ବର୍ଷେ ପରେ ବି ଫିଟିନି ରହସ୍ୟ

ଉହାନ,୧୧ା୧: ଚାଇନାରେ ପ୍ରଥମ କରୋନା ମୃତ୍ୟୁର ବର୍ଷେ ପରେ ମଧ୍ୟ ଏହି ଘାତକ ଭୂତାଣୁ ବୈଜ୍ଞାନିକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଉହାନ ସହରକୁ କୋଭିଡ୍‌-୧୯ ଭାଇରସ୍‌ର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିଲେ ହେଁ ପ୍ରକୃତରେ ଏହା କେଉଁଠୁ ବାହାରିଛି ସେନେଇ ପ୍ରାମାଣିକ ତଥ୍ୟ ନ ମିଳିବା ଭୂତାଣୁକୁ ଆହୁରି ପ୍ରହେଳିକାମୟ କରିଛି।
୨୦୨୦ ଜାନୁୟାରୀ ୧୧ରେ ଚାଇନାରେ କୋଭିଡ୍‌-୧୯ ଜନିତ ପ୍ରଥମ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ଉହାନ ବଜାରକୁ ନିୟମିତ ଭାବେ ଯାଉଥିବା ଜଣେ ୬୧ ବର୍ଷୀୟ ବୃଦ୍ଧ ଘାତକ କରୋନାର ପ୍ରଥମ ଶିକାର ହୋଇଥିଲେ। ଏହା ପରେ କରୋନା ବିଶ୍ୱର ଅଧିକାଂଶ ଦେଶରେ ଅଣାୟତ୍ତ ହୋଇ ପ୍ରାୟ ୨୦ ଲକ୍ଷ ଲୋକଙ୍କ ଜୀବନ ନେଲାଣି। ସଂକ୍ରମିତଙ୍କ ସଂଖ୍ୟା ୯୦,୧୭୬,୫୬୯ରେ ପହଞ୍ଚତ୍ଲାଣି। କରୋନା ଭୂତାଣୁ ବିଶ୍ୱ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିବା ସହ ଦେଶ ଦେଶ ମଧ୍ୟରେ ଦୋଷାରୋପ ପାଇଁ କଳହର ମଞ୍ଜି ସାଜିଛି। ଏହି ଭୂତାଣୁ ପ୍ରକୃତରେ କେଉଁଠୁ ଆରମ୍ଭ ହୋଇଥିଲା ତାହା ଠାବ କରିବା ଲାଗି ବିଭିନ୍ନ ସ୍ତରରେ ଉଦ୍ୟମ ହୋଇଛି। ଏହା ପ୍ରାଣୀଙ୍କଠାରୁ ମଣିଷଙ୍କ ଶରୀରକୁ କିପରି ଡେଇଁଥିଲା ତାହା ଏବେ ମଧ୍ୟ ମୂଳ ପ୍ରଶ୍ନ ହୋଇ ରହିଛି। ୨୦୧୯ ଶେଷ ଆଡ଼କୁ କେନ୍ଦ୍ରୀୟ ଚାଇନାର ଉହାନ ସହରସ୍ଥିତ ମାଛ ଓ ମାଂସ ବଜାରରୁ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା ନେଇ ଅଧିକାଂଶ ବିଶେଷଜ୍ଞ ମତ ଦେଇଥାନ୍ତି। ଏହି ବଜାରରେ ଜୀବଜନ୍ତୁଙ୍କୁ ଖାଦ୍ୟ ଭାବେ ବିକ୍ରି କରାଯାଉଥିବାରୁ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ିଠାରୁ ରୋଗ ବ୍ୟାପିଥିବା ଅନେକେ ବିଶ୍ୱାସ କରନ୍ତି। କିନ୍ତୁ ଏନେଇ କୌଣସି ପ୍ରମାଣ କାହା ପାଖରେ ନ ଥିବାରୁ ଉକ୍ତ ଅଭିଯୋଗ ଏକପ୍ରକାର ଅପ୍ରାସଙ୍ଗିକ ହୋଇଯାଇଛି। ଏହାକୁ ନେଇ ଏକାଧିକ କନ୍‌ସ୍ପିରେସି ଥିଓରି ବା ଷଡ଼ଯନ୍ତ୍ର ସିଦ୍ଧାନ୍ତ ମଧ୍ୟ ରହିଛି। ଯେମିତି କି ଆମେରିକାର ବିଦାୟୀ ରାଷ୍ଟ୍ରପତିଙ୍କ ମତରେ ଉହାନ ଲାବରେଟୋରିରୁ କରୋନା ଭାଇରସ୍‌ ଲିକ୍‌ ହୋଇ ବିଶ୍ୱର ଅନ୍ୟ ଭାଗକୁ ସଂକ୍ରମିତ ହୋଇଥିଲା। ବିଶ୍ୱର କେତେଜଣ ଆଗଧାଡ଼ିର ଭାଇରୋଲୋଜିଷ୍ଟ ମଧ୍ୟ ଅନୁରୂପ ମତ ଦିଅନ୍ତି। କିନ୍ତୁ ଚାଇନା ଏହି ବିଷୟକୁ ଖଣ୍ଡନ କରିଆସିଛି।
ତେବେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଗଠିତ ତଦନ୍ତକାରୀ ଟିମ୍‌କୁ ଉହାନ ଭିତରକୁ ଯାଞ୍ଚ ପାଇଁ ପ୍ରବେଶ କରାଇ ଦେଇନାହିଁ। ଏପରି କି କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ ଚାଇନା ବୋଲି ବିଶ୍ୱକୁ ଅବଗତ କରାଇଥିବା ହ୍ବିଶିଲବ୍ଲୋୟର ଓ ରିପୋର୍ଟରମାନଙ୍କୁ ଜେଲରେ ପୂରାଇ ସେମାନଙ୍କ ମୁହଁ ବନ୍ଦ କରିଦିଆଯାଇଛି। ଏସବୁ ଘଟଣା ବେଜିଂର ଭୂମିକାକୁ ସନ୍ଦେହ ଘେରକୁ ଟାଣି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri