Posted inଖେଳ

ଫାଇନାଲରେ ପହଞ୍ଚି ବି ଅଧିକ ଖୁସି ନାହାନ୍ତି କେକେଆର୍‌ ଅଧିନାୟକ; କହିଲେ ‘କିଛି ବି ହୋଇପାରେ’

ଦୁବାଇ,୧୪।୧୦: ଚେନ୍ନାଇ ସହ ଫାଇନାଲ ଖେଳିବ କେକେଆର୍‌। ବୁଧବାର ଖେଳାଯାଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ରୋମାଞ୍ଚକର ବିଜୟ ହାସଲ କରିଥିଲା। ୧୩୫ ରନ୍‌ର ବିଜୟ ଲକ୍ଷ୍ୟକୁ କୋଲକାତା ୧୯.୫ ଓଭରରେ ୭ ଉଇକେଟ ହରାଇ ହାସଲ କରିନେଇଥିଲା। ୧୨୩/୧ ଉଇକେଟରୁ ୧୩୦ ଯାଏ ଆସୁଆସୁ କେକେଆର୍‌ ୭ ରନ୍‌ରେ ୬ ଉଇକେଟ ହରାଇଥିଲା। ଶେଷ ତିନି ଓଭରରେ ମ୍ୟାଚ୍‌ ଦିଲ୍ଲୀ ହାତକୁ ଯାଉଥିବା ଭଳି ଲାଗିଥିଲା। ହେଲେ ରାହୁଲ ତ୍ରିପାଠୀ ଧୌର୍ଯ୍ୟର ସହ ବ୍ୟାଟିଂ କରି ୨୦ ଓଭରର ୫ମ ବଲ୍‌ରେ ଛକା ମାରି କେକେଆର୍‌କୁ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚାଇଥିଲେ। କେକେଆର୍‌ର ବିଜୟ ପରେ ଅଧିନାୟକ ଇଓନ ମୋର୍ଗାନ ପ୍ରତିକ୍ରିୟା ରଖି ମ୍ୟାଚ୍‌କୁ ସହଜରେ ଜିତିଥିଲେ ଅଧିକ ଖୁସି ଲାଗିଥାନ୍ତା ବୋଲି କହିଛନ୍ତି।

ଯେଉଁଭଳି ଭାବେ ଆରମ୍ଭ ହୋଇଥିଲା ତାକୁ ଦେଖିଲେ ବିଜୟ ଆହୁରି ସହଜ ହୋଇପାରିଥାନ୍ତା। ଭେଙ୍କଟେଶ ଆୟର ଓ ଶୁବମନ ଗିଲ ଆମକୁ ଭଲ ପ୍ଲାଟଫର୍ମ ଦେଇଥିଲେ। ହେଲେ ପରେ କାକର ପଡ଼ିବାରୁ ମ୍ୟାଚ୍‌ର ଦିଗ ବଦଳିଯାଇଥିଲା। ଖୁସି ଏତିକି ଆମେ ଫାଇନାଲରେ ପହଞ୍ଚିଗଲୁ। ଯଦି ମ୍ୟାଚ୍‌କୁ ସହଜରେ ଜିତିଥାନ୍ତୁ ଅଧିକ ଖୁସି ଲାଗିଥାନ୍ତା। ମାତ୍ର ଦିଲ୍ଲୀ ଟିମ୍‌ ବହୁତ ମଜଭୂତ। ଦୁଇଟି ବଲ୍‌ରେ ଜିତିବା ଲାଗି ୬ ରନ୍‌ ମୁସ୍କିଲ ଥିଲା। ରାହୁଲ ଛକା ମାରି ଆମକୁ ଜିତାଇ ଦେଲେ। ଦଳର ମ୍ୟାନେଜମେଣ୍ଟ ଯୁବ ଖେଳାଳିମାନଙ୍କୁ ନିଜ ଅନୁଯାୟୀ ଖେଳିବାକୁ ପ୍ରୋତ୍ସାହିତ କରୁଛି। ଆମେ ସମସ୍ତ ଯୋଜନାରେ ସଫଳ ହେଉଛୁ। ଫାଇନାଲରେ ମଧ୍ୟ ବିଜୟ ଅଭିଯାନ ଜାରି ରଖିବୁ ବୋଲି ଆଶା। ଆଇପିଏଲ୍‌ର ସର୍ବଶ୍ରେଷ୍ଠ ଟିମ୍‌ ସହ ଖେଳିବାର ଅଛି। ଏଣୁ ଫାଇନାଲରେ କିଛି ବି ହୋଇପାରେ ବୋଲି ମୋର୍ଗାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri