ଆତଙ୍କ ରୋକିପାରୁନି ‘ଐରାବତ’

ଢେଙ୍କାନାଳ ଅଫିସ, ୧୧।୧୧: ଚିନ୍ତା ବଢ଼ାଇଥିଲେ ହାତୀପଲ। ଏବେ ସେଥିରେ ସାମିଲ ହୋଇଛନ୍ତି ବାର୍‌ହା। ରାତିଅଧିଆ ଦଳବଦ୍ଧ ହୋଇ ସେମାନେ ଖାଇଯାଉଛନ୍ତି ଏକର ଏକର ଜମିର ଫସଲ। ଯେତିକି ଖାଉନାହାନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଦଳିଚକଟି ନଷ୍ଟ କରି ପକାଉଛନ୍ତି। ପାଚିଲା ଧାନ ଘରକୁ ଆଣିବା ସମୟରେ ଜଙ୍ଗଲୀ ଜନ୍ତୁଙ୍କ ଏପରି ଉପଦ୍ରବ ଚାଷୀଙ୍କ ଆଖିରେ ଭରିଦେଇଛି ଲୁହ। ହାତୀ ଏବଂ ଅନ୍ୟ ବନ୍ୟପ୍ରାଣୀଙ୍କ ଆତଙ୍କ ରୋକିବା ଲାଗି ନିୟୋଜିତ ଏକମାତ୍ର ଅତ୍ୟାଧୁନିକ ଯାନ ‘ଐରାବତ’ ଯଥେଷ୍ଟ ହେଉ ନ ଥିବାବେଳେ ହାଡ଼ଭଙ୍ଗା ପରିଶ୍ରମର ମୂଲ୍ୟ ମିଳିବ କି ନାହିଁ, ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲାର ଚାଷୀ।
ଶିଳ୍ପକୁ ନେଇ ସମୃଦ୍ଧ ହୋଇଥିଲେ ମଧ୍ୟ ଢେଙ୍କାନାଳ ଜିଲାବାସୀଙ୍କ ପ୍ରମୁଖ ଜୀବିକା କୃଷି। ଜିଲାରେ ମୋଟ ୧ ଲକ୍ଷ ୮୫ ହଜାର ୨୫୦ ହେକ୍ଟର ଚାଷ ଜମି ମଧ୍ୟରୁ ଚଳିତ ଖରିଫ୍‌ ଋତୁରେ ୧ ଲକ୍ଷ ୭୮ ହଜାର ୮୬୧ ହେକ୍ଟର ଜମିରେ ଚାଷ ହୋଇଥିଲା। କେବଳ ୯୩ ହଜାର ୬୦ ହେକ୍ଟର ଜମିରେ ଧାନ ଫସଲ କରାଯାଇଛି। ଏବେ ଧାନ ପାଚି ଆସୁଥିବାବେଳେ ବିଲରେ ମାତିଛନ୍ତି ହାତୀ ଓ ବାର୍‌ହା। ୨୦୨୧-୨୨ରେ ଏମାନେ ୧୩,୬୫୪.୧୦ ଏକର ଜମିରେ ଫସଲ ନଷ୍ଟ କରିଥିବାବେଳେ ଚଳିତବର୍ଷ ଏପ୍ରିଲ୍‌ରୁ ଅଗଷ୍ଟ ମଧ୍ୟରେ ୩୫୦ ଏକରରୁ ଊର୍ଦ୍ଧ୍ୱ ଜମିରେ ବ୍ୟାପକ କ୍ଷୟକ୍ଷତି କରିସାରିଲେଣି। ସେପ୍ଟେମ୍ବରରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା କ୍ଷୟକ୍ଷତି ଆକଳନ କଲେ ଏହାର ପରିମାଣ ଦୁଇଗୁଣା ହୋଇଯିବ ବୋଲି ଅନୁମାନ କରାଯାଉଛି। ହାତୀଙ୍କ ପାଇଁ ହାତୀ ସ୍କ୍ବାଡ୍‌ କର୍ମଚାରୀ, ‘ଐରାବତ’ ଯାନ, ମହୁବାକ୍ସ, ସୋଲାର ଫ୍ୟାନ୍ସିଂ ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ କୌଣସି ଯୋଜନା ଫଳପ୍ରସୂ ହୋଇପାରୁନାହିଁ। ଏବେ ହାତୀଙ୍କଠାରୁ ବଳିଗଲାଣି ବାର୍‌ହା ଆତଙ୍କ। ହାତୀ ଘଉଡ଼ାଇବା ପାଇଁ ସବୁ ଯୋଜନା ଫସର ଫାଟୁଥିବାବେଳେ ବାର୍‌ହା ମୁହଁରୁ କିପରି ଫସଲକୁ ସୁରକ୍ଷିତ ରଖାଯିବ, ସେ ନେଇ ବାଟ ପାଉନାହିଁ ବନ ବିଭାଗ।
ସବୁଠାରୁ ବଡ଼କଥା ହେଲା, ହାତୀପଲ ଦାଉରୁ ଫସଲ ସୁରକ୍ଷା ପାଇଁ ଦୁଇବର୍ଷ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ବନ ବିଭାଗକୁ ପ୍ରଦାନ କରାଯାଇଥିଲା ଅତ୍ୟାଧୁନିକ ହାତୀ ଘଉଡ଼ାଇବା ଯାନ ‘ଐରାବତ’। ଏହାକୁ ଜିଲାର ସର୍ବାଧିକ ହାତୀ ଉପଦ୍ରୁତ ମହାବିରୋଡ ରେଞ୍ଜ୍‌ରେ ମୁତୟନ କରାଯାଇଥିଲା। ‘ଐରାବତ’ ଯାନରେ ତୀବ୍ର ଶବ୍ଦ ସୃଷ୍ଟିକାରୀ ସାଇରନ୍‌, ଲାଲ୍‌ବତୀ ହାତୀଙ୍କୁ କ୍ଷେତରୁ ଦୂରେଇ ରଖିବ ବୋଲି କୁହାଯାଉଥିଲା। ସେହିପରି ଆଧୁନିକ ଉପକରଣ ସହ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ ସଦସ୍ୟ ଏଥିରେ ରହି ହାତୀଙ୍କ ଉପରେ ନଜର ରଖୁଛନ୍ତି। ଆରମ୍ଭରୁ କିଛିଦିନ ‘ଐରାବତ’ ହାତୀଙ୍କ ମଧ୍ୟରେ ଭୟ ସଞ୍ଚାର କରିଥିଲା। ତେବେ ବିଶାଳ ଢେଙ୍କାନାଳ ବନଖଣ୍ଡରେ ମାତ୍ର ଗୋଟିଏ ‘ଐରାବତ’ ଯାନ ନିଅଣ୍ଟ ହେଉଛି। ଏକାସଙ୍ଗରେ ବିଭିନ୍ନ ରେଞ୍ଜ୍‌ରେ ହାତୀ ଉପଦ୍ରବ ଆରମ୍ଭ ହେଲେ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରୁନାହିଁ। ତେଣୁ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଅଧିକ ବନ କର୍ମଚାରୀ, ହାତୀ ସ୍କ୍ବାଡ୍‌ କର୍ମଚାରୀ ନିୟୋଜିତ କରିବାକୁ ଚାଷୀମାନେ ଦାବି କରିଛନ୍ତି।

କ୍ଷତିପୂରଣ ସମୁଦ୍ରକୁ ଶଙ୍ଖେ

ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ କ୍ଷୟକ୍ଷତି ହେଲେ ଚାଷୀଙ୍କୁ ସରକାରୀସ୍ତରରେ କ୍ଷତିପୂରଣ ଯୋଗାଇ ଦିଆଯାଉଛି। ହେଲେ ପରିଶ୍ରମ ତୁଳନାରେ ଏହା ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀମାନେ କହିଛନ୍ତି। ହାତୀ ଆକ୍ରମଣରେ ଜୀବନ ଗଲେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଦିଆଯାଉଛି। ହେଲେ ବାର୍‌ହା ଆକ୍ରମଣରେ ଜୀବନ ହାନି ହେଲେ ସେଭଳି କୌଣସି ଆର୍ଥିକ ସହାୟତା ବ୍ୟବସ୍ଥା ନାହିଁ। ଏକର ପିଛା ଫସଲ କ୍ଷତି ପାଇଁ ୧୦ ହଜାର ଟଙ୍କା ମିଳୁ ଥିବାବେଳେ ଆମ୍ବ, ପରିବା ଚାଷ କ୍ଷେତ୍ରରେ ଏହାର ପରିମାଣ ୧୨ ହଜାର। ଗତବର୍ଷ ଘରଭଙ୍ଗା ଏବଂ ଚାଷୀଙ୍କ ଫସଲ କ୍ଷତିପୂରଣ ବାବଦକୁ ବନ ବିଭାଗ ପକ୍ଷରୁ ୩୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କ୍ଷତିପୂରଣ ଲାଗି ଚାଷୀଙ୍କୁ ୭ଦିନ ମଧ୍ୟରେ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡ଼େ। ଅନ୍‌ଲାଇନ ଆବେଦନ ସୁବିଧା ନ ଥିବା ସ୍ଥାନରେ ବନ କର୍ମଚାରୀମାନେ କ୍ଷୟକ୍ଷତି ଆକଳନ କରି ବିଭାଗକୁ ପଠାଇଥାଆନ୍ତି ା

 

ଚାଷୀ ଆତଙ୍କିତ ଅବସ୍ଥାରେ ଅଛନ୍ତି
ହାତୀ, ବାର୍‌ହା ଉପଦ୍ରବ ବଢୁଥିବାରୁ ଚାଷୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗଜବନ୍ଧୁମାନେ ହାତୀପଲ ଗତିବିଧି ସମ୍ପର୍କରେ ବନ ବିଭାଗକୁ ଠିକ୍‌ ସୂଚନା ଦେବା ସହ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ଉଚିତ୍‌ ା
-ବଳଭଦ୍ର ସାମଲ, ବେଲଟିକିରି ସରପଞ୍ଚ
୫ମାସ ହେଲା ଭାଡ଼ିରେ ଫସଲ ଜଗୁଛୁ
ଧାନ ବେଉଷଣ ପରଠାରୁ ହାତୀ, ବାର୍‌ହାଙ୍କ ଉପଦ୍ରବ ଲାଗି ରହିଛି। ସେମାନେ ପାଚିଲା ଫସଲ ଖାଇଯାଉଛନ୍ତି। ଦୀର୍ଘ ୫ ମାସ ହେଲା ରାତିରେ ଟର୍ଚ୍ଚ ଲାଇଟ୍‌ ଧରି ଜମି ନିକଟରେ ଭାଡ଼ି କରି ଫସଲ ଜଗୁଛୁ।
-ଗୋପାଳ ଷେଣ୍ଢ, ଚାଷୀ, ବେଲିଟିକିରି
ଜମିରେ ଆଉ ଫସଲ ନାହିଁ
ବାର୍‌ହା, ହାତୀ ପଲ ଗତ ଅକ୍ଟୋବର ୨୪ରେ ୮୮ ଡେସିମିଲ ଏବଂ ମାସେ ତଳେ ୧.୭ ଏକର ଜମିରେ ଫସଲ ଉଜାଡ଼ିଦେଇଛନ୍ତି। ଜମିରେ ଆଉ ଫସଲ ନାହିଁ। କ୍ଷତିପୂରଣ ପାଇଁ ଆବେଦନ କରାଯାଇଛି।

-ସନ୍ତୋଷ କୁମାର ସ୍ବାଇଁ, ଚାଷୀ, ଗୋବିନ୍ଦପୁର

ବନ ବିଭାଗର ଚିନ୍ତା ବଢ଼ିଯାଇଛି
ଫସଲ ଅମଳ ସମୟ ଆସିଥିବାରୁ ବନ ବିଭାଗର ଚିନ୍ତା ବଢ଼ିଯାଇଛି ା ଫସଲ ସୁରକ୍ଷା ପାଇଁ ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ ଛଡ଼ା ଅନ୍ୟ ବ୍ୟବସ୍ଥା ନାହିଁ। ଅଧିକ ହାତୀ ଉପଦ୍ରୁତ ଅଞ୍ଚଳରେ ‘ଐରାବତ’କୁ ନିୟୋଜିତ କରାଯାଉଛି।
-ଡ. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ

ଜିଲାରେ ଅଛନ୍ତି ୩୦୮ ହାତୀ

ଢେଙ୍କାନାଳ ଜିଲାର ବିଭିନ୍ନ ବନାଞ୍ଚଳରେ ଏବେ ୩୦୮ ହାତୀ ବିଚରଣ କରୁଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ତନ୍ମଧ୍ୟରୁ କେବଳ ମହାବିରୋଡ୍‌ ରେଞ୍ଜ୍‌ରେ ଏକ ପଲରେ ୩୨ ଏବଂ ହିନ୍ଦୋଳ ରେଞ୍ଜ୍‌ରେ ଗୋଟିଏ ଦଳରେ ୭୦ଟି ହାତୀ ଅଛନ୍ତି। ସେମାନେ ବ୍ୟାପକ ଫସଲ ନଷ୍ଟ କରିବା ସହ ବାରମ୍ବାର ଜନବସତିମୁହଁା ହେଉଛନ୍ତି, ଯାହାକୁ ନେଇ ଅଞ୍ଚଳବାସୀ ଚିନ୍ତାରେ ପଡ଼ିଛନ୍ତି।
ଅନ୍ୟ ହାତୀପଲ ସଂରକ୍ଷିତ ଜଙ୍ଗଲ ଏବଂ ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଡେରା ପକାଇଛନ୍ତି। ସେମାନଙ୍କୁ ମୂଳ ବାସସ୍ଥଳୀରେ ଛାଡ଼ିବାକୁ ବନ ବିଭାଗ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଉଥିଲେ ମଧ୍ୟ ସଫଳତା ମିଳୁନାହିଁ। ଫସଲ ଉତ୍ପାଦନ ସମୟ ହୋଇଥିବାରୁ ହାତୀପଲ ଜମି ଛାଡୁନାହାନ୍ତି, ଯାହା ବନ ବିଭାଗର ଚିନ୍ତା ବଢ଼ାଇଛି।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri