Categories: ଖେଳ

ୟୁରୋପ ଗସ୍ତ: ଭାରତ- ବ୍ରିଟେନ ହକି ମ୍ୟାଚ୍‌ ଡ୍ର

ଆଣ୍ଟରେପ,୭।୩(ପି.ଟି.): ୟୁରୋପ ଗସ୍ତରେ ଯାଇଥିବା ଭାରତୀୟ ପୁରୁଷ ହକି ଦଳ ଶନିବାର ତା’ର ତୃତୀୟ ମ୍ୟାଚ୍‌ରେ ଗ୍ରେଟ୍‌ ବ୍ରିଟେନକୁ ଭେଟିଥିଲା। ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଛି। ବ୍ରିଟେନ ତରଫରୁ ଆଲାନ ଫୋରସିଥ ଦ୍ୱିତୀୟ କ୍ୱାର୍ଟରରେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଭାରତର ସିମରନଜିତ ବିଳମ୍ବରେ ୫୭ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ଏ ପର୍ଯ୍ୟନ୍ତ ଗସ୍ତରେ ଭାରତ ଅପରାଜେୟ ରହିଛି। ଭାରତ ବଲ୍‌ ପଜେଶନରେ ଆଗୁଆ ରହିଥିଲା ଓ ବ୍ରିଟେନର ଆକ୍ରମଣକୁ ପ୍ରତିହତ କରିଥିଲା। ୧୦ମ ମିନିଟ୍‌ରେ ବ୍ରିଟେନ ଏକ ସୁଯୋଗ ପାଇଥିଲେ ମଧ୍ୟ ଗୋଲ ଦେବାରେ ସଫଳ ହୋଇ ନ ଥିଲା। ଉଭୟ ଦଳ ଏକାଧିକ ସୁଯୋଗ ପାଇଥିଲେ ମଧ୍ୟ ଅଧିକ ସଂଖ୍ୟାରେ ଗୋଲ ଦେଇପାରି ନ ଥିଲେ। ଭାରତ ଗସ୍ତର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌ରେ ସୋମବାର ଗ୍ରେଟ୍‌ ବ୍ରିଟେନକୁ ଭେଟିବ।

Share