ଓଏସ୍‌ଏସ୍‌ଟିଇଟି ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ

କଟକ ଅଫିସ,୧୨।୪: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍‌ଏସ୍‌ଟିଇଟି) ମୂଲ୍ୟାୟନରେ ତ୍ରୁଟି ଥିବା ଅଭିଯୋଗ ଉଠିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଓଏସ୍‌ଏସ୍‌ଟିଇଟିରେ କମ୍‌ ମାର୍କ ଯୋଗୁ ବହୁ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇପାରି ନାହାନ୍ତି। ପରୀକ୍ଷା ଖାତାକୁ ପୁଣିଥରେ ଯାଞ୍ଚ କରି ନୂତନ ଭାବେ ମୂଲ୍ୟାୟନ କରିବାକୁ ସେମାନେ ଦାବି କରିଛନ୍ତି। ଏ ନେଇ ସୋମବାର ବିଭିନ୍ନ ଜିଲାରୁ ପରୀକ୍ଷାର୍ଥୀମାନେ କଟକ ଆସି ବୋର୍ଡ ସଭାପତି ଏବଂ କ୍ରେଣ୍ଟାଲରଙ୍କୁ ଭେଟିଛନ୍ତି। ଅଭିଯୋଗ ମୁତାବକ, ବୋର୍ଡ ପକ୍ଷରୁ ୱେବସାଇଟରେ ଦିଆଯାଇଥିବା ଉତ୍ତରଖାତା ଅନୁଯାୟୀ ଯାହା ମାର୍କ ରହିଛି ତାହା ବୋର୍ଡର ମାର୍କ ସହ ସମାନ ରହୁନାହିଁ। ବଲାଙ୍ଗୀରର କୁମାରୀ ବେହେରାଙ୍କ କହିବା ଅନୁଯାୟୀ, ଉତ୍ତରଖାତାରେ ତାଙ୍କର ୭୨ ମାର୍କ ରହିଥିଲା। ହେଲେ ଫଳ ପାଇବା ପରେ ସମୁଦାୟ ୫୦ ମାର୍କ ଥିବା ସେ ଅଭିଯୋଗ କରିଛନ୍ତି। ବାଲେଶ୍ୱରର ସୌଭାଗ୍ୟ ରଞ୍ଜନ ପତିଙ୍କ ଓଏମ୍‌ଆର ଉତ୍ତରଖାତା ଅନୁଯାୟୀ ୭୧ ମାର୍କ ରହିଥିଲା। କିନ୍ତୁ ବୋର୍ଡର ରେଜଲ୍ଟରେ ତାଙ୍କର ୬୭ ମାର୍କ ଥିବାରୁ ସେ ଫେଲ ହୋଇଯାଇଛନ୍ତି। ବୋର୍ଡ ଉପସଭାପତି ନୀହାର ରଞ୍ଜନ ମହାନ୍ତି କହିଛନ୍ତି, ମାର୍କକୁ ନେଇ ଆପତ୍ତି ଥିଲେ ଲିଖିତ ଭାବେ ବୋର୍ଡକୁ ଜଣାନ୍ତୁ। ତ୍ରୁଟି ଥିଲେ ବିଚାରକୁ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସଶସ୍ତ୍ର ଡକାୟତି: ୨୫ ଭରି ସୁନା ଅଳଙ୍କାର ଲୁଟ୍‌

ଭବାନୀପାଟଣା/କୋକସରା,୨୨।୮(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଓଲମା ଗାଁରେ ସଶସ୍ତ୍ର ଡକାୟତି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ଧନଞ୍ଜୟ...

ଛେଳିଆ ମାଝି ହତ୍ୟାକାଣ୍ଡ ଘଟଣା: ୯ ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡ଼ା ଅଫିସ,୧୭।୧୨: ବହୁଚର୍ଚ୍ଚିତ ଛେଳିଆ ମାଝି ହତ୍ୟାକାଣ୍ଡ ମାମଲାରେ ଅଦାଲତ ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜିଲା ଦୌରାଜଜ୍‌ ସୋମଶେଖର...

ଉପଜିଲାପାଳଙ୍କୁ ସ୍କ୍ରାପ୍‌ ୱାଚ ଦେଲା ଆଇଟିଆଇ

ବ୍ରହ୍ମପୁର ଅଫିସ, ୨୨ା୪-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଥିବା ଜମାକାରୀଙ୍କୁ ପ୍ରେତ୍ସାହିତ କରାଯିବ। ୧୦ ହଜାର ଟଙ୍କାରୁ...

ବଦଳିବ ନନ୍ଦିଘୋଷ ରଥର ପଛ ବ୍ରେଗ ଅଖ

ପୁରୀ ଅଫିସ,୧୦।୬: ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେଗ ଅଖ ବଦଳିବ । ଅଖରେ ଫାଟ ଥିବା ଯୋଗୁ ଏହାକୁ ବଦଳଇବା ପାଇଁ...

ଶହେ ମିଟରକୁ ୪ଶହ ଟଙ୍କା ଭଡ଼ା

ରାଉରକେଲା,୮।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍‌) ସହରର ଏକ ପ୍ରମୁଖ ଡାକ୍ତରଖାନା। ରାତି ପାହିଲେ ଏଠାକୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି।...

ଠାକୁରପାଟଣା ପ୍ରାଥମିକ ବିଦ୍ୟାଳୟକୁ ରାସ୍ତାନାହିଁ

ବରୀ,୨୫ା୮(ମହେନ୍ଦ୍ର ସ୍ବାଇଁ): ବରୀ ବ୍ଲକ୍‌ ଅଧୀନ ବରୀ ପଞ୍ଚାୟତ ଠାକୁରପାଟଣା ପ୍ରାଥମିକ ବିଦ୍ୟାଳୟକୁ ରାସ୍ତା ନାହିଁ। ଫଳରେ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯାତାୟାତ କରିବାରେ ବହୁ ଅସୁବିଧାର...

ଗ୍ୟାରେଜରେ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିିଗଲା

ବ୍ରହ୍ମପୁର ଅଫିସ,୨୦ା୧୨: ଟାଉନ ଥାନା ଅନ୍ତର୍ଗତ ଗେଟବଜାର ନିକଟ ରେଡ଼ିଓ ଷ୍ଟେଶନ କଡରେ ଥିବା ଏକ ବାଇକ୍‌ ଗ୍ୟାରେଜରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା।...

ତାରାତାରିଣୀ କଲେଜର ସଫଳତା : ‘ଜାମ’ର ୧୬୧ ର଼୍ୟାଙ୍କରେ କଲ୍ୟାଣୀ ଶୁଭଶ୍ରୀ

ପୁରୁଷୋତ୍ତମପୁର, ୨୨/୩(ଡିଏନଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଯୁକ୍ତ ତିନି ପ୍ରାଣୀ ବିଜ୍ଞାନ ଶେଷ ବର୍ଷର ଛାତ୍ରୀ କଲ୍ୟାଣୀ ଶୁଭଶ୍ରୀ ତ୍ରିପାଠୀ ଜାମ (...

Advertisement
Archives

Model This Week