୧୦୮ ଆମ୍ବୁଲାନ୍ସକୁ ‘ଇଟି ଲିଡରଶିପ୍‌ ଏକ୍ସିଲେନ୍ସ ଆୱାର୍ଡସ୍‌’

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଉଲ୍ଲେଖନୀୟ ଜରୁରିକାଳୀନ ସେବା ବିତରଣ ପାଇଁ ଓଡ଼ିଶାର ୧୦୮ ଆମ୍ବୁଲାନ୍ସ ଜାତୀୟ ସ୍ତରୀୟ ପ୍ଲାଟ୍‌ଫର୍ମରେ ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କାର ପାଇଛି। ନିକଟରେ ନୂଆଦିଲ୍ଲୀସ୍ଥିତ ରୋଜିଏଟ୍‌ ହାଉସ୍‌ଠାରେ ଆୟୋଜିତ ଏକ ଉତ୍ସବରେ ‘ଇଟି ଲିଡରଶିପ୍‌ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୨’ ମିଳିଛି। ‘ପ୍ରି-ହସ୍ପିଟାଲ କେୟାର୍‌’ ବର୍ଗରେ ଜରୁରିକାଳୀନ ଚିକିତ୍ସା ସେବା କ୍ଷେତ୍ରରେ ନିରନ୍ତର କାର୍ଯ୍ୟ ପାଇଁ ୧୦୮ ଆମ୍ବୁଲାନ୍ସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ସ୍ବାସ୍ଥ୍ୟ ବିଭାଗ ଓ ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ତରଫରୁ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍‌ (ଜେଡ୍‌ଏଚ୍‌ଏଲ୍‌) ଦ୍ୱାରା ଏହି ଆମ୍ବୁଲାନ୍ସ ସେବା ପରିଚାଳିତ ହେଉଛି। କାର୍ଯ୍ୟକ୍ରମରେ ଅଭିନେତ୍ରୀ ଇଶା ଗୁପ୍ତା ଜେଡ୍‌ଏଚ୍‌ଏଲ୍‌ ଓଡ଼ିଶାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳଙ୍କୁ ପ୍ରଦାନ କରିଥିଲେ। ଏହି ଅବସରରେ ସବ୍ୟସାଚୀ କହିଛନ୍ତି, ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରି ଜରୁରିକାଳୀନ ସ୍ଥିତିରେ ଏକ ସୁଗମ ଓ ସମୟାନୁବର୍ତ୍ତୀ ସେବା ପ୍ରଦାନ କରି ରାଜ୍ୟର ଅଗଣିତ ଲୋକଙ୍କ ଜୀବନ ରକ୍ଷା କରିଛି। ‘ଇଟି ଲିଡରଶିପ୍‌ ଏକ୍ସିଲେନ୍ସ ଆୱାର୍ଡସ୍‌’ ହେଉଛି ଜିକିତ୍ସା ହେଲ୍‌ଥକେୟାରର ଉଲ୍ଲେଖନୀୟ ପ୍ରୟାସର ଏକ ଉପଯୁକ୍ତ ସ୍ବୀକୃତି, ଯାହା ୭୦ ଲକ୍ଷରୁ ଅଧିକ ନାଗରିକଙ୍କୁ ସେବା ପ୍ରଦାନ କରିଥିବା ଓଡ଼ିଶାର ୧୦୮ ଆମ୍ବୁଲାନ୍ସ ସେବା ପଛର ପ୍ରମୁଖ ଶକ୍ତି। ଏହା ହେଉଛି କଠିନ ପରିଶ୍ରମ ଓ ନିଷ୍ଠାର ଏକ ସ୍ବୀକୃତି। ଗତ ୯ ବର୍ଷ ହେବ ଆମେ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା କରିଆସୁଛୁ। ଏହି ଆୱାର୍ଡ ନିଶ୍ଚିତ ରୂପେ ଆମକୁ ଓ ଆମ ଟିମ୍‌କୁ ଅଧିକ ଭଲ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହିତ କରିବ।
ସୂଚନାଯୋଗ୍ୟ, ୨୦୧୩ ମାର୍ଚ୍ଚ ୫ରେ ୨୮୦ଟି ଆମ୍ବୁଲାନ୍ସ ସହିତ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ୯ବର୍ଷ ଭିତରେ ଏହି ସେବା ଏବେ ସମଗ୍ର ରାଜ୍ୟକୁ ବିସ୍ତାରିତ ହୋଇଛି। ବର୍ତ୍ତମାନ ଜଡ୍‌ଏଚ୍‌ଏଲ୍‌ ରାଜ୍ୟରେ ୧,୧୨୪ଟି ଆମ୍ବୁଲାନ୍ସ ଓ ୬ଟି ବୋଟ୍‌ ଆମ୍ବୁଲାନ୍ସ ପରିଚାଳନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri