୧୬ ବର୍ଷ ପରେ ବି ସରୁନି ଛାତ୍ରାବାସ କାର୍ଯ୍ୟ

ଚଣ୍ଡିଖୋଲ,୩୦ା୯(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ପୁନରୁଦ୍ଧାର କରି ୫-ଟିରେ ରୂପାନ୍ତରୀକରଣ କରୁଛନ୍ତି। ହେଲେ ଏହି କାର୍ଯ୍ୟରେ ବହୁ ଅନିୟମିତତା ହେଉଛି। ଅନେକ ସ୍ଥାନରେ କେବଳ ରଙ୍ଗ ବୋଳି ଓ ଶ୍ରେଣୀ ଗୃହ ଟାଇଲ୍‌ ବିଛାଇ ବାହାର ଚକ୍‌ଚକ କରାଯାଉଛି। ହେଲେ ଭିତର ଅବସ୍ଥା ବିପର୍ଯ୍ୟସ୍ତ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ଅରଖପୁର ପଞ୍ଚାୟତର ବାଇଶି ମୌଜା ଧନଞ୍ଜୟ ବିଦ୍ୟାପୀଠରେ। ୧୯୬୩ ମସିହାରେ ନିର୍ମିତ ଏହି ବିଦ୍ୟାଳୟରେ ୫୦୦ରୁ ଊଦ୍ଧର୍‌ବ ପିଲା ପଢୁଛନ୍ତି। ୨୦୦୬ରେ ଏଠାରେ ଦଳିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ୪୦ ଲକ୍ଷ ଟଙ୍କା ବ୍ୟୟରେ ଛାତ୍ରାବାସ ନିର୍ମାଣ ଆରମ୍ଭ ହୋଇଥିଲା। ତେବେ ଏହା ମଧ୍ୟରେ ବିଦ୍ୟାଳୟକୁ ୫-ଟିରେ ଅନ୍ତର୍ଭୂକ୍ତ କରାଯାଇ ଗତ ଜୁନ ୧୦ରେ ଉଦ୍‌ଘାଟନ କରାଯାଇଛି। ହେଲେ ୧୬ ବର୍ଷ ପରେ ବି ଛାତ୍ରାବାସ କାର୍ଯ୍ୟ ଅଧାପାନ୍ତରିଆ ହୋଇ ପଡ଼ିରହିଛି ବୋଲି ଯାଜପୁର ଜିଲା ବିଜେଡି ପ୍ରାକ୍ତନ ସମ୍ପାଦକ ତଥା ଯୁବନେତା ମନୋରଞ୍ଜନ ଜେନା ଅଭିଯୋଗ କରିଛନ୍ତି।
ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଠିକାଦାର ଏଠାରେ କେବଳ ରଙ୍ଗ ମାରି ଅର୍ଥ ହରିଲୁଟ କରିଛନ୍ତି। ଧନଞ୍ଜୟ ବିଦ୍ୟାପୀଠରେ ଦଳିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ନିର୍ମାଣ କରାଯାଇଥିବା ଛାତ୍ରାବାସ ୩ମହଲା ବିଶିଷ୍ଟ କରାଯାଇଛି। ଏଥିରେ ରଙ୍ଗ ଦିଆଯାଇ ଗ୍ରିଲ ଲଗାଯିବା ପରେ ଦିନକ ପାଇଁ ଖୋଲା ଯାଇନାହିଁ। ପାଣି କିମ୍ବା ପାଇଖାନା ବ୍ୟବସ୍ଥା କରାଯାଇ ନାହିଁ। ଏହି କୋଠାକୁ ବିଦ୍ୟୁତ୍‌ ଯୋଗାଣ ହୋଇନାହିଁ କିମ୍ବା ତଳ ଟାଇଲ୍‌ ବିଛା କାର୍ଯ୍ୟ ହୋଇନାହିଁ। ଠିକାଦାର ଜଣକ ରାଜନୈତିକ ବ୍ୟକ୍ତି ହୋଇଥିବା ହେତୁ କାର୍ଯ୍ୟ ନ ସାରି ବିଲ ପାଇଛନ୍ତି। ୫-ଟିରେ ରୂପାନ୍ତରିତ ପରେ ମଧ୍ୟ ବିଦ୍ୟାଳୟରେ ୮ ବଖରା ଟିଣଘର ଅଛି। ଯେଉଁଥିରୁ ବର୍ଷା ଦିନେ ପାଣି ଗଳୁଛି। ବିଦ୍ୟାଳୟ ଚଟାଣଗୁଡ଼ିକ ଫାଟି ଗଲାଣି, ଖଣ୍ଡଖଣ୍ଡ ହୋଇ ସିମେଣ୍ଟ ବାହାରି ଗଲାଣି। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଜେନା ଦାବି କରିଛନ୍ତି। ରୂପାନ୍ତରିତ ପ୍ରକ୍ରିୟାରେ ୭୦ ଲକ୍ଷ ଟଙ୍କା କିଭଳି ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଅଜିତ ନାରାୟଣ ଗିରି କହିଛନ୍ତି, ଛାତ୍ରାବାସ ସମ୍ପର୍କରେ ସେ ଅବଗତ ନାହାନ୍ତି। ଅବଗତ ହେଲେ ସୂଚନା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତିର ପ୍ରିୟଙ୍କା ପ୍ରଥମ ରନର୍ସଅପ

ପାରଳାଖେମୁଣ୍ତି, ୫।୧(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଯୁକ୍ତ ୨ ଛାତ୍ରୀ ପ୍ରିୟଙ୍କା ସାହୁ ଗ୍ଲିଟର ପାଜିଏଣ୍ଟ ଦ୍ବାରା ଆୟୋଜିତ ମିସ୍‌ ଇଣ୍ତିଆ...

ରାଇକିଆରେ ପତାକା ଉତ୍ତୋଳନ କଲେ ବିଡିଓ

ରାଇକିଆ,୨୬।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆଠାରେ ରବିବାର ୭୧ତମ ସାଧାରଣନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସରେ ରାଇକିଆ ଗୋଷ୍ଠୀ ଉନ୍ନୟନ...

ଗାଁଗଁଡ଼ାରେ ବଁଚିଛେ ଖେଜାବୁଜାର କୁଚନି ପସରା

ବିଜେପୁର, ୬।୩ (ଡି.ଏନ୍‌.ଏ.)- ସମିଆର ଛାଁଚେ ପଡି ସମାଜର ଚାଲିଚଲନ୍‌ ରିତି ରିକମା ବଦଲିଗଲାନ। ଯେନ୍‌ଥିର ଲାଗି ଚଲିତ ସମିଆରେ ସବୁକିଛି ଡିଜିଟାଲ ହେଇ ବସଲାନ।...

ଡିଏଚ୍‌ଏଚ୍‌ରେ ଠିକା ସଂସ୍ଥା ନିଯୁକ୍ତିରେ ବିଳମ୍ବ

ସମ୍ବଲପୁର,୧୯ା୯(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନିୟୋଜିତ ଠିକା ସଂସ୍ଥାଗୁଡିକ ଚୁକ୍ତି ଖିଲାପ କରି ଉନ୍ନତମାନର ସେବା ଯୋଗାଇ ଦେଉନାହାନ୍ତି। କେତେଜଣ ଅଧିକାରୀ ଓ କର୍ମଚାରୀଙ୍କୁ...

ଗଞ୍ଜେଇ ସହ ୨ଗାଡି ଜବତ: ୩ ଗିରଫ

ଆସିକା,୧୮ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଆସିକା ଥାନା କଲେଜ ଛକ ରାସ୍ତାରେ ସୋମବାର ଅପରାହ୍ନରେ ଗୋଟିଏ ବାଇକ୍‌ ଓ ଏକ ପିକଅପ୍‌ ଭ୍ୟାନ୍‌ରୁ ୨ ବସ୍ତା ଗଞ୍ଜେଇ...

୨୮୫୦ ଫଟୋ ପୋଷ୍ଟ ଲାଗି ରାଜେନ୍ଦ୍ରଙ୍କୁ ମୋବାଇଲ ଉପହାର

ସିମୁଳିଆ, ୨୭।୭(ଡି.ଏନ.ଏ.)- ଓଡ଼ିଶାର ଗ୍ରାମାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ ପରି ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଯୋଗୁ ରାଜେନ୍ଦ୍ର...

ହାଇଟେକ୍‌ ନର୍ସରିରେ ପ୍ରସ୍ତୁତ ହେଉଛି ଚାରା

କେନ୍ଦୁଝର,୨୮।୪(ସ୍ବ.ପ୍ର.): ଗତ କିଛି ବର୍ଷ ହେଲା କେନ୍ଦୁଝର ଜିଲାରେ ରାସ୍ତାଘାଟ ନିର୍ମାଣ ଓ ସଂପ୍ରସାରଣ ତଥା ଖଣିଖାଦାନ, କ୍ୱାରୀ ଆଦି ଯୋଗୁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଥିବାରୁ...

ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ଦମ୍ପତି :ବଛ୍‌ରେ ହେଲା ପରହର ଘରେ ମୁଡ଼ ଗୁଁଜିଛନ୍‌

  ଅତାବିରା, ୧୦।୧୨ (ଡି.ଏନ.ଏ.)- ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରକେ ଆବାସ ଯୋଜନାରେ ଘର ଯୁଗେଇ ଦେଉଛନ୍‌। ହେଲେ...

Advertisement
Archives

Model This Week