ମୋଟା କାରବାରରେ ୨୦ ଅଙ୍କ ନମ୍ବର ବ୍ୟବହାର ହେବ

ନୂଆଦିଲ୍ଲୀ,୧୧।୧: ସରକାରୀ ଓ ବେସରକାରୀ ଭାବରେ କାରବାର ହେଉଥିବା ମୋଟା ଅଙ୍କର ଅର୍ଥ ରାଶି ପାଇଁ ନୂଆ ବ୍ୟବସ୍ଥା ଲାଗୁ ହେବ। ଫଳରେ ପ୍ରତି କାରବାର ବିଶେଷ କରି ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କାରବାର କରୁଥିବା ସଂସ୍ଥାଗୁଡ଼ିକୁ ଏକ ସୁରକ୍ଷିତ ବ୍ୟବସ୍ଥା ପ୍ରଦାନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରୀୟ ପେମେଣ୍ଟ୍‌ ବ୍ୟବସ୍ଥାରେ ଲିଗାଲ୍‌ ଏଣ୍ଟିଟି ଆଇଡେଣ୍ଟିଫାୟର୍‌ (ଏଲ୍‌ଇଆଇ) ବ୍ୟବହାର ଆରମ୍ଭ କରାଯାଇଛି। ଏହି ନୂଆ ପଦ୍ଧତି ଜରିଆରେ କାରବାର କରାଗଲେ ସବୁ ପ୍ରକାରର ସୁରକ୍ଷା ଉପଭୋକ୍ତଙ୍କୁ ମିଳିପାରିବ। ଏହା ହେଉଛି ଏକ ୨୦ ଅଙ୍କ ବିଶିଷ୍ଟ ନମ୍ବର, ଯାହା ଜରିଆରେ ବିଶ୍ବସ୍ତରରେ ଆର୍ଥିକ କାରବାର ମଧ୍ୟ ସହଜ ହୋଇପାରିବ। ଏଭଳି ମୋଟା ଅର୍ଥ ରାଶି କାରବାରରେ ରହୁଥିବା ବିପଦର ମାତ୍ରା ହ୍ରାସ ପାଇବ। ସେହିଭଳି ମୋଟା ଅଙ୍କର ଋଣ କରୁଥିବା କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି। ଯେଉଁମାନେ ମୋଟା ଅଙ୍କର କାରବାର କରୁଛନ୍ତି ସେମାନଙ୍କୁ ତତ୍‌କ୍ଷଣାତ ଏଲ୍‌ଇଆଇ ନମ୍ବର ନେବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ଏହାକୁ ମଧ୍ୟ ଲିଗାଲ ଏଣ୍ଟିଟି ଆଇଡେଣ୍ଟିଫାୟର ଇଣ୍ଡିଆ ଲିମିଟେଡ୍‌ଠାରୁ ସଂଗ୍ରହ କରାଯାଇପାରିବ। ଆର୍ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ଏହି ନମ୍ବର ହାସଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ୫ଜି ୟୁଜର୍ସ ୧୦ ନିୟୁତରୁ ଅଧିକ’

ନୂଆଦିଲ୍ଲୀ,୨୮।୨: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍‌ ନିକଟରେ ଆଉ ଏକ ବିଶେଷ ସଫଳତା ହାସଲ କରିଥିବା ଜଣାପଡିଛି। ଏପରିକି ଏୟାରଟେଲ ନେଟ୍‌ୱର୍କରେ ସ୍ବତନ୍ତ୍ର...

ଚାଇନାରୁ ଭାରତକୁ ଆସିବେ ୨୦୦ ଆମେରିକୀୟ କମ୍ପାନୀ

ନୂଆଦିଲ୍ଲୀ,୨୮-୪: ସାଧାରଣ ନିର୍ବାଚନ ପରେ ଆମେରିକାର ପ୍ରାୟ ୨୦୦ କମ୍ପାନୀ ନିଜର ମାନୁଫାକଚରିଂ ସେଣ୍ଟରକୁ ଭାରତକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ଓ ଭାରତର...

ଜିଏସ୍‌ଟି ରିଟର୍ନ ଫାଇଲ୍‌ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧।୩:  କେନ୍ଦ୍ର ସରକାର ରବିବାର ଦେଶର ଟିକସଦାତାଙ୍କ ସୁବିଧାକୁ ନଜରରେ ରଖି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାର୍ଷିକ ରିଟର୍ନ ଫାଇଲ୍‌ ଅବଧିକୁ ବୃଦ୍ଧି...

‘କ୍ଲିନ୍‌ ଟୁ ଗ୍ରୀନ୍‌ କ୍ୟାମ୍ପେନ୍‌’

ନୂଆଦିଲ୍ଲୀ,୪।୪: ବହୁରାଷ୍ଟ୍ରୀୟ ଲଜିଷ୍ଟିକ କମ୍ପାନୀ ଆରଏଲ୍‌ଜି ସିଷ୍ଟମ୍‌ସ ଇଣ୍ଡିଆ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘କ୍ଲିନ୍‌ ଟୁ ଗ୍ରୀନ୍‌ ଅଭିଯାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

ପିଜିଆଇ ଇଣ୍ଡିଆ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୨।୧୨: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ବ୍ରାଣ୍ଡ୍‌ ପ୍ଲାଟିନମ ଗିଲ୍‌ଡି ଇଣ୍ଟରନ୍ୟାଶନାଲ ବା ପିଜିଆଇ ଇଣ୍ଡିଆ ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚନ କରାଯାଇଛି। ବିଶେଷକରି ପ୍ଲାଟିନମ୍‌ ଡେଜ୍‌ ଅଫ୍‌...

ଅଗଷ୍ଟରେ ୪,୬୨,୫୨୩ ୟୁନିଟ୍‌ ଗାଡ଼ି ବିକ୍ରି

ନୂଆଦିଲ୍ଲୀ,୩ା୯: ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଅଗଷ୍ଟ ମାସର ଗାଡ଼ି ବିକ୍ରି ସଂଖ୍ୟା ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ଗ୍ରାହକମାନଙ୍କର ସକାରାତ୍ମକ...

ଭୋଡାଫୋନ୍‌ ଆଇଡିଆର ଧମାକା ଅଫର୍‌: ମାତ୍ର ୨.୮ ଟଙ୍କାରେ ମିଳୁଛି ୧ ଜିବି ଡାଟା

ନୂଆଦିଲ୍ଲୀ,୧୬।୧: ଭୋଡାଫୋନ୍‌ ଆଇଡିଆ(ଭିଆଇ) ଏହାର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ପ୍ଲାନ୍‌ ଆଣିଛି। ଏହି ଯୋଜନାରେ ବ୍ୟବହାରକାରୀଙ୍କୁ ମାତ୍ର ୨.୦୮ ଟଙ୍କାରେ ୧ଜିବି ଡାଟା...

ପାତ୍ର ଇଲେକ୍‌ଟ୍ରୋନିକ୍ସର ସ୍ବତନ୍ତ୍ର ଅଫର

ଭୁବନେଶ୍ୱର,୧୭ା୧୦: ଚଳିତ ପାର୍ବଣ (ଦୁର୍ଗାପୂଜା) ଅବସରରେ ଗ୍ରାହକମାନଙ୍କର ସୁବିଧା ପାଇଁ ସ୍ଥାନୀୟ ଶହୀଦନଗର ଦୁର୍ଗାପୂଜା ମଣ୍ଡପଠାରେ ପାତ୍ର ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଏକ ଆକର୍ଷଣୀୟ ଷ୍ଟଲ୍‌ ଖୋଲାଯାଇଛି।...

Advertisement
Archives

Model This Week