PoK ଖାଲି କର ନଚେତ୍‌ ଭୋଗିବ ପରିଣାମ: ପାକିସ୍ତାନକୁ ଧମକ ଦେଲା ଭାରତ

ନୂଆଦିଲ୍ଲୀ,୨୫।୩: ଜାତିସଂଘ (UN) ସୁରକ୍ଷା ପରିଷଦରେ ଭାରତ ପୁଣିଥରେ ପାକିସ୍ତାନକୁ ତାର କାର୍ଯ୍ୟକଳାପ ପାଇଁ ଘେରିଛି। ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନାବେଳେ ପାକିସ୍ତାନ ପୁଣି ଥରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗ ଉଠାଇଥିଲା। ଏଥର ମଧ୍ୟ ଭାରତ ପଡ଼ୋଶୀ ଦେଶକୁ କଡ଼ା ଭର୍ତ୍ସନା କରିଛି ଭାରତ।

ଭାରତର ସ୍ଥାୟୀ ପ୍ରତିନିଧି, ରାଷ୍ଟ୍ରଦୂତ ହରିଶ ପି. ପାକିସ୍ତାନକୁ ସମାଲୋଚନା କରି କହିଛନ୍ତି, ପାକିସ୍ତାନ ଆମର ଜମ୍ମୁ ଏବଂ କଶ୍ମୀର ଉପରେ ବାରମ୍ବାର ଭିତ୍ତିହୀନ ଏବଂ ଅନାବଶ୍ୟକ ବୟାନ ଦେଉଛି। ଏପରି ବୟାନ ପାକିସ୍ତାନର ମିଥ୍ୟା ଦାବି କିମ୍ବା ଆତଙ୍କବାଦ ପ୍ରସାର ନୀତିକୁ ଯଥାର୍ଥ କରିପାରିବ ନାହିଁ।

ଭାରତ ସ୍ପଷ୍ଟ ଶବ୍ଦରେ ଏହା ମଧ୍ୟ କହିଛି, ପାକିସ୍ତାନ ଜମ୍ମୁ-କଶ୍ମୀରର କିଛି ଅଂଶକୁ ଅବୈଧ ଭାବରେ ଦଖଲ କରିଛି ଏବଂ ତାକୁ ସେହି ଅଞ୍ଚଳ ଖାଲି କରିବାକୁ ପଡିବ। ହରିଶ ପାକିସ୍ତାନକୁ ତା’ର ସଂକୀର୍ଣ୍ଣ ଚିନ୍ତାଧାରା ଏବଂ ବିଭାଜନକାରୀ ନୀତି ପରିତ୍ୟାଗ କରି ଶାନ୍ତି ଆଡକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ।

ଜାତିସଂଘରେ ଅନୁଷ୍ଠିତ ସେହି ବୈଠକରେ ଭାରତ ଏକ କଡ଼ା ବାର୍ତ୍ତା ଦେଇ କହିଛ, ପାକିସ୍ତାନ ବୁଝିବା ଉଚିତ ଯେ ତାକୁ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର) ଛାଡିବାକୁ ପଡିବ। ଯଦି ପାକିସ୍ତାନ ଶାନ୍ତି ଚାହୁଁଛି, ତେବେ ତାକୁ ପ୍ରଥମେ ଆତଙ୍କବାଦ ଏବଂ ଘୃଣା ପ୍ରସାର କରିବା ବନ୍ଦ କରିବାକୁ ପଡିବ। ନଚେତ୍‌ ପରିଣାମ ଭୋଗିବ।

ଭାରତ ଏହା ମଧ୍ୟ କହିଛି, ଆମେ ପାକିସ୍ତାନ ସହିତ ଭଲ ସମ୍ପର୍କ ଚାହୁଁଛି, କିନ୍ତୁ ପାକିସ୍ତାନର ଦାୟିତ୍ୱ ହେଉଛି ଯେ ସେ ପ୍ରଥମେ ଆତଙ୍କବାଦକୁ ଶେଷ କରି ଶାନ୍ତିର ବାତାବରଣ ସୃଷ୍ଟି କରିବ। ଯାହା ଦାରା ଦୁଇ ଦେଶ ମଧ୍ୟରେ ଯେକୌଣସି ପ୍ରକାରର ଆଲୋଚନା ସମ୍ଭବ ହୋଇପାରିବ। ଶେଷରେ, ଭାରତ ପାକିସ୍ତାନକୁ ଜାତିସଂଘ ଭଳି ମଞ୍ଚରେ ନିଜର ଘୃଣ୍ୟ ରାଜନୀତି ନ ଖେଳିବାକୁ ପରାମର୍ଶ ମଧ୍ୟ ଦେଇଥିଲା। ଏଠାରେ ଆମକୁ ଶାନ୍ତି ବିଷୟରେ କଥା ହେବାକୁ ପଡିବ ଏବଂ ପୁରୁଣା ବିବାଦକୁ ଉଠାଇବା ଉଚିତ୍‌ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖାକିରେ ଦାଗ: ମହିଳାଙ୍କୁ ପ୍ରତାରଣା-ବଳାତ୍କାର ଅଭିଯୋଗରେ ପୋଲିସ ଓଏଏସଆଇ ଗୌରାଙ୍ଗ ବେହେରା ଗିରଫ

ଛତ୍ରପୁର, ୧୭।୭(ଦିଲ୍ଲୀପ ସାମଲ): ପୁଣି ଥରେ ଖାକି ପୋଷାକରେ ଲାଗିଛି ଦାଗ। ଜଣେ ମହିଳାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା କରିବା…

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

କିମ୍ବଦନ୍ତୀ କ୍ରିକେଟର ସାର୍ ଗ୍ୟାରୀ ସୋବର୍ସଙ୍କ ପରଲୋକ, କ୍ରିକେଟ୍ ଜଗତରେ ଶୋକର ଛାୟା

ବ୍ରିଜ୍‌ଟାଉନ୍,୧୭।୭: ବିଶ୍ୱ କ୍ରିକେଟ୍ ଇତିହାସର ମହାନତମ ଅଲରାଉଣ୍ଡର ତଥା ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ ସାର୍ ଗାରଫିଲ୍ଡ ସୋବର୍ସ (Garry Sobers)ଙ୍କ ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସରେ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri