କୂଟନୀତିରେ ନୈତିକତା

ଧୁନିକ ଯୁଗରେ କୂଟନୀତିର ପରିଭାଷା ବଦଳିଯାଇଛି। ଅଧୁନା କୂଟନୀତିରେ କିଛି ଶକ୍ତିଶାଳୀ ଦେଶ କ୍ଷମତାଶାଳୀ ହୋଇ ଅନ୍ୟ ଦେଶଗୁଡ଼ିକୁ ସାମ୍ରାଜ୍ୟବାଦର ଫାଶରେ ପକାଇବାକୁ ପ୍ରୟାସ କରୁଛନ୍ତି। ସେମାନଙ୍କ ଅର୍ଥନୀତି ଯୁଦ୍ଧପୁଷ୍ଟ । କାରଣ ଖଳ କୂଟନୀତି ମାଧ୍ୟମରେ ଦୁଇ ପଡ଼ୋଶୀ ଦେଶକୁ ପରସ୍ପରର ଶତ୍ରୁ କରିଦେଇ ଯୁଦ୍ଧ ସରଞ୍ଜାମ ବିକି ଅର୍ଥନୀତିକୁ ସମୃଦ୍ଧ କରିବା ସହିତ ପରୋକ୍ଷରେ ସାମ୍ରାଜ୍ୟବାଦ ଓ ଔପନିବେଶିକ ଶୋଷଣର ସୁଯୋଗ ସୃଷ୍ଟି କରେ। ପୀଡ଼ିତ ଦେଶଟି ସମ୍ଭାବ୍ୟ ଯୁଦ୍ଧକୁ ଆଖି ଆଗରେ ରଖି ତାହାର ସମଗ୍ର ଅର୍ଥନୀତିରୁ ଅଧିକାଂଶ ଯୁଦ୍ଧ ସରଞ୍ଜାମ ପାଇବାରେ ଖର୍ଚ୍ଚ କରେ। ଫଳରେ ନିଜ ଦେଶର ଶିଳ୍ପ, କୃଷି ଆଦି କ୍ଷେତ୍ରରେ କମ୍‌ ପୁଞ୍ଜି ନିବେଶ ହେତୁ ପୁଣି ସେହି ବିକଶିତ ଦେଶଗୁଡ଼ିକ ଶରଣ ପଶେ ଓ ସେମାନଙ୍କ ଅର୍ଥନୀତିକୁ ପରୋକ୍ଷରେ ଅଧିକ ସମୃଦ୍ଧ କରେ। ଅତୀତରେ ଭାରତ-ପାକିସ୍ତାନ ଯୁଦ୍ଧରେ ବିକଶିତ ଦେଶଗୁଡ଼ିକର ଭୂମିକାକୁ ତର୍ଜମା କଲେ ଏହା ସୁସ୍ପଷ୍ଟ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସାରା ବିଶ୍ୱର ଯେତେ ବାଦବିବାଦ ଦେଖନ୍ତୁ ଯେପରି କି ଯୁଗୋସ୍ଲୋଭାକିଆ, ଭିଏତନାମ୍‌, କୋରିଆ, ଆଫଗାନିସ୍ଥାନ, ଇରାକ ଇତ୍ୟାଦି ସବୁଥିରେ ଏହି ସାମ୍ରାଜ୍ୟବାଦୀ କେତେକ ବିକଶିତ ଦେଶଗୁଡ଼ିକର ହାତ ଥିବାର ଦେଖିବାକୁ ପାଇବେ। କଳେବଳେ କୌଶଳେ ନିଜର ଅର୍ଥନୀତିକୁ ସମୃଦ୍ଧ କରିବା, ଅନ୍ୟ ଦେଶର ସମ୍ପଦକୁ ଅକ୍ତିଆର କରିବା ଓ ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରି ବଡ଼ପଣିଆ ଦେଖାଇ ବିଭେଦର ମଞ୍ଜି ବୁଣିବା ଏମାନଙ୍କର ପ୍ରାଥମିକତା। ବିଶ୍ୱ ଶାନ୍ତି ନାମରେ ଏମାନେ ନିଜର ଶକ୍ତିଶାଳୀ କ୍ଷେପଣାସ୍ତ୍ରର ନାମ ପିସ୍‌କିପର ବି ରଖିଦିଅନ୍ତି। ଅର୍ଥାତ୍‌ କୁମ୍ଭୀରକାନ୍ଦଣା ହୋଇଛି ସେମାନଙ୍କ କୂଟନୀତିର ଏକ ବିଶେଷ ସ୍ବରୂପ। ମଧ୍ୟପ୍ରାଚ୍ୟରେ ହଜାର ହଜାର ନିରୀହ ଶିଶୁ ଓ ମହିଳାମାନେ ବଳି ପଡୁଥିବା ବେଳେ, ଏପଟେ ଶାନ୍ତିର କଥା କହି ସେପଟେ ଜାତିସଙ୍ଘରେ ଶାନ୍ତି ବିରୋଧରେ ଭିଟୋ ପ୍ରୟୋଗ କରୁଥିବା ଦେଶଗୁଡ଼ିକ ପାଇଁ ନୈତିକତାର ସ୍ବରୂପ ନିର୍ଣ୍ଣୟ କରିବା କଷ୍ଟସାଧ୍ୟ। ଯୁଦ୍ଧପୁଷ୍ଟ ଅର୍ଥନୀତିରେ ସମୃଦ୍ଧ ପାଶ୍ଚାତ୍ୟ ଦେଶଗୁଡ଼ିକ ଆଫ୍ରିକାର ଗରିବୀ ଓ ଭୂଖମାରୀକୁ ନେଇ ବୃଥା ଅଭିନୟ କରନ୍ତି ଆଉ ଜାତିସଙ୍ଘର ଯାବତୀୟ ଅନୁଷ୍ଠାନମାନଙ୍କ ଦ୍ୱାରା କେବଳ ଧର୍ମକୁ ଆଖିଠାର ମାରିବା ଭଳି ବିକାଶର ଡିଣ୍ଡିମ ପିଟନ୍ତି। ଜାତିସଙ୍ଘ ଶାନ୍ତି ସମନ୍ବୟର ଲକ୍ଷ୍ୟ ନେଇ ତିଆରି ହୋଇଥିଲା, କିନ୍ତୁ ତାହା କେତେକ ବିକଶିତ ଦେଶଗୁଡ଼ିକର ହାତବାରିସିରେ ପରିଣତ ହୋଇଛି। ସବୁଠାରୁ ସାଙ୍ଘାତିକ ବ୍ୟବସ୍ଥା ହେଉଛି ୫ଟି ଦେଶ (ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷିଆ ଓ ଚାଇନା)କୁ ଅର୍ପଣ କରାଯାଇଥିବା ଭିଟୋ କ୍ଷମତା, ଯାହା ଜାତିସଙ୍ଘର ମୂଳ ଉଦ୍ଦେଶ୍ୟ ଓ ବିଶ୍ୱସନୀୟତାକୁ ଅବକ୍ଷୟ କରିଛି। ୧୯୩ଟି ଦେଶଙ୍କ ସଦସ୍ୟତାରେ ଗଠିତ ଜାତିସଂଘରେ ୫ଟି ଦେଶକୁ ଏତେ କ୍ଷମତା ପ୍ରଦାନ ନିଶ୍ଚୟ ପକ୍ଷପାତ । ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି, ଏହି ସଂସ୍ଥାରେ ୬ଟି ଦାପ୍ତରିକ ଭାଷା (ଇଂଲିଶ୍‌, ଫ୍ରେଞ୍ଚ, ସ୍ପାନିସ୍‌, ଚାଇନିଜ୍‌, ରଷିଆନ୍‌ ଓ ଆରବିକ୍‌)କୁ ହିଁ ମାନ୍ୟତା ମିଳିଛି ଓ ଏହି ସଂସ୍ଥାରେ ଉପର ସ୍ତରର ଚାକିରି ପାଇବାକୁ ହେଲେ ଅତିକମ୍‌ରେ ସେଥିମଧ୍ୟରୁ ଦୁଇଟି ଭାଷାରେ ଦକ୍ଷତା ଥିବା ଅତ୍ୟନ୍ତ ଜରୁରୀ, ଯାହା ପରୋକ୍ଷରେ ଦୁର୍ବଳ ଓ ଗରିବ ଦେଶର ନାଗରିକଙ୍କ ପଥରୋଧ ପାଇଁ ଉଦ୍ଦିଷ୍ଟ। ସେହିପରିି ଜାତିସଂଘ ସୁରକ୍ଷା ପରିଷଦ (ସିକ୍ୟୁରିଟି କାଉନ୍‌ସିଲ)ରେ କେବଳ ସେହି ୫ଟି ଦେଶ ସ୍ଥାୟୀ ସଦସ୍ୟତା ରହିବା ଓ ଅନ୍ୟ ୧୦ଟି ଦେଶ ସେମାନଙ୍କ ଦୟାରେ ୨ ବର୍ଷ ପାଇଁ ଅସ୍ଥାୟୀ ଭାବରେ ମନୋନୀତ ହେବା ଏକ ପ୍ରକାର ବିଭେଦାମତ୍କ କୂଟନୀତି ବ୍ୟତୀତ ଆଉ କିଛି ନୁହେଁ। ଜାତିସଂଘର ଏମିତି ଏନେକ ବ୍ୟବସ୍ଥା ଅଛି, ଯାହାର ସଂଶୋଧନ କରି ଅନ୍ୟ ଅପେକ୍ଷାକୃତ ଦୁର୍ବଳ ରାଷ୍ଟ୍ରମାନଙ୍କ ପ୍ରତିନିଧିତ୍ୱ ବଢ଼ାଇବା ଆବଶ୍ୟକ। ଅନ୍ୟଥା ଏହି ସଂସ୍ଥାଟି କିଛି କ୍ଷମତାଲିପ୍‌ସୁ ବିକଶିତ ଦେଶଗୁଡ଼ିକର କ୍ରୀଡ଼ନକ ହୋଇ ରହିଯିବ। ଏହି ବିସ୍ତାରବାଦୀ ଔପନିବେଶିକବାଦୀ ଦେଶଗୁଡ଼ିକ ନିଜ ନିଜର କ୍ଷମତାକୁ ଅଧିକ ମଜଭୁତ କରିବା ପାଇଁ ଜାତିସଙ୍ଘକୁ ବିରୋଧାଭାସ କରୁଥିବା ଯୁଦ୍ଧକ୍ଷୋର ସଙ୍ଗଠନ ଯେପରି କି ନାଟୋ, ୱାର୍‌ସ ଭଳି ସଙ୍ଗଠନ ଗଢ଼ିଚାଲିଛନ୍ତି, ଯାହା ବିଶ୍ୱଶାନ୍ତିକୁ ଅବକ୍ଷୟ କରି ଦିନେ ତୃତୀୟ ବିଶ୍ୱଯୁଦ୍ଧକୁ ଅବଶ୍ୟମ୍ଭାବୀ କରିଦେବ।
ତେବେ ସାମ୍ପ୍ରତିକ ବିଶ୍ୱରେ ଏହି କୂଟନୀତିରେ ନୈତିକତାର ସମୀକ୍ଷା କରିବ କିଏ? ଏଠି ତ ବାଡ଼ ଫସଲ ଖାଉଛି। ସବୁ କୂଟନୈତିକ ଆଦବକାଇଦା ସଂକୀର୍ଣ୍ଣ ସ୍ବାର୍ଥସାଧନ ପାଇଁ ତିଆରି ହୁଏ, ବିଶ୍ୱର ମଙ୍ଗଳ ପାଇଁ କେହି କେବେ ଚିନ୍ତା କରନ୍ତି ନାହିଁ। ଆଜି ବିଶ୍ୱ ଜଳବାୟୁ ପରିବର୍ତ୍ତନକୁ ରୋକିବା ଏକ ବିରାଟ ଆହ୍ବାନ ହୋଇଥିବା ବେଳେ ସେହି କେତେକ ବିକଶିତ ଦେଶଗୁଡ଼ିକର ସଂକୀର୍ଣ୍ଣ କୂଟନୈତିକ ଖେଳ ଜଳବାୟୁକୁ ଅଧିକ ବିଷାକ୍ତ କରିଚାଲିଛି।
ଆମ ଧାର୍ମିକ ଗ୍ରନ୍ଥ ରାମାୟଣ ଓ ମହାଭାରତ ଏବଂ ଆଚାର୍ଯ୍ୟ ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରୁ ଅନେକ କୂଟନୈତିକ ଶିକ୍ଷା ମିଳିଥାଏ। ମହାଭାରତରେ ଶ୍ରୀକୃଷ୍ଣଙ୍କର ଶାନ୍ତି ପ୍ରତିଷ୍ଠା ପାଇଁ ଅନେକ ପ୍ରକାରର କୂଟନୈତିକ ପ୍ରୟାସ କରିଥିଲେ। ଯୁଦ୍ଧ ଅବଶ୍ୟମ୍ଭାବୀ ଜାଣି ଯୁଦ୍ଧ ଜିତିବା ପାଇଁ କରିଥିବା ଅନେକ ପ୍ରକାରର କୂଟନୈତିକ ପ୍ରୟାସ ମଧ୍ୟରେ ବିରୋଧାଭାସ ଥିଲେ ବି ନୈତିକତା ଦୃଷ୍ଟିକୋଣରୁ ତାହା ବ୍ୟକ୍ତି ସ୍ବାର୍ଥକୈନ୍ଦ୍ରିକ ନ ହୋଇ ସାମଗ୍ରିକ ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା। ସେହିପରି ରାମାୟଣରେ ରାମଙ୍କର ଶବରୀର ଅଇଁଠା କୋଳି ଖାଇବା ସମାଜ ପାଇଁ ଛୁଆଁଅଛୁଆଁ ଭେଦଭାବ ଦୂର ପାଇଁ ଥିଲା ଏକ କୂଟନୈତିକ ବାର୍ତ୍ତା। ଏହାଛଡ଼ା ରାମାୟଣରେ ରାମ ପିତୃସତ୍ୟ ପାଳନ ପାଇଁ ବନବାସ ଗମନ ପୂର୍ବକ କ୍ଷମତାଠାରୁ ଯେ ରାଜାର ନୈତିକତା ବଡ଼ ତାହା ବହୁତ ଭଲ ଭାବରେ ଦର୍ଶାଇ ଦିଆଯାଇଛି। ସେହିପରି ଚାଣକ୍ୟଙ୍କ ଅର୍ଥଶାସ୍ତ୍ରରେ ବ୍ୟକ୍ତିଗତ ସ୍ବାର୍ଥ ହାସଲଠାରୁ ବୃହତ୍ତର ସ୍ବାର୍ଥ କିପରି ହାସଲ କରାଯିବ, ତାହାର ଅନେକ କୂଟନୈତିକ ସମାଧାନ ଦିଆଯାଇଛି। ହେଲେ ପ୍ରଚଳିତ ପାଶ୍ଚାତ୍ୟ ପାଠ୍ୟକ୍ରମରେ ଆଜି କୂଟନୀତିର ସଂଜ୍ଞା ବଦଳି ଯାଇଛି ଓ ଏଥିରେ ନୈତିକତାର ଘୋର ଅଭାବ ରହିଛି।

ରିତେଶ କୁମାର ଶିଶୁ
ମୋ: ୮୦୧୮୮୩୪୭୩୪


Enter your email to get our daily news in your inbox.

All Right Reserved By Dharitri.Com

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?