ଗ୍ରାମ୍ୟ ଜଙ୍ଗଲ ନଷ୍ଟ ଆଶଙ୍କା କଲେ ପରିବେଶବିତ୍‌

କେନ୍ଦ୍ରାପଡା ଅଫିସ, ୧୫ା୧୦: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଓଳାଭର ରାଜସ୍ବ ସର୍କଲ ଅନ୍ତର୍ଗତ ପାରି ମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଘୋଷଣାକୁ ଇତିମଧ୍ୟରେ ପ୍ରାୟ ୮ ମାସ ବିତିଲାଣି। ପାନୀୟ ଜଳକଷ୍ଟରେ ଥିବା ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ଅପେକ୍ଷା କରିଥିବା ବେଳେ ପ୍ରକଳ୍ପ ପାଇଁ ପ୍ରଶାସନିକ ସ୍ତରରେ କୌଣସି ଆଗ୍ରହ ପ୍ରକାଶ କରାଯାଉନାହିଁ। ଅପରପକ୍ଷରେ ପ୍ରସ୍ତାବିତ ପ୍ରକଳ୍ପ ଗ୍ରାମ୍ୟ ଜଙ୍ଗଲ ଓ ଗୋଚର ଉପରେ ଥିବାରୁ ବିବାଦ ମଧ୍ୟକୁ ଟାଣି ହୋଇଗଲାଣି। ପୂର୍ବରୁ ଜଙ୍ଗଲ ଜମି ପାଇଁ ବହୁ ସମୟରେ ଏନ୍‌ଜିଟି ଆକ୍ରୋଶର ଶିକାର ହେବାକୁ ପଡିଛି। ପ୍ରକଳ୍ପ ଆରମ୍ଭ ପୂର୍ବରୁ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ ବୋଲି ପରିବେଶବିତ୍‌ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ (ଓସା) ଜିଲା ଆବାହକ ପ୍ରତାପ ଚନ୍ଦ୍ର ମହାନ୍ତି, ଆଳୟ ସାମନ୍ତରାୟ, ପରିବେଶବିତ୍‌ ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ପ୍ରତାପ ଚନ୍ଦ୍ର ପାଢ଼ୀ ପ୍ରମୁଖ କହିଛନ୍ତି, ଜିଲାର ବିକାଶ ନାମରେ ପ୍ରାକୃତିକ ପରିବେଶ ନଷ୍ଟ କରାଯାଉଛି। ଯାହାକୁ ଜିଲାବାସୀ ସମର୍ଥନ କରୁଛନ୍ତି। ତେବେ ପ୍ରକଳ୍ପ ପାଇଁ ନଷ୍ଟ ହେଉଥିବା ଗଛର ଭରଣା ହେଉନାହିଁ। ପ୍ରକଳ୍ପ ଆରମ୍ଭ ପୂର୍ବରୁ ଏ ନେଇ କୌଣସି ସତର୍କତା ଅଥବା ତପତ୍ରତାର ସହ ପଦକ୍ଷେପ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ନିଆଯାଉନାହିଁ। ଫଳରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମାମଲା ବଢୁଛି। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବା ସହ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଜକନିକା ବ୍ଲକ ବରୁଣାଡିହା ନିକଟସ୍ଥ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଅଛି ା ଆନ୍ଦୋଳନକୁ ସାମୟିକ ଭାବେ ପ୍ରଶମିତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହେବ ବୋଲି ଘୋଷଣା ହେଲା। ସ୍ଥାନୀୟ ଅଞ୍ଚଳରେ ଖରସ୍ରୋତା ନଦୀରୁ ପାଇପ ଯୋଗେ ନିକଟସ୍ଥ ଗ୍ରାମକୁ ପାଣି ଯୋଗାଣ ପାଇଁ ରାଜକନିକା ବ୍ଲକ ପାରିମୁକୁନ୍ଦପୁରଠାରେ ପ୍ରକଳ୍ପ ନିର୍ମାଣ ହେବ ବୋଲି ସ୍ଥାନୀୟ ଲୋକଙ୍କୁ ପ୍ରଶାସକ ଜଣାଇଲେ। ତେବେ ଓଳାଭର ଆର୍‌ଆଇ ସର୍କଲରେ ଥିବା ଏହି ପ୍ରକଳ୍ପ ପ୍ରାୟ ଏକ ଏକର ଜମି ଉପରେ ହେବାକୁ ଥିବା ବେଳେ ୨୮ ଡିସିମିଲ ଜମି ଉପରେ ଗ୍ରାମ୍ୟ ଜଙ୍ଗଲ ଅଛି। ସେହିପରି ଗୋଚର ଜମି ଉପରେ ଏହି ପ୍ରକଳ୍ପ ହେବାକୁ ଯାଉଛି। ୨୦୨୦ରେ ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପଟି ଗ୍ରାମ୍ୟ ଜଙ୍ଗଲ ଉପରେ ଥିବାରୁ ଏନ୍‌ଜିଟିରେ ମାମଲା ହୋଇଥିଲା। ଟ୍ରିବ୍ୟୁନାଲରେ ଅନ୍ୟତ୍ର ଜଙ୍ଗଲ ସୃଷ୍ଟି ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଜଙ୍ଗଲ ବିଭାଗକୁ ଟଙ୍କା ଦେବାକୁ ନିର୍ଦ୍ଦେଶ ହୋଇଥିଲା। ଏହି ନିର୍ଦ୍ଦେଶ ସତ୍ତ୍ୱେ ଅଦ୍ୟାବଧି ଜଙ୍ଗଲ ସୃଷ୍ଟି ତ ଦୂରର କଥା, ସେହି ସ୍ଥାନରେ ଚାରାଟିଏ ମଧ୍ୟ ଲଗାଯାଇନାହିଁ। ସେହିପରି ୧୫ ବର୍ଷ ପୂର୍ବେ କଟକ-ଚାନ୍ଦବାଲି ଜାତୀୟ ରାଜପଥ ନିର୍ମାଣ ପାଇଁ ୩୦ହଜାରରୁ ଊର୍ଦ୍ଧ୍ୱ ଗଛ କଟାଯାଇଥିଲା। ରାସ୍ତା ନିର୍ମାଣ ସତ୍ତ୍ୱେ କଟା ହୋଇଥିବା ଗଛର ଭରଣା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଉଦ୍ୟମ ହୋଇନାହିଁ। ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଗଲେ ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତା ନଷ୍ଟ ହେବ। ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକା ବିପଦରେ ପଡିବ। ଏହାକୁ ନେଇ ଦୁଇବର୍ଷୁ ଊର୍ଦ୍ଧ୍ୱ ହେବ ସ୍ଥାନୀୟ ଅଞ୍ଚଳରେ ଆନ୍ଦୋଳନ ଚାଲିଥିବା ବେଳେ ପାରିମୁକୁନ୍ଦପୁର ପାନୀୟ ଜଳ ପ୍ରକଳ୍ପ ନୂଆ ସଙ୍କଟକୁ ଆହ୍ବାନ କରୁଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ ନାୟକଙ୍କୁ ପଚାରିବାରେ ପ୍ରକଳ୍ପ ସ୍ଥାନର ଚିହ୍ନଟ ପାଇଁ ରାଜକନିକା ତହସିଲଦାରଙ୍କୁ ଚିଠି ହୋଇଛି। ଏଥିରେ ଗ୍ରାମ୍ୟ ଜଙ୍ଗଲ ଅଥବା ଗୋଚର ଜମି ଥିଲେ, ଏହାର ଭରଣା ଅନ୍ୟତ୍ର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri