Posted inଫୁରସତ

ଏଲିଅନ୍‌ଙ୍କ ରହସ୍ୟ ଖୋଲିବ ୟୁରୋପା

ନୂଆଦିଲ୍ଳୀ: ସୌର ମଣ୍ଡଳର ସବୁଠାରୁ ବୃହତ୍ତମ ଗ୍ରହ ବୃହସ୍ପତିର ବରଫାବୃତ ଚନ୍ଦ୍ର ୟୁରୋପାରୁ ଏଲିଅନ୍‌ମାନଙ୍କ ଖୋଜ୍‌ କରିବାକୁଯାଉଛି ନାସା। ନାସାର ସଦ୍ୟ ଗବେଷଣା ଅନୁସାରେ ୟୁରୋପାରେ ଜୀବନ ନିର୍ବାହର ସୁଯୋଗ ରହିଛି। ବର୍ତ୍ତମାନ ସମୟରେ ଏଲିଅନ୍‌ମାନଙ୍କ ଅବସ୍ଥିତି ବିଷୟରେ ତଥ୍ୟ ସଂଗ୍ରହ କରିବା ବୈଜ୍ଞାନିକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଥିବାବେଳେ ୟୁରୋପା ଗବେଷକଙ୍କ ମନରେ ଏ ନେଇ ଆଶା ସଞ୍ଚାର କରିଥିବା କୁହାଯାଇପାରିବ। ଏଲିଅନ୍‌ଙ୍କୁ ନେଇ ଥିବା ବିଭିନ୍ନ ଦ୍ୱନ୍ଦ୍ୱର ସମାଧାନ ୟୁରୋପାରୁ ମିଳିବ ବୋଲି ନାସା ପକ୍ଷରୁ କୁହାଯାଇଛି।
ଜଳକଣିକା ମାଧ୍ୟମରେ ସମୁଦ୍ର ଜଳ ସ୍ଥାନାନ୍ତର ହେବା ସହ ପୃଷ୍ଠଭାଗରେ ପହଞ୍ଚୁଥିବା କଲରାଡେଶ ସାଉଥ୍‌ଓ୍ବେଷ୍ଟ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ମୁଖ୍ୟ ବୈଜ୍ଞାନିକ ଆଲିସା ରୋହେନ୍‌ କହିଛନ୍ତି। ତେବେ ବରଫ କଣିକାରେ ଜଳର ଅବସ୍ଥିତିର ପ୍ରମାଣ ମିଳିବା ନିହାତିଭାବେ ବୈଜ୍ଞାନିକଙ୍କ ପାଇଁ ଏକ ବଡ଼ ଉପଲବ୍ଧି । ପୃଥିବୀ ପୃଷ୍ଠର ଜଳବାୟୁ ଓ ପାରିପାର୍ଶ୍ୱିକ ସ୍ଥିତି ସହିତ ବୃହସ୍ପତିର ପରିବେଶ ଆଂଶିକ ଭାବେ ସମାନ ହୋଇଥିବାବେଳେ ଏହି ବୃହତ୍ତମ ଗ୍ରହରେ ଜୀବନ ନିର୍ବାହ କରିବା ସମ୍ଭବ ବୋଲି ୟୁ.ସି. ବର୍କିଲିର ଆର୍ଥ ଆଣ୍ଡ ପ୍ଲାନେଟୋରୀ ସାଇନ୍ସ ଡିପାର୍ଟମେଣ୍ଟର ଭୌଗୋଳିକବିଦ୍‌ ମାଇକେଲ ମାଙ୍ଗା କହିଛନ୍ତି। ଏଲିଅନ୍‌ମାନଙ୍କ ସ୍ଥିତି ପରଖିବା ପାଇଁ ନାସା ୨୦୨୪ ଅକ୍ଟୋବର ୧୦ରେ ‘ୟୁରୋପା କ୍ଲିପର୍‌’ ନାମରେ ଏକ ଅର୍ବିଟର ଲଞ୍ଚ କରିବ, ଯାହା ୟୁରୋପା ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରିବାରେ ବୈଜ୍ଞାନିକଙ୍କୁ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟ ପୁସ୍ତକରେ ତ୍ରୁଟି, ତେଜୁଛି ଆନ୍ଦୋଳନ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ନୂତନଭାବେ ପ୍ରକାଶ ପାଇଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟ ପୁସ୍ତକରେ ରହିଥିବା ଅନେକ ତ୍ରୁଟିକୁ ନେଇ ରାଜ୍ୟରେ ଅସନ୍ତୋଷ ଥମିବାର ନାଁ ନେଉ…

ହ୍ୱାଟ୍ସଆପ୍‌ର ନୂଆ ‘ୟୁଜରନେମ୍‌’ ଫିଚର ଉପରେ କେନ୍ଦ୍ରର ରୋକ

ନୂଆଦିଲ୍ଲୀ, ୨ା୭ (ପି.ଟି.): ହ୍ୱାଟ୍ସଆପ୍‌ ଚିଫ୍‌ କମ୍ପ୍ଲାଏନ୍ସ ଅଫିସରଙ୍କୁ ପଠାଯାଇଥିବା ସରକାରୀ ନୋଟିସରେ ସ୍ପଷ୍ଟ କୁହାଯାଇଛି ଯେ, ଏକ ପ୍ରମୁଖ ସାମାଜିକ ଗଣମାଧ୍ୟମ ସଂସ୍ଥା ଭାବେ ମେଟା…

୨ଦିନରେ ଧାନ ଉଠିବା ନେଇ ଆଶଙ୍କାରେ ଚାଷୀ: ମଣ୍ଡିରେ ଗଜା ହେଲାଣି ଧାନ

ନୂଆପଡ଼ା,୨ା୭ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ରବି ମଣ୍ଡି ଧାନ ଉଠାଣ ଅବଧି ଜୁନ ୩୦ ରହିଥିଲା। ଜିଲାର ବିଭିନ୍ନ ମଣ୍ଡିରେ ପଡି ରହିଥିବା ଧାନକୁ ଦେଖି ରାଜ୍ୟ…

ପ୍ରମାଣପତ୍ର ପାଇଁ ଆସି ଦିବ୍ୟାଙ୍ଗ ହଟହଟା: ନିରାଶରେ ଘରକୁ ଫେରୁଛନ୍ତି

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପ୍ରମାଣପତ୍ର ପାଇଁ ଦିବ୍ୟାଙ୍ଗମାନେ ହଟହଟା ହେବା ସାଧାରଣରେ ପରିଣତ ହୋଇଛି। କେତେବେଳେ ପ୍ରମାଣପତ୍ର ଇସ୍ୟୁ କରିବାକୁ ଡାକ୍ତର ନାହାନ୍ତି ତ ଆଉକେବେ ନିର୍ଦ୍ଧାରିତ…

ଅଗଷ୍ଟ ୩୦ରେ ଏନ୍‌ଇଇଟି-ପିଜି ପରୀକ୍ଷା

ନୂଆଦିଲ୍ଲୀ,୨ା୭: ନ୍ୟାଶନାଲ ବୋର୍ଡ ଅଫ୍‌ ଏକ୍ଜାମିନେଶନ୍ସ ଇନ୍‌ ମେଡିକାଲ ସାଇନ୍ସ (ଏନ୍‌ବିଇଏମ୍‌ଏସ୍‌) ନୂଆଦିଲ୍ଲୀ ଚଳିତବର୍ଷର ଏନ୍‌ଇଇଟି-ପିଜି ପରୀକ୍ଷା ପାଇଁ ବୁଧବାର ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି…

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri