‘ସ୍ବପ୍ନର ଉଦ୍ୟୋଗ ପାଇଁ ଆନ୍ତରିକତା ଆବଶ୍ୟକ’

ବାରିପଦା ଅଫିସ,୨୮ା୧୨: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ ମଙ୍ଗଳବାର ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଏସ୍‌ସି-ଏସ୍‌ଟି ହବ୍‌ କନ୍‌କ୍ଲେଭ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ କ୍ରମ୍ପଟ୍ରୋଲର ଅଡିଟର ଜେନେରାଲ(ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ଏବଂ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହବର୍ମା ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉଭୟ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହସ୍ତଶିଳ୍ପ, ଡୋକ୍ରା ଶିଳ୍ପ ଆଦି ପ୍ରଦର୍ଶନୀକୁ ବୁଲି ଦେଖିଥିଲେ। ଏମ୍‌ଏସ୍‌ଏମ୍‌ଇ ସଚିବ ବି.ବି. ସ୍ବାଇଁଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ଏସ୍‌ଏମ୍‌ଇର ଯୁଗ୍ମ ସଚିବ ମାର୍ସୀ ଇପାଓ, ଏନ୍‌ଏସ୍‌ଏସ୍‌ଏଚ୍‌ ଏବଂ ଏନ୍‌ଏସ୍‌ଆଇସିର ଜେନେରାଲ ମ୍ୟାନେଜର କେ.କେ. ଶର୍ମା, ସ୍ବାଧୀନ ନିର୍ଦ୍ଦେଶକ କାଳନ୍ଦୀ ଚରଣ ସାମଲ, ଏସ୍‌ଏମ୍‌ଇର ଏଡିସି ଡ.ଇଶିତା ଗାଙ୍ଗୁଲି ତ୍ରିପାଠୀ, ପୂର୍ବଭାଗ(୨)ର ଜେଡ୍‌ ଜିଏମ୍‌ ସାଜିଦ ହୁସେନ ସିଦ୍ଦିକି, ଡିସି ଏସଏ୍‌ମ୍‌ଇର ଏଡିସି ସୁଧା କେଶରୀ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ନିଜ ସ୍ବପ୍ନର ଉଦ୍ୟୋଗ ନିର୍ମାଣ କରିବା ପାଇଁ ଆନ୍ତରିକତା ରହିବା ଉଚିତ ବୋଲି ଏମ୍‌ଏସ୍‌ଏମ୍‌ଇ ସଚିବ ସ୍ବାଇଁ ମତପ୍ରକାଶ କରିଥିଲେ। ଛୋଟ ଛୋଟ ଯୋଜନାରୁ ସଫଳତା ମିଳିଲେ ଆଦିବାସୀମାନଙ୍କ ଆର୍ଥିକ ବିକାଶ ହେବା ସହ ରାଷ୍ଟ୍ରର ଉନ୍ନତି ସାଧନ ହୋଇପାରିବ ବୋଲି ମନ୍ତ୍ରୀ ସିଂହବର୍ମା ମତବ୍ୟକ୍ତ କରିଥିଲେ। ଏହା ସହିତ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକ ସଫଳତାର ସହିତ କାର୍ଯ୍ୟକାରୀ କରି ଆମତ୍ନିର୍ଭରଶୀଳ ହେବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି କର୍ମ ନିଯୁକ୍ତିଲାଗି ଉଦ୍ୟୋଗର ଆବଶ୍ୟକତା ରହିଛି। ଦେଶରେ ୬.୫କୋଟି ଉଦ୍ୟୋଗ ରହିଥିବା ବେଳେ ମାତ୍ର ୧.୩କୋଟି ଉଦ୍ୟୋଗ ରେଜିଷ୍ଟ୍ରେଶନ କରିଛନ୍ତି। ଅନ୍ୟମାନଙ୍କୁ ରେଜିଷ୍ଟ୍ରେଶନ କରାଇପାରିଲେ ସରକାରୀ ସହାୟତା ମିଳିବା ସହ ବେକାର ଯୁବତୀ ଯୁବକ ଆମତ୍ନିର୍ଭରଶୀଳ ହୋଇପାରିବେ। ନିଜ ଉଦ୍ୟମରେ କାର୍ଯ୍ୟ ଆରମ୍ଭ କରି ଟେକ୍ନୋଲୋଜିର ବ୍ୟବହାର, ସରକାରୀ ସହାୟତା, ମାର୍କେଟିଂର ବ୍ୟବସ୍ଥା, ତାଲିମ ଗ୍ରହଣ ଓ ଉତ୍ତମମାନର ଡିଜାଇନିଂ ପ୍ରସ୍ତୁତ କରିପାରିଲେ ତାହା ଦେଶ ବିଦେଶରେ ଆଦୃତି ଲାଭ କରିବ ବୋଲି ସିଏଜି ମୁର୍ମୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏସ୍‌ଏମ୍‌ଇର ସଫଳ ଉଦ୍ୟୋଗୀ ସୁଜିତ ପରିଡ଼ା, ଜୟଦେବ ବେହେରା ଓ ତୁଷାର ରଞ୍ଜନ ସୋରେନ୍‌, ଖଦି ଉଦ୍ୟୋଗର ସଫଳ ଉଦ୍ୟୋଗୀ ତଥା ସିପେଟରୁ ତାଲିମ ନେଇ ସଫଳତା ପାଇଥିବା ସରସ୍ବତୀ ମାଝି, ଅଖିଳ ତରେଇ, ଘନଶ୍ୟାମ ସିଂ, ମଞ୍ଜୁଲତା ସେଠୀ, ମିସ୍‌ ଭାରତୀ ମୁର୍ମୁ, ଲକ୍ଷ୍ମୀକାନ୍ତ ମୁର୍ମୁ, ଶରତ ଚନ୍ଦ୍ର ସିଂ, ମିସ ଦୁଲି ହେମ୍ବ୍ରମ ଓ ଗୋବିନ୍ଦ ବାସ୍କେଙ୍କୁ ଅତିଥିମାନେ ସମ୍ବର୍ର୍ଦ୍ଧିିତ କରିଥିଲେ। ଏମ୍‌ଏସ୍‌ଏମ୍‌ଇ ବୁକ୍‌ଲେଟ୍‌ ପୁସ୍ତକ ଓ ହିତାଧିକାରୀଙ୍କର ଓଡ଼ିଆରେ ଅନୁବାଦ ଡାଇରେକ୍ଟୋରିକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଟି.କେ.ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

ମାତ୍ର ୨ଟି ମ୍ୟାଚ ଖେଳି ମାଲାମାଲ୍‌ ହେଲେ ବିରାଟ-ରୋହିତ, ବିଜୟ ହଜାରେ ଟ୍ରଫିରେ ମିଳିଲା ଏତେ ଦରମା

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବହୁ ବର୍ଷ ପରେ ଖେଳୁଥିବା ନଜର ଆସିଛନ୍ତି। ରିପୋର୍ଟ ହୋଇଥିଲା ଯେ...

ବନ୍ଧାହେଲେ କୋଟିପତି ଫରେଷ୍ଟର

ଭୁବନେଶ୍ୱର,୨୭।୧୨: କୋରାପୁଟ ଜିଲା ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ଟୋକିଓ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri