ନୂଆ କାମ ସୁଯୋଗରେ ଦୁବାଇରେ ଏରିକା

ମୁମ୍ବାଇ: ଟେଲି ଅଭିନେତ୍ରୀ ଏରିକା ଫର୍ନାଣ୍ଡିସ୍‌ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ। ସେ ତାଙ୍କ ଅଭିନୟର ଛାପ ଟିଭିରେ ଦେଖାଇ ସାରିଛନ୍ତି। ତେବେ ସେ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ସେ ଏକ ଭିଡିଓ ଜରିଆରେ ତାଙ୍କ ଫ୍ୟାନ୍ସମାନଙ୍କ ସହ ଶେୟାର କରିଛନ୍ତି। ସେ ଭାରତ ଛାଡି ଦୁବାଇ ଯିବାକୁ ନିଷ୍ପତି ନେଇଛନ୍ତି। ଦୁବାଇରେ ଭିଡିଓ ନିର୍ମାତାଙ୍କ ସହ ତାଙ୍କର ପାରସ୍ପରିକ ସମ୍ପର୍କର ଏକ ଭିଡିଓ ଶେୟାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ଭାରତରେ ଥିଲେ ସେତେବେଳେ କାମ କରୁଥିଲେ। ଆଉ ସେ ଯେତେବେଳେ ଦୁବାଇ ଗଲେ, ସେତେବେଳେ କାମ କରୁ ନାହାନ୍ତି। କିନ୍ତୁ ସମସ୍ତଙ୍କ ଜୀବନ ଭଳି ତାଙ୍କ ଜୀବନରେ ମଧ୍ୟ ଏମିତି ଏକ ସମୟ ଆସିବ ଯେତେବେଳେ ସେ କିଛି ନୂଆ କରିବାକୁ ସୁଯୋଗ ପାଇବେ। ସେ ଚାହିଁଲେ ଅନ୍ୟ କେଉଁଠାକୁ ଯାଇପାରନ୍ତି। କିନ୍ତୁ ସେ ଦୁବାଇରେ ରହିବାକୁ ଚାହାନ୍ତି ବୋଲି କହିଛନ୍ତି। ତାଙ୍କୁ କିଛି ନୂଆ କାର୍ଯ୍ୟର ସୁଯୋଗ ପାଇବେ ବୋଲି ସେ କହିଛନ୍ତି। ତେବେ ଏରିକା ଟେଲିଭିଜନର ଅନେକ ସିରିଏଲରେ କାର୍ଯ୍ୟ କରିଛନ୍ତି। ‘କୁଛ୍‌ ରଙ୍ଗ ପ୍ୟାର୍‌କେ ଏସେଭି’ ଏବଂ ‘କସୋଟି ଜିନ୍ଦେଗି କି’ ଜରିଆରେ ନିଜକୁ ଅଧିକ ପରିଚିତ କରାଇ ପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନାଶ କାଳେ ବିପରୀତ ବୁଦ୍ଧି.. କାହିଁକି ଏମିତି କହିଲେ ସୁନୀତା

ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ କୋମଲ ରାଣୀ ସ୍ବର୍ଣ୍ଣକରଙ୍କ ସହ ଦେଖାଯାଇଥିଲା। ଆଗାମୀ ଚଳଚ୍ଚିତ୍ର ‘ରୂପା’ରେ ଗୋବିନ୍ଦାଙ୍କ ସହ-ଅଭିନେତ୍ରୀ ଭାବେ କୋମଲ…

କିଏ ସେହି ଯୁବତୀ, ଯାହାଙ୍କ ପ୍ରେମରେ ଉବୁଟୁବୁ ଗୋବିନ୍ଦା

ଅଭିନେତା ଗୋବିନ୍ଦା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସ୍ତ୍ରୀ ସୁନିତା ଆହୁଜା ତାଙ୍କ ନାଁରେ ଅନୈତିକ ସମ୍ପର୍କ ରଖିଥିବାର ଅଭିଯୋଗ ଆଣିଛନ୍ତି। ନିକଟରେ ଗୋବିନ୍ଦା…

ଧୋକା ଦେଇଛନ୍ତି ରାହୁଲ ଗାନ୍ଧୀ: କାହିଁକି ଏମିତି କହିଲେ କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୧୧।୮: ସଂସଦର ମକର ଦ୍ୱାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ବିତର୍କ ଏଡାଇବା ଅଭିଯୋଗରେ ଏନଡିଏ ଏମ୍‌ପିମାନେ ମଙ୍ଗଳବାର ପ୍ରତିବାଦ ପ୍ରଦର୍ଶନ କରିଥିଲେ। ପ୍ଲାକାର୍ଡ ଧରି…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri