ଇପିଏଫ୍‌ଓ ଆକାଉଣ୍ଟଧାରୀଙ୍କ ଅପେକ୍ଷାର ହେବ ଅନ୍ତ! ଖୁବ୍‌ଶୀଘ୍ର ଆସିପାରେ ସୁଧ, ଏଭଳି ଦେଖନ୍ତୁ…

ନୂଆଦିଲ୍ଲୀ,୨୨।୧: ଇପିଏଫ୍‌ଓ ଆକାଉଣ୍ଟଧାରୀଙ୍କ ପାଇଁ ସୁଧର ଅପେକ୍ଷା ଶେଷ ହୋଇପାରେ। କାରଣ ଖୁବ୍‌ଶୀଘ୍ର ସରକାରଙ୍କ ପକ୍ଷରୁ ସୁଧ ଟଙ୍କା ଆକାଉଣ୍ଟଙ୍କୁ ଆସିପାରେ। କାଉଣ୍ଟଧାରୀମାନେ ନଭେମ୍ବର ୨୦୨୨ରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ଟଙ୍କା କ୍ରେଡିଟ କରିବାକୁ ଅପେକ୍ଷା କରିଛନ୍ତି। ଆକାଉଣ୍ଟଧାରୀମାନେ ନଭେମ୍ବରରୁ ଟଙ୍କା ପାଇବା ଆରମ୍ଭ କରିବେ ବୋଲି ଇପିଏଫ୍‌ଓ ଅକ୍ଟୋବରରେ ଘୋଷଣା କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ସୁଧ ଅଟକି ରହିଛି।

ଅର୍ଥ ମନ୍ତ୍ରଣାଳୟ ଜୁନ୍‌ ୨୦୨୨ରେ ୮.୧% ହାରରେ ସୁଧ ଦେୟ ଲାଗି ଅନୁମୋଦନ କରିଥିଲା। ଇପିଏଫ୍‌ ଟ୍ରଷ୍ଟିମାନେ ସୁଧରେ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଆସନ୍ତା ହୋଲି ପୂର୍ବରୁ ସରକାର ଏହି ସୁଧକୁ ଦେବାର ସମ୍ଭାବନା ରହିଛି। ହେଲେ ଏପର୍ଯ୍ୟନ୍ତ ଇପିଏଫ୍‌ଓ ପକ୍ଷରୁ ଏନେଇ କୌଣସି ସରକାରୀ ବିବୃତ୍ତି ପ୍ରକାଶ କରାଯାଇନାହିଁ।

କିଭଳି କରିବେ ଯାଞ୍ଚ:
ଅନଲାଇନରେ ଇପିଏଫ୍‌ ବାଲାନ୍ସ ଯାଞ୍ଚ କରିବାକୁ, ପ୍ରଥମେ epfindia.gov.in କୁ ଯାଆନ୍ତୁ। ଏହା ପରେ ‘ଆଓ୍ବାର ସର୍ଭିସେସ୍‌’ ଟ୍ୟାବ ଉପରେ କ୍ଲିକ କରନ୍ତୁ । ଏହା ପରେ ‘ଫର୍‌ ଏମ୍ପ୍ଲୋଇଜ୍‌’ ବିକଳ୍ପ ଚୟନ କରନ୍ତୁ।
ଯେତେବେଳେ ନୂତନ ପୃଷ୍ଠା ଖୋଲିବ, ଆପଣଙ୍କୁ ‘ମେମ୍ବର ପାସ୍‌ବୁକ୍‌’ ଉପରେ କ୍ଲିକ କରିବାକୁ ପଡିବ। ଏଠାରେ ଆପଣଙ୍କୁ ଆପଣଙ୍କର UAN (ୟୁନିଭର୍ସାଲ ଆକାଉଣ୍ଟ ନମ୍ବର) ଏବଂ ପାସୱାର୍ଡ ଦେବାକୁ ପଡିବ।
ଲଗ୍‌ଇନ୍‌ରେ, ଆପଣଙ୍କ ସାମ୍ନାରେ ଏକ ଡ୍ରପ ଡାଉନ୍‌ ହେବ, ଏଥିରେ ଭିନ୍ନ ପିଏଫ୍‌ ଆକାଉଣ୍ଟ ବିକଳ୍ପ ରହିବ। କରେଣ୍ଟ ମେମ୍ବର ଆଇଡିକୁ ଚୟନ କରନ୍ତୁ । ଏଥିରେ ଉଭୟ ନିଜର ଏବଂ ନିଯୁକ୍ତିଦାତାଙ୍କ ମାସିକ ଅବଦାନ ଦେଖିପାରିବେ। ଏହା ସହିତ ମୋଟ ଟଙ୍କା ଦେଖାଯିବ। ଏଥିରୁ ଋଣ ଟଙ୍କା କ୍ରେଡିଟ୍‌ ହୋଇଛି କି ନାହିଁ ଜଣାପଡ଼ିବ।

-ଏସ୍‌ଏମ୍‌ଏସ୍‌ ଏବଂ ଉମଙ୍ଗ ଆପ୍‌ ମାଧ୍ୟମରେ ବାଲାନ୍ସ କିଭଳି ଚେକ୍‌ କରିବେ?

ବାଲାନ୍ସ ଚେକ୍‌୍‌ କରିବାକୁ ୭୭୩୮୨୯୯୮୯୯କୁ ‘EPFOHO UAN ENG’ ବାର୍ତ୍ତା ପଠାଇପାରିବେ। ୯୯୬୬୦୪୪୪୨୫ ମଧ୍ୟ ଏକ ନମ୍ବର ଅଛି, ଯେଉଁଥିରେ ଏକ ମିସ କଲ ପଠାଇ ପିଏଫ୍‌ ବାଲାନ୍ସ ଯାଞ୍ଚ କରିପାରିବେ। ଏହା ବ୍ୟତୀତ, ଉମଙ୍ଗ ଆପ ମାଧ୍ୟମରେ ପିଏଫ୍‌ ଆକାଉଣ୍ଟକୁ ମଧ୍ୟ ଆକ୍ସେସ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri