Posted inଖେଳ

ଫାଇନାଲରେ ପହଞ୍ଚି ବି ଅଧିକ ଖୁସି ନାହାନ୍ତି କେକେଆର୍‌ ଅଧିନାୟକ; କହିଲେ ‘କିଛି ବି ହୋଇପାରେ’

ଦୁବାଇ,୧୪।୧୦: ଚେନ୍ନାଇ ସହ ଫାଇନାଲ ଖେଳିବ କେକେଆର୍‌। ବୁଧବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରିଥିଲା। ୧୩୫ ରନ୍‌ର ବିଜୟ ଲକ୍ଷ୍ୟକୁ କୋଲକାତା ୧୯.୫ ଓଭରରେ ୭ ଉଇକେଟ ହରାଇ ହାସଲ କରିନେଇଥିଲା। ୧୨୩/୧ ଉଇକେଟରୁ ୧୩୦ ଯାଏ ଆସୁଆସୁ କେକେଆର୍‌ ୭ ରନ୍‌ରେ ୬ ଉଇକେଟ ହରାଇଥିଲା। ଶେଷ ତିନି ଓଭରରେ ମ୍ୟାଚ୍‌ ଦିଲ୍ଲୀ ହାତକୁ ଯାଉଥିବା ଭଳି ଲାଗିଥିଲା। ହେଲେ ରାହୁଲ ତ୍ରିପାଠୀ ଧୌର୍ଯ୍ୟର ସହ ବ୍ୟାଟିଂ କରି ୨୦ ଓଭରର ୫ମ ବଲ୍‌ରେ ଛକା ମାରି କେକେଆର୍‌କୁ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚାଇଥିଲେ। କେକେଆର୍‌ର ବିଜୟ ପରେ ଅଧିନାୟକ ଇଓନ ମୋର୍ଗାନ ପ୍ରତିକ୍ରିୟା ରଖି ମ୍ୟାଚ୍‌କୁ ସହଜରେ ଜିତିଥିଲେ ଅଧିକ ଖୁସି ଲାଗିଥାନ୍ତା ବୋଲି କହିଛନ୍ତି।

ଯେଉଁଭଳି ଭାବେ ଆରମ୍ଭ ହୋଇଥିଲା ତାକୁ ଦେଖିଲେ ବିଜୟ ଆହୁରି ସହଜ ହୋଇପାରିଥାନ୍ତା। ଭେଙ୍କଟେଶ ଆୟର ଓ ଶୁବମନ ଗିଲ ଆମକୁ ଭଲ ପ୍ଲାଟଫର୍ମ ଦେଇଥିଲେ। ହେଲେ ପରେ କାକର ପଡ଼ିବାରୁ ମ୍ୟାଚ୍‌ର ଦିଗ ବଦଳିଯାଇଥିଲା। ଖୁସି ଏତିକି ଆମେ ଫାଇନାଲରେ ପହଞ୍ଚିଗଲୁ। ଯଦି ମ୍ୟାଚ୍‌କୁ ସହଜରେ ଜିତିଥାନ୍ତୁ ଅଧିକ ଖୁସି ଲାଗିଥାନ୍ତା। ମାତ୍ର ଦିଲ୍ଲୀ ଟିମ୍‌ ବହୁତ ମଜଭୂତ। ଦୁଇଟି ବଲ୍‌ରେ ଜିତିବା ଲାଗି ୬ ରନ୍‌ ମୁସ୍କିଲ ଥିଲା। ରାହୁଲ ଛକା ମାରି ଆମକୁ ଜିତାଇ ଦେଲେ। ଦଳର ମ୍ୟାନେଜମେଣ୍ଟ ଯୁବ ଖେଳାଳିମାନଙ୍କୁ ନିଜ ଅନୁଯାୟୀ ଖେଳିବାକୁ ପ୍ରୋତ୍ସାହିତ କରୁଛି। ଆମେ ସମସ୍ତ ଯୋଜନାରେ ସଫଳ ହେଉଛୁ। ଫାଇନାଲରେ ମଧ୍ୟ ବିଜୟ ଅଭିଯାନ ଜାରି ରଖିବୁ ବୋଲି ଆଶା। ଆଇପିଏଲ୍‌ର ସର୍ବଶ୍ରେଷ୍ଠ ଟିମ୍‌ ସହ ଖେଳିବାର ଅଛି। ଏଣୁ ଫାଇନାଲରେ କିଛି ବି ହୋଇପାରେ ବୋଲି ମୋର୍ଗାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?