ଗୋଚରଜମିରୁ ପ୍ରଧାନମନ୍ତ୍ରୀ ଆବାସ ଉଚ୍ଛେଦ

ପାଟଣା,୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ମୂଷାଖୋରୀ ପଞ୍ଚାୟତ ମୂଷାନାଳୀ ଗ୍ରାମର ଏକ ଗୋଚର ପ୍ଲଟ୍‌ରେ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଉକ୍ତ ସ୍ଥାନରେ ଥିବା ଝୁମ୍ପୁଡ଼ିକୁ ମଧ୍ୟ ଭାଙ୍ଗିବା ଦାବିରେ ଗ୍ରାମବାସୀ ତହସିଲ ଓ ପୋଲିସକୁ ଅଟକ ରଖିଥିଲେ। ଫଳରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପ୍ରକାଶ ଯେ, ଉକ୍ତ ଜମିରେ ଗ୍ରାମର ମହାନ୍ତ ସମ୍ପ୍ରଦାୟର ଲୋକ କାଳୀ ପୂଜାର ଗୋଠାନ ପୂଜା କରି ଆସୁଛନ୍ତି। ସର୍ବସାଧାରଣ ବ୍ୟବହୃତ ହେଉଥିବା ଗୋଚରଜମିଙ୍କୁ ଦଖଲ କରି ଗ୍ରାମର ଜନୈକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କରିଥିଲେ। ଏହାକୁ ଉଚ୍ଛେଦ ଦାବିରେ ଜୁଲାଇ ୧୬ରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପାଟଣା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଏ ନେଇ ଶୁକ୍ରବାର ତହସିଲଦାର ଲୀଳାବତୀ ନାୟକ ଓ ପାଟଣା ପୋଲିସ ପହଞ୍ଚତ୍ ଜେସିବି ସାହାଯ୍ୟରେ ନିର୍ମାଣାଧୀନ ଅବାସ ଗୃହକୁ ଉଚ୍ଛେଦ କରିଥିଲେ। ପରେ ଉକ୍ତ ଗୋଚର ପ୍ଲଟ୍‌ରେ ହୋଇଥିବା ଖପର ଝୁମ୍ପୁଡି ଘରକୁ ମଧ୍ୟ ଉଚ୍ଛେଦ ଦାବିରେ ଲୋକେ ଜିଦ୍‌ ଧରିଥିଲେ। ଶତାଧିକ ମହିଳା, ପୁରୁଷ ଝୁମ୍ପୁଡ଼ି ଭାଙ୍ଗିବା ଜିଦ୍‌ରେ ଦିନ ୨ଟା ୩୦ରୁ ଅପରାହ୍ନ ୪ ଟା ୩୦ ପର୍ଯ୍ୟନ୍ତ ତହସିଲଦାରଙ୍କ ସହ ଗାଡ଼ିକୁ ଅଟକ ରଖିଥିଲେ। ଝୁମ୍ପୁଡି ଘର ଉଚ୍ଛେଦ ପାଇଁ ଆଉ ଏକ ଦରଖାସ୍ତ ଦେଲେ ଉଚ୍ଛେଦ ହେବ ବୋଲି ପ୍ରତିଶ୍ରୁତି ପରେ ଉତ୍ତ୍ୟକ୍ତ ଲୋକେ ତହସିଲଦାରଙ୍କ ଗାଡ଼ି ଛାଡ଼ିଥିଲେ। ଉଚ୍ଛେଦ କାର୍ଯ୍ୟରେ ରାଜସ୍ବ ପରିଦର୍ଶକ ବନମାଳୀ ନାଏକ, ମୂଷାଖୋରୀ ରାଜସ୍ବ ନିରୀକ୍ଷକ ରଞ୍ଜିତା ଜେନା, ପାଟଣା ନିରୀକ୍ଷକ ଶ୍ରୀଧର ନାଏକ, ଟାଙ୍ଗରପଡ଼ାର ନିରୀକ୍ଷକ ସତ୍ୟବ୍ରତ ସାହୁ, ଡୁମୁରୁରିଆ ନିରୀକ୍ଷକ ମଳୟ ନାୟକ, ଅମିନ ସୁରେଶ ନାଏକଙ୍କ ସମେତ ପାଟଣା ପୋଲିସ ସାମିଲା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୌସୁମୀ ସକ୍ରିୟ, ବଢ଼ିବ ବର୍ଷା: ଏହି ସବୁ ଜିଲାରେ…

ଭୁବନେଶ୍ୱର,୨୫ା୬(ସୌମ୍ୟରଞ୍ଜନ ରାଉତ): ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି ସ୍ଥାନରେ…

ୟୁରୋପରେ ସାଂଘାତିକ ‘ହିଟ୍‌-ଡୋମ୍‌’

ଲଣ୍ଡନ, ୨୫ା୬ (ଏପି): ସମଗ୍ର ପଶ୍ଚିମ ୟୁରୋପରେ ସୃଷ୍ଟି ହୋଇଥିବା ‘ହିଟ୍‌-ଡୋମ୍‌’ (ଉତ୍ତପ୍ତ ବାୟୁ ବଳୟ) ଯୋଗୁ ବ୍ରିଟେନ, ଫ୍ରାନ୍ସ, ଇଟାଲୀ ଏବଂ ସ୍ପେନ୍‌ ଭଳି ପ୍ରମୁଖ…

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ଆମର ମୁଖ୍ୟ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାକୁ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଦିନିକିଆ ଗସ୍ତରେ ଆସିଥିଲେ। ଏହି ସମୟରେ ଭବାନୀପାଟଣା ସ୍ଥିତ ଜିଲା…

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri