ଇତିହାସ ଲେଖାରେ ଭୁଲ୍‌

ସହଦେବ ସାହୁ

 

ସ୍ୱାର୍ଥପର ୟୁରୋପୀୟମାନେ ଇତିହାସକୁ ତେଢ଼ାମେଢ଼ା କରି ନିଜର ଉତ୍କର୍ଷ ଦେଖାଇଛନ୍ତି ଏବଂ ଆମେ ଇଂଲିଶ ପଢ଼ା ଲୋକେ ତାକୁ ଗ୍ରହଣ କରିନେଇଛୁ। ଆସନ୍ତୁ ଆଗେ ଆଫ୍ରିକା କଥା ବିଚାର କରିବା। କ୍ରୀତଦାସମାନଙ୍କ ବିଷୟରେ ଆରମ୍ଭ ହୋଇଥିବାରୁ ଆଫ୍ରିକାର ଇତିହାସ ଆଧୁନିକ ବିଶ୍ୱ ଇତିହାସରୁ ଲିଭିଯାଇଛି କହିଲେ କଥାଟା ଲଘୁ ହୋଇଯିବ, ଲିଭାଇଦିଆଯାଇଛି କହିଲେ ବେଶି ସତ ହେବ। ୟୁରୋପୀୟମାନେ ଆଧୁନିକ ପରସ୍ପର ସମ୍ପୃକ୍ତ ଦୁନିଆର ଇତିହାସ ଲେଖିବା ଆରମ୍ଭ କଲେ ବୋଲି ଧରାଯାଏ। ଯେଉଁ ୟୁରୋପୀୟମାନେ ଏପରି ବାଟ ଫିଟାଇଲେ ସେମାନେ ନିଜର ସେତେବେଳର ସମାଜକୁ ଆଦର୍ଶ ବା ଛାଞ୍ଚ ରୂପେ ଧରିନେଲେ। ଭୁଲିଗଲେ ଯେ ସେମାନେ ଯାହା କିଛି ଉତ୍କର୍ଷ ହାସଲ କରିଛନ୍ତି ତାହାର ଉତ୍ସ ହେଉଛି ଆଫ୍ରିକା। କିନ୍ତୁ ଆଫ୍ରିକୀୟମାନଙ୍କ ଜୀବନ ସେମାନଙ୍କ ପାଇଁ ତୁଚ୍ଛ ଥିଲା, ବର୍ଜ୍ୟବସ୍ତୁ ଥିଲା।
ଭୁଲ୍‌ ଜାଗାରୁ ଆରମ୍ଭ କଲେ ଠିକ୍‌ ସିଦ୍ଧାନ୍ତରେ କାହାଣୀଟି ପହଞ୍ଚି ପାରିବ ନାହିଁ, ପହଞ୍ଚେ ବି ନାହିଁ। ସେଇମିତି ଆଧୁନିକ ଦୁନିଆର ଇତିହାସ ଆରମ୍ଭ ହୋଇଛି। ପାରମ୍ପରିକ ଇତିହାସ ପ୍ରାଥମିକତା ଦେଇଛି ୟୁରୋପର ୧୫ଶ ଶତାବ୍ଦୀ-ଆବିଷ୍କାର-ଯୁଗକୁ, ପଶ୍ଚିମ ଓ ପୂର୍ବ ଭିତରେ ସାମୁଦ୍ରିକ ସମ୍ପର୍କକୁ। ଏହି ଐତିହାସିକ ସଫଳତା ସହିତ ଯୋଡ଼ିଦେଲେ ସେମାନଙ୍କ ଯୁଗାନ୍ତକାରୀ ଅଥଚ ଆକସ୍ମିକ ଆବିଷ୍କାରକୁ, ଯାହାକୁ ସେମାନେ କହିଲେ ନିୟୁ ୱାଲର୍‌ଡ, ନୂତନ ଦୁନିଆ।
କେତେକେ କହନ୍ତି ଆଧୁନିକ ଦୁନିଆର ଧାରଣା ଆସିଲା ଇହୁଦୀ-ଖିରସ୍ତାନ ବିଶ୍ୱାସ ସହ ଯୋଡିହୋଇଥିବା ନୈତିକତା ଓ ମାନସିକତାରୁ, କିମ୍ବା ବୈଜ୍ଞାନିକ ଉପାୟର ବିକାଶ ଓ ପ୍ରସାର କାରଣରୁ, କିମ୍ବା ୟୁରୋପୀୟମାନେ ଯେମିତି ସବୁବେଳେ କହିହୁଅନ୍ତି ସେମାନଙ୍କ ଅନନ୍ୟ ବୁଦ୍ଧିମତ୍ତା ଓ ଉଦ୍ଭାବନଶୀଳତା ଯୋଗୁ। ଇଂଲଣ୍ଡ ଓ ହଲାଣ୍ଡ ଭଳି ସ୍ଥାନରେ ପ୍ରୋଟେଷ୍ଟାଣ୍ଟ ରିଫର୍ମେଶନ୍‌ ଘଟିଥିଲା; ଆଚରଣରେ-ନୈତିକତା (ୱାର୍କ ଏଥିକ୍ସ), ବ୍ୟକ୍ତିବିଶେଷତା (ଇଣ୍ଡିଭିଜୁଆଲିଜମ୍‌) ଓ ଉଦ୍ୟୋଗୀଭାବନା (ଏଣ୍ଟରପ୍ରିନିୟୁରିଆଲ୍‌ ଡ୍ରାଇଭ୍‌) ଭଳି ଗୁଣ ଏହି ପ୍ରୋଟେଷ୍ଟାଣ୍ଟ ସଂସ୍କାରରୁ ଆସିଲା, ୟୁରୋପର ଲୋକଙ୍କ ଆଖିରେ ଏ ଧାରଣା (ଆଇଡିଆ)ଗୁଡିକ ସେତେବେଳେ ବଳବତ୍ତର ହୋଇରହିଲା। ୟୁରୋପର ଲୋକଙ୍କ ଆଖିରେ ଏ ଧାରଣା (ଆଇଡିଆ) ସ୍ଥାୟୀ ଛବି ଆଙ୍କିଛି।
ଅବଶ୍ୟ ୧୪୯୮ରେ ଭାରତ ମହାସାଗର ଦେଇ ଭାରତରେ ପହଞ୍ଚତ୍ଥିବା ଭାସ୍କୋଡାଗାମା, ଦକ୍ଷିଣ ଆମେରିକାର ଦକ୍ଷିଣ ଅଗ୍ରଭାଗ ଘୂରି ପଶ୍ଚିମରେ ଯାତ୍ରା କରି ଏସିଆରେ ପହଞ୍ଚତ୍ଥିବା ଫର୍ଡିନାଣ୍ଡ ମାଜେଲାନ୍‌ ଏବଂ କଲମ୍ବସ୍‌ଙ୍କ ଭଳି ନାବିକମାନଙ୍କ ନୌଯାତ୍ରାର ତାତ୍ପର୍ଯ୍ୟ (ସିଗ୍ନିଫିକାନ୍ସ)କୁ ମନା କରିହେବ ନାହିଁ। ଲେଖିକା ମାରି ଅରଣା (ଯାହାଙ୍କ ବାପା ପେରୁଦେଶର ଓ ପିତା ଆମେରିକାର ଲୋକ) ତାଙ୍କ ବହିରେ ଲେଖିଛନ୍ତି ଯେ କଲମ୍ବସ୍‌ ଯେତେବେଳେ ପଶ୍ଚିମମୁହାଁ ନୌବହର ନେଇଯାଉଥିଲେ ସେତେବେଳେ ସେ ଥିଲେ ଏକ ମାନ୍ଧାତା ଅମଳୀୟ ଲୋକ ଏବଂ ମଧ୍ୟଯୁଗୀୟ ଅନ୍ଧବିଶ୍ୱାସ ତାଙ୍କ ମୁଣ୍ଡରେ ଭର୍ତ୍ତି ହୋଇଥିଲା: ‘ସେ ଯେଉଁ ନୂଆ ଭୂଇଁ ଖୋଜିବାକୁ ଯାଉଛନ୍ତି ସେଠି ଅଛନ୍ତି କଣା ଅସୁର (ସାଇକ୍ଲୋପ), ବାଙ୍ଗରା ମଣିଷ, ରଣହୁଙ୍କାରପ୍ରିୟ ଅସୁରୁଣୀ (ଆମାଜନ୍‌), କୁକୁରମୁହାଁ ମଣିଷ, ମୁଣ୍ଡରେ ଚାଲୁଥିବା ଓ ପାଦରେ ଚିନ୍ତାକରୁଥିବା ପ୍ରାଣୀ (ଆଣ୍ଟିପାଡିଆନ୍‌), କଳାଚମବାଲା ଓ ତାଳପତ୍ର ଆକାରର କାନ ଥିବା ମଣିଷ। ସେ ସ୍ଥାନରେ ସୁନା ଆଉ ମୂଲ୍ୟବାନ୍‌ ରତ୍ନର ଫସଲ ହୁଏ।’ କିନ୍ତୁ ସେ ଆମେରିକା ଭୂଇଁରେ ପହଞ୍ଚତ୍ ନୂଆ ସଭ୍ୟତା ଦେଖିଲେ, ସେ ଭୂଇଁରେ କେବଳ ନୂଆ ଦୁନିଆ ଦେଖିଲେ ନାହିଁ, ଚାରିଆଡ଼େ ପ୍ରାକୃତିକ ପୁଷ୍ଟି ଓ ସରଳ ସଭ୍ୟତା ଦେଖିଥିଲେ। ଅଥଚ କଲମ୍ବସ୍‌ ଫେରି ୟୁରୋପରେ ଯାହା କହିଲେ ତାହା ଆଧୁନିକତାର ଦର୍ପଣ ହୋଇଗଲା। କିନ୍ତୁ ଆମେ କ’ଣ ଦେଖୁଛୁ? ଭଲ କରି ଦେଖନ୍ତୁ ଏ ଇତିହାସର କେନ୍ଦ୍ରରେ ଅଛି ଆଫ୍ରିକା: ଆଫ୍ରିକାର ଭୂମିକାକୁ ‘କଳା’ ଅତୀତ କରିଦେଇ ପିଢ଼ି ପରେ ପିଢ଼ି ୟରୋପୀୟଙ୍କୁ ‘ଗୋରା’ ଆଧୁନିକତାର ମୂଳଦୁଆ ବିଷୟରେ ଗହୀର ଭାବେ ଭ୍ରାନ୍ତଧାରଣା ଯୋଗାଇଛି।
ଆମକୁ ସ୍କୁଲରେ ପଢ଼ାଯାଇଛି, ”ଏସିଆକୁ ଖୋଜିବା“ ପାଇଁ ଏ ସବୁ ନୌଯାତ୍ରା ହୋଇଥିଲା। ତାହା ସତ ନୁହେଁ। ଇତିହାସ ଦେଖାଏ ଯେ ଆଫ୍ରିକାକୁ ‘ଅନ୍ଧକାର’ ମହାଦେଶ କହୁଥିଲେ ବି ଆଫ୍ରିକା ବହୁତ ଧନୀ ବୋଲି ସେମାନେ ଜାଣିଥିଲେ, ସେ ଭୂଖଣ୍ଡର ଅଭ୍ୟନ୍ତରରେ ଥିବା କଳାଲୋକଙ୍କ ପାଖରେ ପ୍ରଚୁର ଧନ ଅଛି ବୋଲି ସେମାନଙ୍କ ସହ ବାଣିଜି୍ୟକ ସମ୍ପର୍କ ରଖିବାକୁ ଚାହୁଁଥିଲେ। ଲାଇବେରିଆର ନାବିକମାନେ ସାମୁଦ୍ରିକ ଯାତ୍ରାରେ ପ୍ରସିଦ୍ଧିଲାଭ କରିଥିଲେ, ସେମାନ ପଶ୍ଚିମ ଆଫ୍ରିକାର ଉପ୍ରକୂଳ-ମାର୍ଗ ଦେଖାଇଥିଲେ। ଆଫ୍ରିକାରେ ହିଁ ୟୁରୋପୀୟମାନେ ସମୁଦ୍ର ଯାତ୍ରା କୌଶଳ ଓ ନୌଯାତ୍ରା ପଥର ମାନଚିତ୍ର ତିଆରି କଳାରେ ନିପୁଣତା ହାସଲ କରିଥିଲେ। ସେଇଠି ସ୍ପେନ୍‌ ଓ ପର୍ତ୍ତୁଗାଲ୍‌ର ନାବିକମାନେ ଜାହାଜ ନିର୍ମାଣର କୌଶଳ ଶିଖିଥିଲେ। ସେଇଠି କଲମ୍ବସ୍‌ ଆଟଲାଣ୍ଟିକ୍‌ ମହାସାଗର ଉପରର ବାୟୁପ୍ରବାହ ଓ ତାହାର ସାମୁଦ୍ରିକ ସ୍ରୋତର ଦିଗ ଉପରେ ଜ୍ଞାନ ଆହରଣ କରିଥିଲେ, ଫଳରେ ପରିଶେଷରେ ସେ ସାଗରର ପଶ୍ଚିମ ଉପକୂଳ ସମ୍ପର୍କରେ ଜ୍ଞାନ ଓ ସାହସ ପାଇଗଲେ ଏବଂ ସେଠାରୁ ଘରକୁ ଫେରି ଆସିବାର ମାର୍ଗ ମଧ୍ୟ ପାଇଗଲେ। ଏ ଜ୍ଞାନ ତାଙ୍କ ପୂର୍ବରୁ କେହି ୟୁରୋପୀୟ ପାଇ ନ ଥିଲେ। ଏସବୁର ପ୍ରମାଣ ହେଉଛି ଘାନାର ଏଲ୍‌ମିନାଠାରେ ୧୫ଶ ଶତାବ୍ଦୀରେ ତିଆରି ହୋଇଥିବା ଦୁର୍ଗ। କ୍ରୀତଦାସ ବ୍ୟବସାୟ ଓ ସୁନା କାରବାର କରୁଥିବା ୟୁରୋପୀୟମାନେ ଏହାର ନିର୍ମାଣ କରିଥିଲେ, ଏହା ହୋଇଯାଇଥିଲା ପ୍ରଥମ ବୃହତ୍‌କାୟ ସୁରକ୍ଷିତ ସାଗରପାରି ସୈନ୍ୟଫାଣ୍ଡି। ଜେନୋଆରୁ ‘ଇଟାଲୀ’ବାସୀ କଲମ୍ବସ୍‌ ‘ସ୍ପେନ୍‌’ ତରଫରୁ ନୌଯାତ୍ରା ଆରମ୍ଭ କଲା ବେଳେ ଏହି ଦୁର୍ଗକୁ ପ୍ରଥମ ଗନ୍ତବ୍ୟ ସ୍ଥଳ ଧରିଥିଲେ। ଗ୍ରୀଷ୍ମମଣ୍ଡଳରେ ଅବସ୍ଥିତ ସେ ଅଞ୍ଚଳର ନାଁ ଦିଆହୋଇଥିଲା ‘ଗୋଲ୍ଡ କୋଷ୍ଟ’, ଏବେ ଘାନା। ୧୫ଶ ଶତାବ୍ଦୀର ମଧ୍ୟଭାଗରେ ୟୁରୋପୀୟ ଅଭିଯାତ୍ରୀମାନଙ୍କ ପଶ୍ଚିମ ଆଫ୍ରିକାକୁ ଯିବାର ଉଦ୍ଦେଶ୍ୟ ଥିଲା ସୁନା ଖୋଜିବା। ପର୍ତ୍ତୁଗୀଜମାନେ ୧୪୭୧ ବେଳକୁ ଘାନାରେ ସୁନା ବାଣିଜ୍ୟ କାରବାର କରୁଥିଲେ, ୧୪୮୨ବେଳକୁ ସୁରକ୍ଷା ପାଇଁ ଦୁର୍ଗ ତିଆରି କରିଥିଲେ। ସୁନା ବାଣିଜ୍ୟର ଲାଭରେ ଭାସ୍କୋଡାଗାମାଙ୍କ ଏସିଆ ଆବିଷ୍କାରର ଯାତ୍ରା ବ୍ୟୟ ଭରଣା କରାଯାଇଥିଲା। ଲିସ୍‌ବନ୍‌ ଏକ ଛୋଟ ରାଜ୍ୟର ରାଜଧାନୀ ହେଲେ ବି ସୁନାର ପ୍ରଭୂତ ଯୋଗାଣ ଲିସ୍‌ବନ୍‌କୁ ୟୁରୋପରେ ବଳଶାଳୀ କରିଦେଲା, ଛୋଟିଆ ପର୍ତ୍ତୁଗାଲ୍‌ ଦେଶ ବିଶ୍ୱ ଇତିହାସର ମାର୍ଗକୁ ବଦଳାଇଦେଲା।
ଏଲ୍‌ମିନା ଦୁର୍ଗକୁ ଭଲଭାବେ ଜାଣିଥିବା ଆଉ ଜଣେ ପର୍ତ୍ତୁଗୀଜ ଅଭିଯାତ୍ରୀ (ଏକ୍ସପ୍ଲୋରର) ବାର୍ତ୍ତୋଲୋମିୟୁ ଡାୟାସ୍‌ ୧୪୮୮ରେ ଆଫ୍ରିକାର ଉମାଶା ଅନ୍ତରୀପ କୂଳେ କୂଳେ ଘୂରି ଯେଉଁ ମହାସାଗରକୁ ନୂଆ ସମୁଦ୍ରପଥ ଅଛି ବୋଲି ପ୍ରମାଣ କଲେ ତାହା ପରେ ଭାରତ ମହାସାଗର ବୋଲି ଜଣାଗଲା। ତାହା ସତ୍ତ୍ୱେ ପ୍ରାୟ ଗୋଟିଏ ଦଶନ୍ଧି ଯାଏ ଏସିଆକୁ କୌଣସି ସମୁଦ୍ରଯାତ୍ରାର ଚେଷ୍ଟା କରାଗଲା ନାହିଁ କି ପରବର୍ତ୍ତୀ ୩ ଦଶନ୍ଧି ପର୍ଯ୍ୟନ୍ତ ଏସିଆ ଆବିଷ୍କାର କଥା କୁହାଗଲା ନାହିଁ।
୧୪୭୧ରେ ଏଲ୍‌ମିନାରେ ପର୍ତ୍ତୁଗୀଜମାନଙ୍କ ଦୁର୍ଗ ନିର୍ମାଣଠାରୁ ୧୪୯୮ରେ ଭାରତର କାଲିକଟ୍‌ (ଏବେ ତାହା କୋଝିକୋଡ୍‌)ରେ ଭାସ୍କୋଡା ଗାମାଙ୍କ ଅବତରଣ ଯାଏ। ଗାମାଙ୍କ ପହଞ୍ଚିବା ପରେ ପୁଣି ଇତିହାସ ପୃଷ୍ଠା ଲେଖାଗଲା। ଯେଉଁମାନେ ଇତିହାସ ପଢ଼ାନ୍ତି ସେମାନେ ଏହି ପ୍ରାୟ ୩୦ ବର୍ଷ -୧୪୭୧ରୁ ୧୪୯୮ ଯାଏ କାହାଣୀ ଉପରେ ନିରବ ରହନ୍ତି।
ଏହି ମୁହୂର୍ତ୍ତରୁ ଏବେ ଯାହାକୁ ସବ୍‌-ସାହାରାନ୍‌ ଆଫ୍ରିକା କୁହାଯାଉଛି ତାହା ସହିତ ୟୁରୋପର ସବୁଦିନିଆ ଗାଢ଼ ସମ୍ପର୍କ ଆସିଗଲା ଏବଂ ଆଧୁନିକ ଯୁଗର ମୂଳଦୁଆ ପଡ଼ିଲା। କିନ୍ତୁ ୟୁରୋପୀୟମାନେ ଶୋଷଣ କରିବା ଓ ଅମାନବିକ ଆଚରଣ ଦେଖାଇଥିବା ଘଟଣାମାନ ଇତିହାସ ପୃଷ୍ଠାରେ ଭରିହୋଇଯିବ ବୋଲି ଇତିହାସ ଲେଖାର ଧାରା ବଦଳିବ ଆଶା କରାଯାଇ ନ ପାରେ!
ଏହି ତିନି ଦଶନ୍ଧିକୁ ଉହ୍ୟ ରଖାଯାଇଥିବା ଉଦାହରଣ ଦେବାର କାରଣ ଆଧୁନିକ ଇତିହାସରୁ ଆଫ୍ରିକୀୟ ଓ ଆଫ୍ରିକୀୟମାନଙ୍କ ଦାୟାଦମାନଙ୍କୁ ଓ ସେମାନଙ୍କ ଅବଦାନକୁ ଅଣଦେଖା କରିବା, ନୂ୍ୟନ କରିବା ଓ ଲୁଚାଇଦେବା: ଯେଉଁ ଅପଚେଷ୍ଟା ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଛି। ଏ ମୌଳିକ ଘଟଣାଗୁଡ଼ିକ ଯେ ୟୁରୋପୀୟ ଐତିହାସିକମାନେ ଜାଣିନାହାନ୍ତି ତାହା ନୁହେଁ, କଥା ହେଉଛି ଆଫ୍ରିକୀୟ କଳାଲୋକଙ୍କଠାରୁ ୟୁରୋପୀୟ ଗୋରାଲୋକେ ଆଧୁନିକତା ଶିଖିଲେ ତାହା ବଖାଣିବାକୁ ୟୁରୋପୀୟମାନଙ୍କୁ ଲାଜ ଲାଗୁଛି। ଯେମିତି ଯିଶୁ ଖ୍ରୀଷ୍ଟଙ୍କୁ ଅଣ-ଶ୍ୱେତାଙ୍ଗ କହିବାକୁ ସେମାନେ କୁଣ୍ଠିତ!
୧୫ଶ ଶତାବ୍ଦୀରୁ ଆରମ୍ଭ କରି ଆଫ୍ରିକୀୟ ଓ ୟୁରୋପୀୟମାନଙ୍କ ଭିତରେ ସଂଘର୍ଷ ହିଁ ଆଟଲାଣ୍ଟିକ୍‌ମୁହାଁ ୟୁରୋପୀୟମାନଙ୍କୁ ମହାନ୍‌ ସଭ୍ୟତାକେନ୍ଦ୍ର ହୋଇଯାଇଥିବା ଏସିଆ ଓ ଇସ୍‌ଲାମିକ୍‌ ବିଶ୍ୱ ଆଡ଼କୁ ଟାଣିନେଲା। ୟୁରୋପର ଉତ୍ଥାନ କୌଣସି ଅନ୍ତର୍ନିହିତ ବା ସ୍ଥାୟୀ ଗୁଣ ଉପରେ ପର୍ଯ୍ୟବସିତ ନୁହେଁ, କି ସେମାନଙ୍କ ଶ୍ରେଷ୍ଠତ୍ୱ ଆପେ ଆପେ ଆସିନାହିଁ, ଅଳ୍ପ କାଳ ନୁହେଁ ୧୫ଶ ଶତାବ୍ଦୀ ମଧ୍ୟଭାଗରୁ ୧୯ଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଆଫ୍ରିକା ଓ ଆଫ୍ରିକାର ମୂଳ ଅଧିବାସୀମାନେ ୟୁରୋପୀୟମାନଙ୍କ ଆଧୁନିକତା ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି, ସେମାନଙ୍କ ଅବଦାନ ଭୁଲିଗଲେ କେବଳ ୟୁରୋପୀୟମାନେ ଯେ ୧୫ଶ ଶତାବ୍ଦୀର ଗରିବୀ ଓ ସଭ୍ୟତାରେ ଏବେ ବି ଥାଆନ୍ତେ, ଆମେରିକା ମଧ୍ୟକ ଆବିଷ୍କୃତ ହୋଇ ନ ଥାନ୍ତା, ଅତ୍ୟଧିକ ବିକଶିତ ହେବା ତ ଦୂରର କଥା! ଆଫ୍ରିକା ସହିତ ଅର୍ଥନୈତିକ ଓ ରାଜନୈତିକ ସମ୍ପର୍କ ଉପରେ ୟୁରୋପର ଶ୍ରେଷ୍ଠତା ପର୍ଯ୍ୟବସିତ – ଏକଥା ଐତିହାସିକମାନେ ଭୁଲିଯାଉଛନ୍ତି। ଆଉ ଭୁଲିଯାଉଛନ୍ତି ଶହ ଶହ ବର୍ଷ ଧରି ଆଟଲାଣ୍ଟିକ୍‌ ପରପାରିରେ ନିୟୁ ଓ୍ବାଲର୍‌ଡରେ (ମାନେ ଆମେରିକାରେ) ଆଖୁ, ଧୂଆଁପତ୍ର, କପା ଓ ଅନ୍ୟ କଞ୍ଚାପଇସା ମିଳୁଥିବା ଫସଲର ପ୍ଲାଣ୍ଟେଶନ୍‌ରେ, (କାଶ୍‌ କ୍ରପ୍‌ରେ) କିଣାଚାକର ଭାବେ କାମ କରିଥିବା ବିପୁଳ ସଂଖ୍ୟାର ଆଫ୍ରିକୀୟମାନଙ୍କୁ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri