ଇପିଏଫ୍‌ଓ ଆକାଉଣ୍ଟଧାରୀଙ୍କ ଅପେକ୍ଷାର ହେବ ଅନ୍ତ! ଖୁବ୍‌ଶୀଘ୍ର ଆସିପାରେ ସୁଧ, ଏଭଳି ଦେଖନ୍ତୁ…

ନୂଆଦିଲ୍ଲୀ,୨୨।୧: ଇପିଏଫ୍‌ଓ ଆକାଉଣ୍ଟଧାରୀଙ୍କ ପାଇଁ ସୁଧର ଅପେକ୍ଷା ଶେଷ ହୋଇପାରେ। କାରଣ ଖୁବ୍‌ଶୀଘ୍ର ସରକାରଙ୍କ ପକ୍ଷରୁ ସୁଧ ଟଙ୍କା ଆକାଉଣ୍ଟଙ୍କୁ ଆସିପାରେ। କାଉଣ୍ଟଧାରୀମାନେ ନଭେମ୍ବର ୨୦୨୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ଟଙ୍କା କ୍ରେଡିଟ କରିବାକୁ ଅପେକ୍ଷା କରିଛନ୍ତି। ଆକାଉଣ୍ଟଧାରୀମାନେ ନଭେମ୍ବରରୁ ଟଙ୍କା ପାଇବା ଆରମ୍ଭ କରିବେ ବୋଲି ଇପିଏଫ୍‌ଓ ଅକ୍ଟୋବରରେ ଘୋଷଣା କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ସୁଧ ଅଟକି ରହିଛି।

ଅର୍ଥ ମନ୍ତ୍ରଣାଳୟ ଜୁନ୍‌ ୨୦୨୨ରେ ୮.୧% ହାରରେ ସୁଧ ଦେୟ ଲାଗି ଅନୁମୋଦନ କରିଥିଲା। ଇପିଏଫ୍‌ ଟ୍ରଷ୍ଟିମାନେ ସୁଧରେ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଆସନ୍ତା ହୋଲି ପୂର୍ବରୁ ସରକାର ଏହି ସୁଧକୁ ଦେବାର ସମ୍ଭାବନା ରହିଛି। ହେଲେ ଏପର୍ଯ୍ୟନ୍ତ ଇପିଏଫ୍‌ଓ ପକ୍ଷରୁ ଏନେଇ କୌଣସି ସରକାରୀ ବିବୃତ୍ତି ପ୍ରକାଶ କରାଯାଇନାହିଁ।

କିଭଳି କରିବେ ଯାଞ୍ଚ:
ଅନଲାଇନରେ ଇପିଏଫ୍‌ ବାଲାନ୍ସ ଯାଞ୍ଚ କରିବାକୁ, ପ୍ରଥମେ epfindia.gov.in କୁ ଯାଆନ୍ତୁ। ଏହା ପରେ ‘ଆଓ୍ବାର ସର୍ଭିସେସ୍‌’ ଟ୍ୟାବ ଉପରେ କ୍ଲିକ କରନ୍ତୁ । ଏହା ପରେ ‘ଫର୍‌ ଏମ୍ପ୍ଲୋଇଜ୍‌’ ବିକଳ୍ପ ଚୟନ କରନ୍ତୁ।
ଯେତେବେଳେ ନୂତନ ପୃଷ୍ଠା ଖୋଲିବ, ଆପଣଙ୍କୁ ‘ମେମ୍ବର ପାସ୍‌ବୁକ୍‌’ ଉପରେ କ୍ଲିକ କରିବାକୁ ପଡିବ। ଏଠାରେ ଆପଣଙ୍କୁ ଆପଣଙ୍କର UAN (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ଏବଂ ପାସୱାର୍ଡ ଦେବାକୁ ପଡିବ।
ଲଗ୍‌ଇନ୍‌ରେ, ଆପଣଙ୍କ ସାମ୍ନାରେ ଏକ ଡ୍ରପ ଡାଉନ୍‌ ହେବ, ଏଥିରେ ଭିନ୍ନ ପିଏଫ୍‌ ଆକାଉଣ୍ଟ ବିକଳ୍ପ ରହିବ। କରେଣ୍ଟ ମେମ୍ବର ଆଇଡିକୁ ଚୟନ କରନ୍ତୁ । ଏଥିରେ ଉଭୟ ନିଜର ଏବଂ ନିଯୁକ୍ତିଦାତାଙ୍କ ମାସିକ ଅବଦାନ ଦେଖିପାରିବେ। ଏହା ସହିତ ମୋଟ ଟଙ୍କା ଦେଖାଯିବ। ଏଥିରୁ ଋଣ ଟଙ୍କା କ୍ରେଡିଟ୍‌ ହୋଇଛି କି ନାହିଁ ଜଣାପଡ଼ିବ।

-ଏସ୍‌ଏମ୍‌ଏସ୍‌ ଏବଂ ଉମଙ୍ଗ ଆପ୍‌ ମାଧ୍ୟମରେ ବାଲାନ୍ସ କିଭଳି ଚେକ୍‌ କରିବେ?

ବାଲାନ୍ସ ଚେକ୍‌୍‌ କରିବାକୁ ୭୭୩୮୨୯୯୮୯୯କୁ ‘EPFOHO UAN ENG’ ବାର୍ତ୍ତା ପଠାଇପାରିବେ। ୯୯୬୬୦୪୪୪୨୫ ମଧ୍ୟ ଏକ ନମ୍ବର ଅଛି, ଯେଉଁଥିରେ ଏକ ମିସ କଲ ପଠାଇ ପିଏଫ୍‌ ବାଲାନ୍ସ ଯାଞ୍ଚ କରିପାରିବେ। ଏହା ବ୍ୟତୀତ, ଉମଙ୍ଗ ଆପ ମାଧ୍ୟମରେ ପିଏଫ୍‌ ଆକାଉଣ୍ଟକୁ ମଧ୍ୟ ଆକ୍ସେସ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri