Posted inଜାତୀୟ

ଇପିଏସ୍‌ ବନାମ ଷ୍ଟାଲିନ

ଚେନ୍ନାଇ/ନୂଆଦିଲ୍ଲୀ,୨ା୪:ତାମିଲନାଡୁରେ କ୍ଷମତା ଦଖଲ ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପ୍ରସ୍ତୁତ। ଜଣେ ଆକସ୍ମିକ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ଜଣେ କ୍ରମଶଃ ରାଜନୀତିର ପାଠ ପଢ଼ିଛନ୍ତି। ଜଣେ ଚାଷୀ ପରିବାରରୁ ଆସିଥିବାବେଳେ ଆଉ ଜଣେ ରାଜ୍ୟର ସବୁଠୁ ବଡ଼ ନେତାଙ୍କ ପୁଅ। ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଡିଏମ୍‌କେ) ପ୍ରତିଷ୍ଠାତା ଏମ୍‌. କରୁଣାନିଧିଙ୍କ ପୁଅ ହିସାବରେ ଏମ୍‌.କେ. ଷ୍ଟାଲିନ ଦଳର ନେତୃତ୍ୱ ନେଉଥିଲେ ମଧ୍ୟ ଏଥିପାଇଁ ତାଙ୍କୁ ୬୪ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୧୭ ଜାନୁୟାରୀରେ ତାଙ୍କୁ ଡିଏମ୍‌କେର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା। ୨୦୧୮ ଅଗଷ୍ଟ ୭ରେ କରୁଣାନିଧିଙ୍କ ମୃତ୍ୟୁ ପରେ ଷ୍ଟାଲିନ ଦଳର ମଙ୍ଗ ଧରିଥିଲେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ. ପାଲାନିସ୍ବାମୀ(ଇପିଏସ୍‌)ଙ୍କ ରାଜନୈତିକ ଯାତ୍ରା ଥିଲା ସମ୍ପୂର୍ଣ୍ଣ ଭିନ୍ନ। ୨୦୧୬ ଡିସେମ୍ବରରେ ଅଲ୍‌ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଜାଗାମ୍‌ (ଏଆଇଏଡିଏମ୍‌କେ) ସୁପ୍ରିମୋ ଜେ. ଜୟଲଲିଥାଙ୍କ ବିୟୋଗ ପରେ ଦଳ ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଟଣାଓଟରା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଥିଲା।

ଡିଏମ୍‌କେ ପଟେ ଷ୍ଟାଲିନ ଏବଂ ଏଆଇଏଡିଏମ୍‌କେ ପକ୍ଷରେ ଇପିଏସ୍‌ ହେଉଛନ୍ତି ଏଥର କମାଣ୍ଡର। ଷ୍ଟାଲିନ ଜଣେ ଭିଭିଆଇପି ପରିବାର ସଦସ୍ୟ ରୂପେ ଚେନ୍ନାଇରେ ବଢ଼ିଥିବାବେଳେ ଇପିଏସ୍‌ ସାଲେମର ଏକ ଚାଷୀ ପରିବାର ଓ ସାଧାରଣ ପୃଷ୍ଠଭୂମିରୁ ଆସିଛନ୍ତି। ଜୟଲଲିଥାଙ୍କ ବାନ୍ଧବୀ ଭି.କେ. ଶଶୀକଳାଙ୍କ ବିଦ୍ରୋହ ଇପିଏସ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ଲାଗି ସୁଯୋଗ ସୃଷ୍ଟି କରିଥିଲା। ସେତେବେଳେ ଦୁଇଟି କ୍ଷମତାକେନ୍ଦ୍ର ଗଢ଼ିଉଠିଥିଲା। ଗୋଟିଏ ପଟେ ଶଶୀକଳା ଥିବାବେଳେ ଅନ୍ୟପଟେ ଭାଜପା ସମର୍ଥତ୍ତ ଓ. ପନ୍ନିରସେଲଭମ୍‌ ମୁଖ୍ୟମନ୍ତ୍ରୀ ହୋଇଯାଇଥିଲେ। କିନ୍ତୁ ଶଶୀକଳା ଗୋଷ୍ଠୀ ପେଞ୍ଚ କରି ଓପିଏସ୍‌ଙ୍କୁ ଶକ୍ତିପରୀକ୍ଷାରେ ପରାଜିତ କରିଥିଲେ ଏବଂ ୨୦୧୭ ଜାନୁୟାରୀରେ ଇପିଏସ୍‌ ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶଶୀକଳା ଜେଲ ଯିବା ପରେ ଇପିଏସ୍‌-ଓପିଏସ୍‌ ଗୋଷ୍ଠୀ ଏକାଠି ହୋଇଥିଲେ ତାଙ୍କୁ ଦଳରୁ ବାହାରେ ରଖିବା ସର୍ତ୍ତରେ। ଏହା ପରେ ଅନେକ କିଛି ବଦଳିଯାଇଛି। ଇପିଏସ୍‌ ଆକସ୍ମିକ ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ନିଜ ଗୋଡ଼ରେ ଛିଡ଼ା ହୋଇ ଅନେକ କିଛି କରିବାକୁ ସକ୍ଷମ।
ସମୟର ସ୍ବଳ୍ପତା ଦୃଷ୍ଟିରୁ ଦୁଇ ଦଳ ସଭା ପରିବର୍ତ୍ତେ ମାରାଥନ୍‌ ରୋଡ୍‌ ଶୋ’ କରୁଛନ୍ତି। ଷ୍ଟାଲିନ କରୁଣାନିଧିଙ୍କ ଭଳି ଭଲ ବକ୍ତା ହୋଇ ନ ଥିଲେ ବି ଇପିଏସ୍‌ ସରକାରଙ୍କୁ ଦୁର୍ନୀତି ଅଭିଯୋଗରେ ଘେରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଅନ୍ୟପକ୍ଷେ ଇପିଏସ୍‌ ନିଜ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଫଳତାକୁ ନେଇ ଭୋଟ ମାଗୁଛନ୍ତି। ଏଥିସହ ୨୦୦୬-୧୧ରେ ଷ୍ଟାଲିନ ଉପମୁଖ୍ୟମନ୍ତ୍ରୀ ଥିବାବେଳେ ଡିଏମ୍‌କେ ଶାସନର ଦାଦାଗିରି କଥା ଲୋକଙ୍କୁ ମନେପକାଇ ଦେଉଛନ୍ତି। ଏସବୁ ସତ୍ତ୍ୱେ ଏହି ନିର୍ବାଚନ ଷ୍ଟାଲିନଙ୍କ ସପକ୍ଷରେ ଯାଇପାରେ ବୋଲି ଅନେକ ଦୃଷ୍ଟିରୁ ଆକଳନ କରୁଛନ୍ତି ରାଜନୈତିକ ପଣ୍ଡିିତ। କାରଣ ଏଆଇଏଡିଏମ୍‌କେ ବିରୋଧରେ ୧୦ ବର୍ଷର କ୍ଷମତା ବିରୋଧୀ ହାୱା ବହୁଛି।
୨୩୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଉଭୟ ଦଳ ୧୭୦ ସିଟ୍‌ରେ ନିଜ ନିଜ ଚିହ୍ନରେ ଲଢ଼ୁଥିବାରୁ ଏହା ଏକ ବଡ଼ ଫ୍ୟାକ୍ଟର ହୋଇପାରେ। ଡିଏମ୍‌କେ ସହଯୋଗୀ କଂଗ୍ରେସ ୨୫ ଆସନରେ ଲଢ଼ୁଥିବାବେଳେ ବିରୋଧୀ ମେଣ୍ଟରେ ଦଳିତ ପାର୍ଟି, ସିଭିକେ, ସିପିଆଇ, ସିପିଏମ୍‌, ଏମ୍‌ଡିଏମ୍‌କେ, ଏମ୍‌ଏମ୍‌କେ, ଆଇଆଇଏମ୍‌ଏଲ୍‌ ଏବଂ ଅନ୍ୟ ଏକ ମୁସଲିମ୍‌ ଦଳ ରହିଛି। ଅନ୍ୟପକ୍ଷେ ଇପିଏସ୍‌ଙ୍କ ଭୋଟ ବ୍ୟାଙ୍କରେ ଛିଦ୍ର କରିବା ପାଇଁ ବିଦ୍ରୋହୀ ଟିଟିଭି ଦିନାକରନ ଉଦ୍ୟମ ଚଳାଇଛନ୍ତି। ଭାଜପା ସହ ଏଆଇଏଡିଏମ୍‌କେ ମେଣ୍ଟ କରିଥିବାରୁ ସଂଖ୍ୟାଲଘୁ ମୁସଲମାନ ଓ ଖ୍ରୀଷ୍ଟିଦଆନଙ୍କ ୧୨% ଭୋଟ ଇପିଏସ୍‌ଙ୍କୁ ମହଙ୍ଗା ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri