Categories: ଖେଳ

ୟୁରୋକପ୍‌ ଫୁଟବଲ: କ୍ୱାର୍ଟରରେ ଡେନମାର୍କ

୨୭ା୬: ୟୁରୋକପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଡେନମାର୍କ ପ୍ରଥମ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଶନିବାର ସ୍ଥାନୀୟ ଆମଷ୍ଟରଡାମ ଏରିନାରେ ଅନୁଷ୍ଠିତ ରାଉଣ୍ଡ ଅଫ୍‌ ୧୬ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଡେନମାର୍କ ୪-୦ ଗୋଲରେ ଓ୍ବେଲ୍ସକୁ ହରାଇ ଦେଇଛି। ଦଳ ତରଫରୁ ୨୩ ବର୍ଷୀୟ ତାରକା ଫରଓ୍ବାର୍ଡ କାସ୍ପେର ଡୋଲବର୍ଗ ୨୭ ଓ ୪୮ତମ ମିନିଟ୍‌ରେ ଦୁଇଟି ଗୋଲ ଦେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହାପରେ ୮୮ତମ ମିନିଟ୍‌ରେ ଜୋଆକିମ ମାହେଲ ଗୋଲ ଦେଇଥିଲେ। ଶେଷ ମୁହୂର୍ତ୍ତରେ ଇଞ୍ଜୁରି ଟାଇମ୍‌ର ଚତୁର୍ଥ ମିନିଟ୍‌ରେ ମାର୍ଟିନ ବ୍ରାଥ୍‌ଓ୍ବେଟ୍‌ ଗୋଲ ଦେଇ ଡେନମାର୍କକୁ ୪-୦ ଗୋଲରେ ଜିତାଇଥିଲେ। ଡେନମାର୍କ ପ୍ରଭାବ ବିସ୍ତାର କରି ଖେଳିଥିଲା। ଦ୍ୱିତୀୟ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶକ୍ତିଶାଳୀ ଇଟାଲୀ ଓ ଅଷ୍ଟ୍ରିଆ ପରସ୍ପରକୁ ଭେଟିବେ।

Share