Posted inଖେଳ

ୟୁରୋକପ୍‌: ଇଟାଲୀ- ସ୍ପେନ୍‌ ସେମି ଫାଇଟ୍‌

ଲଣ୍ଡନ,୭।୭: ୟୁରୋକପ୍‌ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଦୁଇ ଫୁଟବଲ ପାଓ୍ବାର ହାଉସ୍‌ ଇଟାଲୀ ଓ ସ୍ପେନ ମୁହାଁମୁହିଁ ହେବେ। ବୁଧବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଆୟୋଜନ ହେବାକୁ ଥିବା ୟୁରୋକପ୍‌ ଫୁଟବଲ ଟୁର୍ନାମେଣ୍ଟର ଏହି ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର ରହିଛି। କ୍ୱାର୍ଟର ଫାଇନାଲରେ ସ୍ପେନ୍‌ ପେନାଲ୍ଟି ଜରିଆରେ ୩-୧ ଗୋଲରେ ସୁଇଜରଲାଣ୍ଡକୁ ହରାଇ ସେମିକୁ ଉଠିଥିଲା। ସେହିପରି ଇଟାଲୀ ୨-୧ ଗୋଲରେ ଶକ୍ତିଶାଳୀ ତଥା ଅନ୍ୟତମ ଫେଭରାଇଟ ଦଳ ବେଲଜିୟମକୁ ହରାଇ ସେମିରେ ପ୍ରବେଶ କରିଥିଲା। ସବୁ ଦୃଷ୍ଟିକୋଣରୁ ଉଭୟ ଦଳ ସମାନ ଭାବେ ଶକ୍ତିଶାଳୀ ମନେ ହେଉଛନ୍ତି। ଡିଫେନ୍ସ, ଆଟାକରେ ଇଟାଲୀ ବେଶ ଦୃଢ ମନେହେଉଛି। ଦଳରେ ମଧ୍ୟ ସନ୍ତୁଳନ ରହିଛି। ଏ ନେଇ ସ୍ପେନ କୋଚ୍‌ ଲୁଇସ୍‌ ଏନ୍‌ରିକ ଅବଗତ ରହିଛନ୍ତି। ୧୯୯୪ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲରେ ଇଟାଲୀ ୧-୦ ଗୋଲରେ ସ୍ପେନ୍‌କୁ ହରାଇଥିଲା। ସେତେବେଳେ ଏନ୍‌ରିକ ସ୍ପେନ୍‌ ଦଳର ସଦସ୍ୟ ଥିଲେ। ତେଣୁ ଏନ୍‌ରିକ ଏହାର ମଧୁର ପ୍ରତିଶୋଧ ନେବାକୁ ପ୍ରୟାସ କରିବେ। ୨୦୦୮ ପର୍ଯ୍ୟନ୍ତ ଗତ ୮୮ ବର୍ଷ ମଧ୍ୟରେ ସ୍ପେନ୍‌ କେବେ ବି ଇଟାଲୀକୁ ହରାଇ ନାହିଁ। ୨୦୦୮ରେ ସ୍ପେନ୍‌ ୟୁରୋକପ୍‌ କ୍ୱାର୍ଟର ଫାଇନାଲରେ ଇଟାଲୀକୁ ହରାଇଥିଲା ଓ ପରେ ଫାଇନାଲରେ ବିଜୟୀ ହୋଇ ୪୪ ବର୍ଷ ପରେ ଟାଇଟଲ ଜିତିଥିଲା। ଏହାର ୪ ବର୍ଷ ପରେ ୨୦୧୨ରେ ସ୍ପେନ୍‌ ପୁଣିଥରେ ଇଟାଲୀକୁ ୟୁରୋକପ୍‌ରେ ୪-୦ରେ ହରାଇ ଇତିହାସ ସୃଷ୍ଟି କରିଥିଲା।
ଟୁର୍ନାମେଣ୍ଟରେ ସ୍ପେନ୍‌ର ହାରହାରି ବୟସ ୨୪.୧ ରହିଛି। ଦଳରେ ଯୁବ ଖେଳାଳି ଅଧିକ ରହିଛନ୍ତି। କିନ୍ତୁ ଦଳରେ ଅଭିଜ୍ଞତା କମ୍‌ ରହିଛି ବୋଲି ସେ ସ୍ବୀକାର କରିଛନ୍ତି। ୧୯୬୮ରେ ଇଟାଲୀ ୟୁରୋକପ୍‌ ଟାଇଟଲ ଜିତିଥିଲା। ସେହିପରି ୨୦୦୦ ଓ ୨୦୧୨ରେ ଇଟାଲୀ ଫାଇନାଲରେ ପରାସ୍ତ ହୋଇ ରନର୍ସଅପ ବିବେଚିତ ହୋଇଥିଲା। ଗତ ୧୪ଟି ମୁକାବିଲାରେ ଇଟାଲୀଠାରୁ ସ୍ପେନ୍‌ ମାତ୍ର ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି। ଇଟାଲୀର ଡିଫେନ୍ସ ଓ ଆଟାକ ମଧ୍ୟ ଉଚ୍ଚକୋଟୀର ରହିଛି। ଏହି ମୁକାବିଲା ବେଶ୍‌ ରୋମାଞ୍ଚକ ତଥା ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri