ସରିଲା ଡେଡ୍‌ଲାଇନ, କଟିବ ଫାଇନ

ନୂଆଦିଲ୍ଲୀ,୧୧।୧:  ଗତ ରବିବାର ଥିଲା ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ନ ଦାଖଲ କରିବାର ଶେଷ ଦିନ। ଏହା ପୂର୍ବରୁ ଆଇଟିଆର ଫାଇଲ କରିବାର ଶେଷ ତାରିଖ ଡିସେମ୍ବର ୩୧ ରହିଥିଲା। ବିଭାଗୀୟ ତ୍ରୁଟି ଓ କରଦାତାଙ୍କ ନିବେଦନକୁ ସମ୍ମାନ ଜଣାଇ ସରକାର ଏହାର ଅବଧି ବୃଦ୍ଧି କରି ୧୦ ଜାନୁୟାରୀ ୨୦୨୧କୁ ଘୁଞ୍ଚାଇ ଦେଇଥିଲେ। ଫଳରେ ଆଇଟିଆର ଫାଇଲ କରିବାର ଶେଷ ସୁଯୋଗ ରବିବାର ରହିଥିଲା। ଯେଉଁ କରଦାତା ସେମାନଙ୍କର ଫାଇଲ କୌଣସି କାରଣବଶତଃ କରି ପାରିନାହାନ୍ତି ସେମାନଙ୍କୁ ଏହା ପରେ ଫାଇନ ଦେବାକୁ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆୟକର ରିଟର୍ନ ଫାଇଲ କରୁଥିବା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧ୍ୟାନ ଦେବା ଉଚିତ। ଆୟକର ବିଭାଗର ସୂଚନା ମୁତାବକ କମ୍ପାନୀମାନଙ୍କୁ ଆଇଟିଆର ଫାଇଲର ଶେଷ ତାରିଖକୁ ବୃଦ୍ଧି କରାଯାଇ ୧୫ ଫେବୃୟାରୀ ୨୦୨୧ କରିଦିଆଯାଇଛି। ଅଗଷ୍ଟ ୨୦୨୦ରେ କେନ୍ଦ୍ର ସରକାର ଆୟକର ଦାଖଲ କରୁଥିବା ବ୍ୟକ୍ତିମାନଙ୍କ ତାଲିକା ଜାରି କରିଥିଲେ। ଫଳରେ ସରକାରୀ ତଥ୍ୟ ଅନୁଯାୟୀ ୧୩୦ କୋଟିରୁ ଊର୍ଦ୍ଧ୍ୱ ଜନସଂଖ୍ୟା ଥିବା ଭାରତରେ ମାତ୍ର ୧.୫ କୋଟି ଲୋକ ଆୟକର ଦିଅନ୍ତି। ଯଦି ଏହାର ତୁଳନା ମୋଟ ଜନସଂଖ୍ୟା ସହ କରାଯାଏ ତେବେ ଦେଶର ଜନସଂଖ୍ୟାର ମୋଟ ଏକ ପ୍ରତିଶତରୁ କମ ଲୋକ ଆୟକର ଦେଉଛନ୍ତି। ରାତି ୧୦ଟା ସୁଦ୍ଧା ବିଭାଗୀୟ ସୂଚନା ଅନୁସାରେ ପ୍ରାୟ ୨୫ ଲକ୍ଷ କରଦାତା ଫାଇଲ କରିଥିବା ଜଣା ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥ ବ୍ୟବସ୍ଥାକୁ ଲାଗିବ ୯ ଲକ୍ଷ କୋଟିର ଝଟକା

ନୂଆଦିଲ୍ଲୀ,୨୬। ୩: କୋଭିଡ ୧୯ ପାଇଁ ସାରା ଦେଶକୁ ଏବେ ଲକ୍‌ଡାଉନ କରାଯାଇଛି। ଏହା ଦ୍ୱାରା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡ଼ିପି)କୁ ପ୍ରାୟ ୪% ବା...

ମାନ୍ଦା ପଡ଼ିବ ଆଇଟି କମ୍ପାନୀଙ୍କ ନିଯୁକ୍ତି

ବାଙ୍ଗାଲୋର,୨୯।୪: ଚଳିତ ବର୍ଷ ଦେଶର ଆଇଟି କମ୍ପାନୀଗୁଡ଼ିକରେ ନିଯୁକ୍ତି ଫିକା ପଡ଼ିପାରେ। ସେହିଭଳି ବରିଷ୍ଠ କର୍ମଚାରୀଙ୍କ ବେତନ ୨୦ରୁ ୨୫% ହ୍ରାସ ହୋଇ ପାରେ। ମହାମାରୀ...

ବୃଦ୍ଧି ପାଉଛି ବିଭିନ୍ନ ଡାଲିର ମୂଲ୍ୟ

ନୂଆଦିଲ୍ଲୀ,୧୧।୮: ମୌସୁମୀ ବର୍ଷା ଓ ଆମଦାନୀର ହ୍ରାସ ଯୋଗୁ ବିଭିନ୍ନ ବର୍ଗର ଡାଲିର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖାଇବା ତେଲ ପରେ ବର୍ତ୍ତମାନ...

ଏଲ୍‌ଜି ଇଲେକଟ୍ରୋନିକ୍ସର ରିଲିଫ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୨।୫: ଏଲ୍‌ଜି ଇଲେକଟ୍ରୋନିକ୍ସ ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ରିଲିଫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀ ପକ୍ଷରୁ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, କ୍ୟାଣ୍ଡେଲ,...

ଡିସେମ୍ବରରେ ହୋଣ୍ଡାର ୭,୦୬୨ ୟୁନିଟ୍‌ ଯାନ ବିକ୍ରି

ନୂଆଦିଲ୍ଲୀ,୪।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ୨୦୨୨ ଡିସେମ୍ବରର ଯାନ ବିକ୍ରି ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତ...

ଏକ ଯୋଡ଼ା ବିଶେଷ ଟ୍ରେନ୍‌ର ଚଳାଚଳ ବାତିଲ

ଭୁବନେଶ୍ୱର,୧୭।୧୦: ରାଜ୍ୟରେ କୋଭିଡ୍‌ ସଂକ୍ରମଣର ସଂଖ୍ୟା ବୃଦ୍ଧି ସହ କେତେକ ଟ୍ରେନ୍‌ରେ ଖରାପ ପୃଷ୍ଠପୋଷକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏକ ଯୋଡ଼ା ବିଶେଷ...

ମଦ୍ୟପାନ କରି ବିମାନରେ ଯାଇ ପାରିବେନି ପାଇଲଟ କେବିନ୍‌ କ୍ରୁ, ଡିଜିସିଏ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୪।୯ : ମଦ୍ୟପାନ କରି ବିମାନ ଉଡ଼ାଣ ରୋକିକା ଲାଗି ପୁଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)...

ଓଡ଼ିଶା ଜିଏସ୍‌ଟି ସଂଗ୍ରହ ୨୨% କମିଛି

ନୂଆଦିଲ୍ଲୀ : ଚଳିତ ବର୍ଷ ମାର୍ଚ୍ଚରୁ ଜୁଲାଇ ସମୟ ମଧ୍ୟରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ୨୨.୬% କମିଛି। ଏହି ଅବଧିରେ...

Advertisement
Archives

Model This Week