ ମାତ୍ର ଚାଷୀ, କେତେ ଚାଷୀ ଅଯୋଗ୍ୟ ଘୋଷଣା ହୋଇଛନ୍ତି ଏପରି କିଛି ତଥ୍ୟ ଖବରଦାତାଙ୍କୁ ଦେଇ ନପାରି କୃଷି ବିଭାଗ ହଟହଟା ହୋଇଥିଲା ।ତେବେ ଜିଲାପାଳ ଏହାକୁ ଚତୁରତାର ସହ ଏଡାଇ ନେଇ ଖବରଦାତାଙ୍କୁ ପଛରେ ତଥ୍ୟ ଦେବାର ବ୍ୟବସ୍ଥା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ, ୩ ବଗି…

ଝାରସୁଗୁଡ଼ା,୧୧।୧: ବର୍ତ୍ତିଗଲା ବଡ଼ ଟ୍ରେନ ଦୁର୍ଘଟଣା । ଝାରସୁଗୁଡ଼ା ଜିଲାରେ ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ବେଲପାହାଡ଼ ଫାଟକ ନିକଟରେ ମାଲବାହୀ...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୧୧ା୧: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ୫ ଜାନୁଆରୀ ୨୦୨୬ରେ ସାର୍‌ ଗଙ୍ଗାରାମ...

ଧାନ କିଣାବିକାରେ ଅବ୍ୟବସ୍ଥା: ଚାଷୀ ପ୍ରତିନିଧି ଅଟକ, ରାଜନେତାଙ୍କୁ ଘାରିଲାଣି ଭୟ

ବରଗଡ଼,୧୧ା୧(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଅବ୍ୟବସ୍ଥା ଅଭିଯୋଗରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଚାଷୀମାନେ କେବଳ ରାଜରାସ୍ତାକୁ ଓହ୍ଲାଉଛନ୍ତି, ତାହା ନୁହେଁ। ଶାସକ ଦଳର...

ତଦନ୍ତ ପାଇଁ ଯାଇଥିବା ବେଳେ ତଦନ୍ତ ଅଧିକାରୀଙ୍କ ସହ ଧସ୍ତାଧସ୍ତି, ଥାନାରେ…

ଗଜପତି,୧୧।୧(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ରାଣୀପେଣ୍ଠା ଗ୍ରାମ ନିକଟରେ ଗୋଟିଏ ଆବାସିକ ଘରେ କୌଣସି ଏକ ସଂଗଠନ ତରଫରୁ ଚାକିରି ଦେବା...

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିତି ସାନନଙ୍କ ଭଉଣୀ ନୂପୁର, ଲୋକପ୍ରିୟ ଗାୟକ ଷ୍ଟେବିନ ବେନ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନ ଏବଂ ଲୋକପ୍ରିୟ ଗାୟକ ଷ୍ଟେବିନ ବିନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶନିବାର...

ପୁନମଙ୍କ ସେଲ୍ଫି ନେବା ବେଳେ ଫ୍ୟାନ୍ସ କଲେ ଘୃଣ୍ୟ କାମ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୧ା୧: ବଲିଉଡ୍ ନାୟିକାମାନଙ୍କ ସହିତ ଫଟୋ ଉଠାଇବା ପାଇଁ ପ୍ରଶଂସକମାନେ ସର୍ବଦା ପାଗଳ ହୋଇଥାନ୍ତି । ନିକଟରେ ଜଣେ ପ୍ରଶଂସକ ଜଣେ ବୋଲ୍ଡ ବଲିଉଡ୍ ଅଭିନେତ୍ରୀଙ୍କ...

ଆମ ବସକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ, କହିଲେ ଯମ ବସ୍‌…

ଭୁବନେଶ୍ବର,୧୧ା୧:  ବାରମ୍ବାର ଆମ ବସ୍ ଦୁର୍ଘଟଣା ପରେ ମୁହଁ ଖୋଲି ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ଆମ ବସ୍‌କୁ...

ରାହାଗିରିରେ ପାରମ୍ପରିକ କଳା ସହ ଆଧୁନିକତାର ଝଲକ, ଝୁମିଲେ ଦର୍ଶକ

ଗଜପତି,୧୧ା୧(ଗିରିଧାରୀ ପରିଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲାସ୍ତରୀୟ ମହୋତ୍ସବ ଗଜପତି ଉତ୍ସବ-୨୦୨୫ ଉତ୍ସବ ପୂର୍ବରୁ ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ପ୍ରସାସନ ପକ୍ଷରୁ ରବିବାର ରାହାଗିରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri