ପରିବେଶ ଉପକାରୀ ଜୈବ ଇନ୍ଧନ

ବିଶ୍ୱରେ ଆଜି ଊର୍ଜାର ଅଭାବ, ତାହା ସହିତ ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମ୍ମୁଖୀନ। ଏହି ସମସ୍ୟାଗୁଡ଼ିକୁ ସମାଧାନକରିବା ପାଇଁ ଏବଂ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା କମାଇବା ପାଇଁ ବିଭିନ୍ନ ଦେଶ ବିକଳ୍ପ ଊର୍ଜାର ଉତ୍ସ ଖୋଜିବାରେ ବ୍ୟସ୍ତ। ଏହି ପରିପ୍ରେକ୍ଷୀରେ, ଜୈବଇନ୍ଧନ ବା ବାୟୋଫୁଏଲ ଏକ ଦୃଢ଼ ଓ ଭବିଷ୍ୟତମୁଖୀ ଉପା ଭାବରେଉଭୟ ବିଜ୍ଞାନ ଓ ନୀତି ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଛି। ଜୈବ ଇନ୍ଧନ ହେଉଛି ଜୈବପଦାର୍ଥ, ଯାହା ଉଦ୍ଭିଦ, ପଶୁ ଓ ତାଙ୍କର ଉପପଦାର୍ଥରୁ ପ୍ରାପ୍ତ ହୋଇଥାଏ। ଏହି ଉତ୍ସ ଦ୍ରବ୍ୟ ବା ଗ୍ୟାସ ଆକାରରେ ଥାଇପାରେ। ଅଧିକ ଚର୍ଚ୍ଚିତ ହେଉଛି ଦ୍ରବ୍ୟ ଆକାରରେ ଥିବା ଇଥାନଲ ଓ ବାୟୋଡିଜେଲ। ଇଥାନଲ ମକା, ମାଣ୍ଡିଆ, ଚିନିଖଣ୍ଡ ଇତ୍ୟାଦି ଫସଲରେ ଥିବା ଚିନି ଉପାଦାନକୁ ଫର୍ମେଣ୍ଟେସନ ଦ୍ୱାରା ତିଆରି କରାଯାଏ, ଯାହା ତେଲ ଆଧାରିତ ଇନ୍ଧନର ଏକ ବିକଳ୍ପ ଭାବରେ ବ୍ୟବହୃତ ହୁଏ। ବାୟୋଡିଜେଲ, ଅନ୍ୟପଟେ ପଶୁ ଚର୍ବି ଉପରେ ଆଧାରିତ ଏବଂ ଟ୍ରାନ୍ସଏସ୍ଟରିଫିକେଶନ ନାମକ ରାସାୟନିକ ପ୍ରକ୍ରିୟା ଦ୍ୱାରା ତିଆରି କରାଯାଏ।
ଜୈବ ଇନ୍ଧନ ହେଉଛି ଏମିତି ଏକ ପୁନଃ ନବୀକରଣଶୀଳ ଊର୍ଜାର ଉତ୍ସ, ଯାହା ଜୈବ ମୂଳଉପାଦାନରୁ ମିଳେ, ଯାହାକୁ ସାଧାରଣ ଭାବରେ ‘ବାୟୋମାସ’ ବୋଲି କୁହାଯାଏ। ଏହି ବାୟୋମାସଗୁଡ଼ିକ ଉଦ୍ଭିଦ, ପଶୁ ଓ ସେମାନଙ୍କର ଉପପଦାର୍ଥ ଉପରେ ଆଧାରିତ ଥାଏ। ଜୈବ ଇନ୍ଧନ ପାରମ୍ପରିକ ଜୀବାଶ୍ମ ଇନ୍ଧନକୁ ବଦଳାଇବା ବା ଏହାର ଅନୁପୂରକ ଭାବରେ ବ୍ୟବହୃତ ହୁଏ। ଏହି ଊର୍ଜା ଦ୍ରବ୍ୟ ଓ ଗ୍ୟାସୀୟ ଅବସ୍ଥାରେ ଥାଇପାରେ। କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚିତ ଓ ବ୍ୟବହୃତ ହେଉଥିବା ଦ୍ରବ୍ୟ ଜୈବଇନ୍ଧନ, ଇଥାନଲ ଓ ବାୟୋଡିଜେଲ ଅଟେ।
ସାଧାରଣତଃ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ସମୟରେ ଅନେକ ପ୍ରକାର ଜୈବ ଅବଶିଷ୍ଟାଂଶ ଉତ୍ପନ୍ନ ହୁଏ। ଯେପରିକି ଧାନଚୋପା ବା କୁଣ୍ଡା, ଶୁଖିଲା ମକା ଗଛ, ଆଖୁଛେଦା, ଓ ଅନ୍ୟାନ୍ୟ ଫସଲ ଅବଶିଷ୍ଟାଂଶ ଏହାର ଉଦାହରଣ। ଏହାକୁ ସାଧାରଣତଃ କ୍ଷେତରେ ଛାଡ଼ି ଦିଆଯାଏ, ଜଳାଇ ଦିଆଯାଏ ବା ଏଣେତେଣେ ଫୋପାଡି ଦିଆଯାଏ, ତେବେ ଏହା ପରିବେଶ ପ୍ରଦୂଷଣକୁ ହ୍ରାସ କରି ପାରିବା ସହିତ ଊର୍ଜା ଉତ୍ପାଦନର ଏକ ଉତ୍କୃଷ୍ଟ ବିକଳ୍ପ ଉପାୟ ହୋଇପାରିବ। ଉଦାହରଣସ୍ବରୂପ, ଧାନଗଛ ନଡା, କୁଣ୍ଡା ଓ ଅଗାଡ଼ିକୁ ଯଦି ଜଳାଯାଏ, ତେବେ ଏହା ଅଧିକ ପରିମାଣରେ ବାୟୁ ପ୍ରଦୂଷଣ ଘଟାଏ। କିନ୍ତୁ ସେହି ଅବଶିଷ୍ଟକୁ ଯଦି ଜୈବ ଇନ୍ଧନ ରୂପେ ପରିଣତ କରାଯିବ, ତେବେ ଏହା ଏକ ମୂଲ୍ୟବାନ ଊର୍ଜାର ଉତ୍ସ ହେବା ସହ ଏକ ପରିବେଶ ଅନୁକୂଳ ଇନ୍ଧନ ଭାବେ ଗଣାଯିବ। ବିଶ୍ୱ ଉର୍ଜା ରୂପରେ ଯେଉଁଠି ଜୀବାଶ୍ମ ଇନ୍ଧନ ପାଇଁ ଅତ୍ୟଧିକ ନିର୍ଭରଶୀଳତା ଓ ତାହାର ପରିବେଶୀୟ ପ୍ରଭାବ ଯେପରିକି ଅଙ୍ଗାରକାମ୍ଳ ବିକିରଣ ରହିଛି, ସେଠି ଜୈବ ଇନ୍ଧନ ଏକ ଅଙ୍ଗାରକାମ୍ଳବିହୀନ ବିକଳ୍ପ ଇନ୍ଧନ ଭାବେ ଉଭା ହେବ। ଜୈବ ଇନ୍ଧନ ଉପରେ ନିର୍ଭର କରି, ଏକ ଦେଶ ତାହାର ଊର୍ଜା ସ୍ବାଧୀନତା ବୃଦ୍ଧି କରିପାରିବ। ତୈଳ ଆମଦାନୀକୁ କମାଇ ପାରିବ ଓ ସ୍ଥାୟୀ ଉନ୍ନତି ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନେଇପାରିବ।
ଜୈବ ଇନ୍ଧନର ପିଢ଼ି
ପ୍ରଥମପିଢ଼ି: ଏହିି ଜୈବ ଇନ୍ଧନ ଖାଦ୍ୟ ଫସଲ ଯେପରିକି ମକା, ମାଣ୍ଡିଆ ଇତ୍ୟାଦିରୁ ତିଆରି ହୁଏ। କିନ୍ତୁ ଏହା ଖାଦ୍ୟ ସୁରକ୍ଷା ସହିତ ପ୍ରତିସ୍ପର୍ଦ୍ଧା ସୃଷ୍ଟି କରେ।
ଦ୍ୱିତୀୟପିଢ଼ି: ଏହି ଜୈବ ଇନ୍ଧନ କୃଷି ଅବଶିଷ୍ଟାଂଶ, କାଠ ଓ ଜୈବ ଅପଚୟରୁ ତିଆରି କରାଯାଏ।
ତୃତୀୟପିଢ଼ି: ଏହି ପିଢ଼ିରେ ଶୈବାଳ ଭଳି ଉଦ୍ଭିଦ ଉପରେ ଆଧାରିତ ହୋଇ ଉତ୍ପାଦନ ହୁଏ।
ଚତୁର୍ଥପିଢ଼ି: ଏଠାରେ ଜିନ୍‌ ବଦଳ କରାଯାଇଥିବା ସୂକ୍ଷ୍ମଜୀବ ମାଧ୍ୟମରେ ଉତ୍ପାଦନ କରାଯାଏ।
କୃଷି ଅବଶିଷ୍ଟରୁ ଜୈବ ଇନ୍ଧନ ଉତ୍ପାଦନ କେବଳ ଏକ ଉର୍ଜାର ବିକଳ୍ପ ନୁହେଁ, ବରଂ ଏହା ଅର୍ଥନୈତିକ ଉନ୍ନତି, ପରିବେଶ ରକ୍ଷା ଓ ସlମାଜିକ ସ୍ଥାୟିତ୍ୱ ପାଇଁ ଏକ ଶକ୍ତିଶାଳୀ ଓ ଯୁଗଉପଯୋଗୀ ପଦକ୍ଷେପ। ଆଗାମୀ ଦିନରେ ଯେଉଁଠି ସ୍ବଚ୍ଛ ଉର୍ଜା ପାଇଁ ବିଶ୍ୱରେ ଚାହିଦା ବଢୁଛି, ଜୈବ ଇନ୍ଧନ ତାହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଉଭା ହେବ। ଏଥିପାଇଁ ନିରନ୍ତର ଗବେଷଣା, ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଓ ନୀତିଗତ ସମର୍ଥନ ଆବଶ୍ୟକ।

ଡ. ଶିବାନୀ ମହାପାତ୍ର
-ସହକାରୀ ପ୍ରଫେସର (ଗବେଷଣା) ଜୈବ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ମୋ: ୬୩୭୨୫୯୮୯୯୩


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?