ରୁଷିଆରୁ ତେଲ କ୍ରୟ ବନ୍ଦ କରିବ ୟୁରୋପ

ବ୍ରସେଲ୍ସ, ୫ା୫: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆକୁ ଦଣ୍ଡିତ କରିବାକୁ ୟୁରୋପୀୟ ସଂଘ(ଇୟୁ) ଏହାର ଅର୍ଥନୀତିକୁ ଟାର୍ଗେଟ କରୁଛି। ରୁଷିଆ ଆୟର ବଡ଼ ଭାଗ ଅଶୋଧିତ ତୈଳ ରପ୍ତାନିରୁ ଆସୁଥିବାବେଳେ ଏହି ଉତ୍ସକୁ ବନ୍ଦ କରିବାକୁ ଇୟୁ ପ୍ରସ୍ତୁତି ଚଳାଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକର ତୈଳ ଆବଶ୍ୟକତା ରୁଷିଆ ମେଣ୍ଟାଉଥିବାବେଳେ ଏବେ ଇୟୁ ମସ୍କୋରୁ ଏହି ଆମଦାନୀ ବନ୍ଦ କରିବାକୁ ଆହ୍ବାନ ଦେଇଛି। ୬ ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ରୁଷିଆ ତୈଳ ଏବଂ ଅନ୍ୟ ରିଫାଇନ୍‌ଡ ସାମଗ୍ରୀ ରପ୍ତାନି ଉପରେ କଟକଣା ଲଗାଯିବାକୁ ବୁଧବାର ୟୁରୋପିଆନ କମିଶନ ଅଧ୍ୟକ୍ଷ ଉର୍ସୁଲା ଭୋନ୍‌ ଡନ୍‌ ଲେୟେନ୍‌ ପ୍ରସ୍ତାବ ଦେଇଛନ୍ତି। ଏଥିସହ ରୁଷିଆର ସବର ବ୍ୟାଙ୍କ ସମେତ ଆଉ ଦୁଇ ପ୍ରମୁଖ ବ୍ୟାଙ୍କ୍‌କୁ ସ୍ବିଫ୍ଟ ଇଣ୍ଟରନ୍ୟାଶନାଲ ବ୍ୟାଙ୍କିଙ୍ଗ ପେମେଣ୍ଟ ସିଷ୍ଟମରୁ ବାଦ୍‌ କରିବାକୁ ଭୋନ୍‌ ଡର୍‌ ଲେୟେନ୍‌ ଫ୍ରାନ୍ସର ଷ୍ଟାର୍ସବର୍ଗ ସ୍ଥିତ ୟୁରୋପିଆନ୍‌ ପାର୍ଲାମେଣ୍ଟରେ ସମ୍ବୋଧନ ବେଳେ ୟୁନିୟନର ୨୭ ସଦସ୍ୟ ରାଷ୍ଟ୍ରଙ୍କ ଆଗରେ ପ୍ରସ୍ତାବ ରଖିଛନ୍ତି। ପୂର୍ବରୁ ହଙ୍ଗେରୀ, ସ୍ଲୋଭାକିଆ ରୁଷିଆରୁ ତୈଳ ଆମଦାନୀ ଉପରେ ଲାଗିବାକୁ ଥିବା କଟକଣାରେ ସାମିଲ ହେବେ ନାହିଁ ବୋଲି କହିଥିବାବେଳେ ଉର୍ସୁଲା କୌଣସି ଦେଶ ଏଥିରୁ ବାଦ୍‌ ପଡ଼ିପାରିବେ କି ନା ସେ ନେଇ ସ୍ପଷ୍ଟ କରିନାହାନ୍ତି।

ୟୁରୋପ ରୁଷିଆରୁ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରସ୍ତୁତି ଚଳାଇଥିବାବେଳେ ପାଶ୍ଚାତ୍ୟ ଦେଶ ପାଇଁ ତାହା ସେତେ ସହଜ ହୋଇ ନ ପାରେ। ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ଇୟୁ କଡ଼ା ନିନ୍ଦା କରିବା ସତ୍ତ୍ୱେ ତୈଳ କିଣିବା ଜାରି ରଖିଛି।

ପ୍ରାକୃତିକ ଗ୍ୟାସ୍‌ ଏବଂ ତୈଳ କ୍ରୟ ବାବଦରେ ୟୁରୋପ ଦିନକୁ ୮୫୦ ନିୟୁତ ଡଲାର ରୁଷିଆକୁ ଦେଇଥାଏ। ଦଶନ୍ଧି ଦଶନ୍ଧି ଧରି ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ନିର୍ଭରଶୀଳ। ହଙ୍ଗେରୀ ଓ ସ୍ଲୋଭାକିଆ ଭଳି ଭୂଆବଦ୍ଧ ଦେଶପାଇଁ ଏହା ଅଧିକ କଷ୍ଟକର ହୋଇପଡ଼ିବ। ବିପି ଷ୍ଟାଟିଷ୍ଟିକାଲ ରିଭ୍ୟୁ ଅଫ୍‌ ଓ୍ବାଲର୍‌ଡ ଏନର୍ଜୀ ଡାଟା ଅନୁସାରେ, ୨୦୨୦ରେ ରୁଷିଆର କ୍ରୁଡ୍‌ ଅଏଲ ରପ୍ତାନୀ ୨୬୦ ନିୟୁତ ଟନ୍‌ ଥିବାବେଳେ ସେଥିରୁ ୧୩୮ ନିୟୁତ ଟନ୍‌ ବା ୫୩% କ୍ରୁଡ୍‌ ଅଏଲ କେବଳ ୟୁରୋପକୁ ଯାଇଥିଲା।

ୟୁରୋପ ନିଜ ଆବଶ୍ୟକତାର ଏକ ଚତୁର୍ଥାଂଶ ଅଶୋଧିତ ତୈଳ କେବଳ ରୁଷିଆରୁ ପାଇଥାଏ। ଅନ୍ୟପକ୍ଷରେ ଇୟୁ ଏବେ ରୁଷିଆରୁ ତୈଳ ଆମଦାନୀ ବନ୍ଦ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଛି। କାରଣ ତୈଳ ଉତ୍ସର ଅନ୍ୟ ବିକଳ୍ପ ଉପଲବ୍ଧ ଥିଲେ ମଧ୍ୟ ପ୍ରାକୃତିକ ଗ୍ୟାସ ଚାହିଦା ପୂରଣର ସହଜ ସୋର୍ସ ମିଳିବା କଷ୍ଟକର। କାରଣ ପ୍ରାକୃତିକ ଗ୍ୟାସ୍‌ ଆମଦାନୀ ପାଇଁ ପାଇପ୍‌ ଲାଇନ ଆବଶ୍ୟକ ପଡ଼ୁଥିବାବେଳେ ବୈଶ୍ୱିକ ସ୍ତରରେ ଟ୍ୟାଙ୍କର ଯୋଗେ ତୈଳ ପରିବହନ ହୋଇଥାଏ। ତେଣୁ ପ୍ରାକୃତିକ ଗ୍ୟାସ୍‌ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ଜର୍ମାନୀ ପାଇଁ ତ୍ୱରିତ ଭିତ୍ତିରେ ଆମଦାନୀ ବନ୍ଦ କରିବା ସହଜ ହେବନାହିଁ। ଏଥିଯୋଗୁ ଜର୍ମାନୀର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହେବ। ରୁଷିଆରୁ ଉଭୟ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ଆମଦାନୀ ବନ୍ଦ ହେଲେ ତାହା ସମଗ୍ର ୟୁରୋପରେ ଗମ୍ଭୀର ମାନ୍ଦାବସ୍ଥା ସୃଷ୍ଟି କରିବ ବୋଲି ଅର୍ଥନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି।

 

ଶସ୍ତାରେ ତେଲ ଚାହୁଁଛି ଭାରତ

ୟୁକ୍ରେନ ଯୁଦ୍ଧ ପୂର୍ବରୁ ୟୁରୋପ ଦୈନିକ ୩.୮ ମିଲିୟନ ବ୍ୟାରେଲ ତୈଳ ରୁଷିଆରୁ ଆମଦାନୀ କରୁଥିଲା। ଯଦି ୟୁରୋପ ରୁଷିଆ ତୈଳ ଉପରେ କଟକଣା ଲଗାଏ, ତେବେ ମଧ୍ୟପ୍ରାଚ୍ୟ ସମେତ ଆମେରିକା, ଲାଟିନ୍‌ ଆମେରିକା ଏବଂ ଆଫ୍ରିକାରୁ ଆବଶ୍ୟକତା ପୂରଣ କରିପାରିବ। ମଧ୍ୟପ୍ରାଚ୍ୟରୁ ସାଧାରଣତଃ ଏସୀୟ ଦେଶଗୁଡ଼ିକୁ ଅଶୋଧିତ ତେଲ ରପ୍ତାନି ହେଉଥିବାବେଳେ ରୁଷିଆ ଶସ୍ତାରେ ଏସିଆକୁ ଏହି ଇନ୍ଧନ ଯୋଗାଇବ। ସେଗୁଡ଼ିକ ମଧ୍ୟରେ ଚାଇନା, ଭାରତ ଭଳି ଦେଶ ରହିଛନ୍ତି।

ରିପୋର୍ଟ ଅନୁସାରେ ୨୦୨୨ରେ ଚାଇନାକୁ ରୁଷିଆର ଗ୍ୟାସ୍‌ ଯୋଗାଣ ଗତ ବର୍ଷ ତୁଳନାରେ ୬୦% ବୃଦ୍ଧି ପାଇଛି। ସିଏନ୍‌ପିସିର ଏକ ଅଂଶ ଭାବେ ପାଓ୍ବାର ଅଫ୍‌ ସାଇବେରିଆ ପାଇପ୍‌ଲାଇନ ଜରିଆରେ ରୁଷିଆରୁ ଚାଇନାକୁ ଗ୍ୟାସ୍‌ ଯୋଗାଣ କରାଯାଇଛି। ଅନ୍ୟପକ୍ଷରେ ଭାରତ ମଧ୍ୟ ମସ୍କୋରୁ ଶସ୍ତାରେ ତୈଳ କିଣିବାକୁ ଚାହୁଁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ବ୍ୟାରେଲ ପିଛା ତୈଳ ଦର ୧୦୫ ଡଲାର ଥିବାବେଳେ ଭାରତ ୭୦ ଡଲାରରେ କ୍ରୁଡ୍‌ ଅଏଲ କ୍ରୟ ନିମନ୍ତେ ରୁଷିଆ ଉପରେ ଚାପ ପକାଉଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?