ପରିବେଶ ଓ ଅକ୍ଷୟ ଊର୍ଜା

ନଗେନ୍ଦ୍ର ନାଥ ପଟ୍ଟନାୟକ

କେବଳ ଭାରତ ନୁହେଁ, ସାରା ବିଶ୍ୱରେ ପାରମ୍ପରିକ ଊର୍ଜା ତୁଳନାରେ ଅଣ-ପାରମ୍ପରିକ ତଥା ଅକ୍ଷୟ ଉର୍ଜାର ଚାହିଦା ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଅସଲରେ ଦେଖିଲେ, ବିଶ୍ୱ ସମୁଦାୟକୁ ପର୍ଯ୍ୟାବରଣଜନିତ ଗୁରୁତର ଆହ୍ବାନଗୁଡ଼ିକ ସହିତ ଯୁଝିବାକୁ ପଡୁଛି। ପାରମ୍ପରିକ ଶକ୍ତିଉତ୍ସ ଏହି ସମସ୍ୟାକୁ ଆହୁରି ଉତ୍କଟ କରିବାରେ ଏକ ପ୍ରକାର ସହଭାଗୀ କହିଲେ ଅତ୍ୟୁକ୍ତି ହେବନାହିଁ। ପକ୍ଷାନ୍ତରରେ ଅଣ-ପାରମ୍ପରିକ ତଥା ଅକ୍ଷୟ ଊର୍ଜା ଏହି ଆହ୍ବାନଗୁଡ଼ିକୁ ମୁକାବିଲା କରିବା ଦିଗରେ ସଫଳ ହୋଇପାରିଛି। ଖାସ ଏଇଥିପାଇଁ ଭାରତରେ ଅକ୍ଷୟ ଊର୍ଜା ଉପତ୍ାଦନ କ୍ଷମତାକୁ ବୃଦ୍ଧି କରିବାଲାଗି ନିଷ୍ଠାର ସହିତ ନିରବଚ୍ଛିନ୍ନ ପ୍ରୟାସ କରାଯାଉଛି। ସୌର ଊର୍ଜା, ବାୟୁ ଊର୍ଜା ହେରିକାର ଉପତ୍ାଦନ ବଢ଼ାଇବା ପାଇଁ ବୃହତ୍‌ ପରିଯୋଜନା ତଥା ପ୍ରକଳ୍ପ ଫଳପ୍ରଦ ଭାବେ କାର୍ଯ୍ୟକାରୀ ହେଉଛି। ଆମ ଦେଶ ଭାରତବର୍ଷରେ ୨୦୨୨ ବର୍ଷ ସୁଦ୍ଧା ୧୭୫ ମେଗାଓ୍ବାଟ ଅକ୍ଷୟ ଉର୍ଜା କ୍ଷମତା ହାସଲ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅକ୍ଷୟ ଉର୍ଜା କ୍ଷେତ୍ରରେ ଏହା ଏକ ବଡ଼ ଉପଲବ୍ଧି କହିଲେ ଅତିଶୟୋକ୍ତି ହେବନାହିଁ। ଅକ୍ଷୟ ଊର୍ଜା ଉପତ୍ାଦନ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତର ସ୍ଥାନ ଚତୁର୍ଥ। ଅକ୍ଷୟ ଊର୍ଜା ମନ୍ତ୍ରଣାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ପରିସଂଖ୍ୟାନ ଅନୁସାରେ ଦେଶ ଏବେ ସୁଦ୍ଧା ୧୦୦ ମେଗାଓାଟ ଊର୍ଜା କ୍ଷମତା ହାସଲ କରିସାରିଲାଣି। ଏତଦ୍‌ବ୍ୟତୀତ, ୫୦ ମେଗାଓ୍ବାଟ ଅକ୍ଷୟ ଊର୍ଜା କ୍ଷମତା ହାସଲ କରାଯିବାର ପ୍ରକ୍ରିୟା ଜାରି ରହିଥିବାବେଳେ ୨୭ ମେଗାଓାଟ ଅକ୍ଷୟ ଉର୍ଜା ସକାଶେ ଟେଣ୍ଡର ପ୍ରକ୍ରିୟା ଚାଲୁରହିଛି। ଅତଏବ ଭାରତ ଖୁବ୍‌ଶୀଘ୍ର ୧୭୭ ମେଗାଓ୍ବାଟ ଶକ୍ତିବିଶିଷ୍ଟ କ୍ଷମତା ହାସଲ କରିବାରେ ସକ୍ଷମ ହୋଇପାରିବ। ସେହିଭଳି ରାଷ୍ଟ୍ରୀୟ ବାୟୁ ତଥା ସ୍ବଚ୍ଛତା ନୀତି ୨୦୧୮ ଅନୁଯାୟୀ ଆଗାମୀ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍‌ ୨୦୨୨ ବର୍ଷ ସୁଦ୍ଧା ବାୟୁ ତଥା ସୌରଊର୍ଜାର ଏବେକା ଧାର୍ଯ୍ୟଲକ୍ଷ୍ୟକୁ ୨୨୫ ମେଗାଓ୍ବାଟ ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ପୁନଃନିର୍ଦ୍ଧାରଣ କରାଯାଇଛି। ଏତଦ୍‌ଭିନ୍ନ, ୨୦୩୦ ସୁଦ୍ଧା ୪୫୦ ମେଗାୱାଟ କ୍ଷମତା ହାସଲ କରିବାର ଲକ୍ଷ୍ୟ ସ୍ଥିର କରାଯାଇଛି।
ସମଗ୍ର ଭାରତବର୍ଷରେ ଅକ୍ଷୟ ଊର୍ଜା ସଂକ୍ରାନ୍ତ ସଚେତନତା ବ୍ୟାପକ କରାଯାଉଛି। ସୌରଉର୍ଜାକୁ ସୁନିଶ୍ଚିତ, ସ୍ବଚ୍ଛ ତଥା ନିରାପଦ ଶକ୍ତି ରୂପେ ଅଭିହିତ କରି ଏହାର ମହତ୍ତ୍ୱ ଉପରେ ଗଭୀର ଆଲୋକପାତ କରାଯାଉଛି। ମାତ୍ର ଏ ପ୍ରସଙ୍ଗରେ ୟାର ଉତ୍ସ କ’ଣ ଆଉ କୋଉଠି ବୋଲି ପ୍ରଶ୍ନ ଉଙ୍କିମାରେ। ଏହି ପରିପ୍ରେକ୍ଷୀରେ ପ୍ରଦୂଷଣମୁକ୍ତ ପ୍ରଶ୍ୱାସ ପୁସ୍ତକରେ ପରିଷ୍କାର ଭାବେ ଉଲ୍ଲେଖ କରାଯାଇଛି, ଅକ୍ଷୟ ଊର୍ଜା ସେଇ ଊର୍ଜା; ଯାହା ଅସରନ୍ତି, ଅସୀମିତ ଓ ପ୍ରଦୂଷଣରହିତ। ଅର୍ଥାତ୍‌ ନବୀକରଣ ଯୋଗ୍ୟ। ଉର୍ଜା ଏଭଳି ଏକ ପ୍ରାକୃତିକ ଉତ୍ସ, ଯାହା କ୍ଷୟଷ୍ଣୁ ନୁହେଁ। ସୁତରାଂ ଏହା ଅକ୍ଷୟ ଊର୍ଜାଉତ୍ସ ରୂପେ ପରିଭାଷିତ। ଅକ୍ଷୟ ଊର୍ଜାର ମହତ୍ତ୍ୱପୂର୍ଣ୍ଣ ଉତ୍ସମାନଙ୍କ ମଧ୍ୟରେ ସୂର୍ଯ୍ୟ, ଜଳ, ବାୟୁ, ଜୁଆର-ଭଟ୍ଟା, ଭୂତାପ ଇତ୍ୟାଦି ପ୍ରଧାନ। ନଜିର ରୂପେ ଆମେ ସୌରଉର୍ଜାକୁ ବିଚାରକୁ ନେଇପାରିବା। ସୂର୍ଯ୍ୟ ସକଳ ଶକ୍ତିର ଆଧାର, ସୌରଉର୍ଜାର ପ୍ରମୁଖ ଉତ୍ସ, ଯାହାର କିରଣ ସ୍ବତଃପ୍ରବୃତ୍ତ ଭାବେ ପୃଥିବୀ ଉପରେ ବୁଣି ହୋଇଯାଏ। ଯଦି ଆମେ ସୂର୍ଯ୍ୟାଲୋକକୁ ସୌରଉର୍ଜାରେ ପରିଣତ କରିପାରିବା ନାହିଁ ତେବେ ପୃଥିବୀରେ ବୁଣି ହୋଇଯାଇ ରହିଯିବ। ଯେହେତୁ ଆମେ ସୂର୍ଯ୍ୟାଲୋକରୁ ଉପଲବ୍ଧ ହେବାକୁ ଥିବା ଅସରନ୍ତି ଊର୍ଜାକୁ ଫଳପ୍ରସୂ ଭାବେ ଉପଯୋଗ କରିପାରୁ ନାହିଁ ତେଣୁ ସେଇ ଶକ୍ତି କ୍ଷୟଷ୍ଣୁ ହୋଇଯାଏ। ଖାଲି ସେତିକି ନୁହେଁ, ପରବେଶ ପ୍ରତି ଏକପ୍ରକାର ଅପୂରଣୀୟ କ୍ଷତି ପହଞ୍ଚାଏ। ସେଥିପାଇଁ ସୂର୍ଯ୍ୟାଲୋକରୁ ପ୍ରାପ୍ତ ହେବାକୁ ଥିବା ଊର୍ଜାକୁ ଆମେ ଅକ୍ଷୟ ଶକ୍ତି ରୂପେ ବିବେଚନା କରିଥାଉ।
କହିବାବାହୁଲ୍ୟ, ୨୦୧୯ରେ ମଧ୍ୟପ୍ରଦେଶର ରିୱାଠାରେ ଚାରି ହଜାର କୋଟି ଅର୍ଥରାଶି ବିନିଯୋଗରେ ଅତ୍ୟାଧୁନିକ ମେଗା ସୌର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିଲା; ଯାହାର ସର୍ବମୋଟ କ୍ଷମତା ୭୫୦ ମେଗାଓ୍ବାଟ। ରିୱା ସୌରଶକ୍ତି ପ୍ରକଳ୍ପ ବାବଦରେ କୁହାଯାଇଛି, ଏହାଦ୍ୱାରା ଉପତ୍ାଦିତ ହେବାକୁ ଥିବା ବିଦ୍ୟୁତ ଯୋଗୁ ବାୟୁମଣ୍ଡଳରେ ପ୍ରତିବର୍ଷ ୧୫.୭ ଲକ୍ଷ ଟନ ଅଙ୍ଗାରକାମ୍ଳ ଗ୍ୟାସର ଉତ୍ସର୍ଜନ ବା ନିର୍ଗମନ ହ୍ରାସ ପାଇବ। ଏହି ବିରାଟ ପ୍ରକଳ୍ପ କାର୍ଯ୍ୟାନ୍ବୟନ ହେବା ଫଳରେ ଭାରତ ସମଗ୍ର ବିଶ୍ୱରେ ଶୀର୍ଷ ପାଞ୍ଚଟି ସୌର ଶକ୍ତି ଉପତ୍ାଦକଙ୍କ ମଧ୍ୟରେ ସାମିଲ ହୋଇପାରିଥିଲା। ଉର୍ଜା ଉପତ୍ାଦନ କ୍ଷେତ୍ରରେ ଭାରତର ସ୍ଥିତି ବେଶ୍‌ ସନ୍ତୋଷଜନକ। ବର୍ତ୍ତମାନ ଅକ୍ଷୟ ଊର୍ଜା କ୍ଷେତ୍ରରେ ଭାରତ ବିଶ୍ୱର ଚତୁର୍ଥ ଦେଶ ରୂପେ ବିବେଚିତ। ସେହିପରି କର୍ନାଟକ ରାଜ୍ୟର ପାୱଗାର୍ଡଠାରେ ଦୁଇ ହଜାର ମେଗାଓାଟରୁ ଊର୍ଦ୍ଧ୍ୱ କ୍ଷମତା ବିଶିଷ୍ଟ ସୋଲାର ପାର୍କର ମଧ୍ୟ ଅକ୍ଷୟ ଶକ୍ତି ଉପତ୍ାଦନ କ୍ଷେତ୍ରରେ ପ୍ରମୁଖ ଯୋଗଦାନ ରହିଛି। ପ୍ରଦୂଷଣକାରୀ ତଥା ସୀମିତ ମାତ୍ରାରେ ଉପଲବ୍ଧ ପାରମ୍ପରିକ ଊର୍ଜାଉତ୍ସ ପରିବର୍ତ୍ତେ ଅକ୍ଷୟ ଊର୍ଜାରୁ ଊର୍ଜା ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ଏବେ ଦେଶର ବିଭିନ୍ନ ଭାଗରେ ବିବିଧ ଅକ୍ଷୟ ଊର୍ଜା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି।
ବାସ୍ତବରେ ବିଶ୍ୱତାପାୟନ ତଥା ଜଳବାୟୁ ପରିବର୍ତ୍ତନରୁ ରକ୍ଷା ପାଇବାକୁ ହେଲେ ବର୍ତ୍ତମାନ ଆମକୁ ଅକ୍ଷୟ ଊର୍ଜା ଉତ୍ସକୁ ଆପଣାଇବା ଏକାନ୍ତ ଜରୁରୀ ମନେହୁଏ। ଦୃଷ୍ଟାନ୍ତ ସ୍ବରୂପ, ପୃଥିବୀର ବର୍ଦ୍ଧିଷ୍ଣୁ ତାପମାତ୍ରା ତଥା ବିଶ୍ୱତାପାୟନ ଯୋଗୁ ଲଗାତର ଭାବେ ବୃଦ୍ଧିପାଉଥିବା ପ୍ରାକୃତିକ ବିପର୍ଯ୍ୟୟ, ବିତ୍ପାତ ସାରା ବିଶ୍ୱ ସମୁଦାୟ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ସେଥିପାଇଁ କୋଇଲା, ଗ୍ୟାସ, ପେଟ୍ରୋଲିୟମ ସାମଗ୍ରୀ ଭଳି ଶକ୍ତିର ପରମ୍ପରା ଉତ୍ସ ପରିବର୍ତ୍ତେ ଅକ୍ଷୟ ଊର୍ଜା ମାତ୍ରା ବଢ଼ାଇବା ଏକାନ୍ତ ଅପରିହାର୍ଯ୍ୟ। ପ୍ରକୃତରେ ବର୍ତ୍ତମାନ କେବଳ ଭାରତ ନୁହେଁ, ବିଶ୍ୱସମୂହ ସମ୍ମୁଖରେ ବିଦ୍ୟୁତ୍‌ ଶକ୍ତି ଭଳି ଊର୍ଜାର ମହତ୍ତ୍ୱପୂର୍ଣ୍ଣ ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ସୀମିତ ପ୍ରାକୃତିକ ସାଧନ ରହିଛି। ଅଧିକନ୍ତୁ ପରିବେଶ ଅସନ୍ତୁଳନ ତଥା ବିସ୍ଥାପନ ସମସ୍ୟା ଭଳି ଗୁରୁତର ଆହ୍ବାନ ମଧ୍ୟ ମୁଣ୍ଡ ଟେକିବାରେ ଲାଗିଛି। ଏସବୁ ପ୍ରତିକୂଳ, ବିଷମ ସମସ୍ୟାକୁ ଦୂରକରିବା ଓ ଗୁରୁତର ଆହ୍ବାନଗୁଡ଼ିକର ମୁକାବିଲା ନିମନ୍ତେ କେବଳ ଅକ୍ଷୟ ଊର୍ଜା ହିଁ ଏକମାତ୍ର ଉତ୍ତମ ବିକଳ୍ପ, ଯାହା କି ପରିବେଶଜନିତ ସମସ୍ୟାକୁ ଏଡ଼ାଇ ଦେଇପାରିବ। ଏହାବାଦ୍‌, ଉର୍ଜା ଆବଶ୍ୟକତା ପୂରଣ କରିବାରେ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇପାରିବ।
ଜଗମୋହନ ନଗର, ଜାଗମରା,
ଖଣ୍ଡଗିରି, ଭୁବନେଶ୍ୱର
ମୋ:୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri