ଉଦ୍ୟୋଗୀ ନେତୃତ୍ୱଧାରିଣୀ

ଭାରତରେ ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି ବା ଫିକି ଏକ ଶୀର୍ଷ ସଂସ୍ଥା ଭାବେ ପରିଚିତ। ଏହାର ମହିଳା ଶାଖା ଫିକି ଲେଡିଜ୍‌ ଅର୍ଗାନାଇଜେଶନ ବା ଏଫ୍‌ଏଲ୍‌ଓ ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଦିଗରେ ଅନେକ ପଦକ୍ଷେପ ନେଉଛି। ୧୯୮୩ରେ ଏଫ୍‌ଏଲ୍‌ଓ ଗଢ଼ା ଯାଇଥିଲା। ମହିଳାମାନଙ୍କ ପାଇଁ ଏକ ସର୍ବଭାରତୀୟ ସଙ୍ଗଠନ ରୂପେ ଏହା ତାହାର ଉପସ୍ଥିତି ଦେଶର ୧୭ଟି ସ୍ଥାନ ଯଥା ଅହମଦାବାଦ, ବାଙ୍ଗାଲୋର, ଭୁବନେଶ୍ୱର, ଚେନ୍ନାଇ, କୋଏମ୍ବାଟୁର, ହାଇଦ୍ରାବାଦ, ଇନ୍ଦୋର, ଜୟପୁର, କୋଲକାତା, ଲକ୍ଷ୍ନୌ, କାନପୁର, ଲୁଧିଆନା, ମୁମ୍ବାଇ, ଉତ୍ତରପୂର୍ବାଞ୍ଚଳ, ପୁଣେ, ଅମୃତସର ଏବଂ ଉତ୍ତରାଖଣ୍ଡରେ ରହିଛି। ଏହାର ମୁଖ୍ୟାଳୟ ନୂଆଦିଲ୍ଲୀରେ ଅଛି। ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକ ବିକାଶ ସୃଷ୍ଟି କରିବା ଲକ୍ଷ୍ୟରେ ଗଢ଼ାଯାଇଥିବା ସଙ୍ଗଠନର ସଦସ୍ୟ ଭାବେ ଉଦ୍ୟୋଗୀ, ବୃତ୍ତିଧାରୀ ଏବଂ କର୍ପୋରେଟ୍‌ ଏକ୍‌ଜିକ୍ୟୁଟିଭ୍‌ ରହିଛନ୍ତି। ନିକଟରେ ଏହାର ୩୭ତମ ଜାତୀୟ ସଭାପତି ରୂପେ ଜାହ୍ନବୀ ଫୁକନ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ଔଦ୍ୟୋଗିକ ସାମର୍ଥ୍ୟ ମାଧ୍ୟମରେ ମହିଳା ସଶକ୍ତୀକରଣ ଦିଗରେ କାର୍ଯ୍ୟ କରିବେ ବୋଲି ଜାହ୍ନବୀ କହିଛନ୍ତି। ମହିଳାମାନେ କିଭଳି ନୂଆ ଆହ୍ବାନକୁ ସମ୍ମୁଖୀନ ହୋଇ ଆଗକୁ ଉଠିପାରିବେ, ସେହି ଦିଗରେ ଔଦ୍ୟୋଗିକ ନେତୃତ୍ୱ ନେଉଥିବା ଜାହ୍ନବୀଙ୍କ ବ୍ୟକ୍ତିତ୍ୱ ଏବେ ଯୁବ ମହିଳା ବର୍ଗଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ଜାହ୍ନବୀ କଲିକତା ବିଶ୍ୱବିଦ୍ୟଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରୁ ସ୍ନାତକୋତ୍ତର କରିଥିଲେ। ଆମେରିକାର ଇଣ୍ଡିଆନା ୟୁନିଭର୍ସିଟିର ସେ ମଧ୍ୟ ପୁରାତନ ଛାତ୍ରୀ ଥିଲେ। ଉଚ୍ଚଶିକ୍ଷା ପରେ ଉଦ୍ୟୋଗୀ ହେବା ଲକ୍ଷ୍ୟରେ ସେ କ୍ୟାରିୟର ଗଢ଼ିଥିଲେ। ଫଳରେ ଜେଟିଆଇ ଗ୍ରୁପ୍‌ ଅଧୀନ ଜଙ୍ଗଲ ଟ୍ରାଭେଲ୍ସ ଇଣ୍ଡିଆ ଓ ଆସାମ ବେଙ୍ଗଲ ନାଭିଗେଶନ କମ୍ପାନୀରେ ସହ-ପ୍ରତିଷ୍ଠାତା ହୋଇଥିଲେ। ଏହିସବୁ କମ୍ପାନୀ ଭ୍ରମଣ ଓ ଅଭ୍ୟର୍ଥନା, ବଟିକ୍‌ ରିଭର କ୍ରୁଇଜିଂ, ସ୍ବତନ୍ତ୍ର ଯାତ୍ରା ଲାଗି ଏକ କ୍ଷୁଦ୍ର ଦଳର ବ୍ୟବସ୍ଥା, ଚା’ ଓ କପଡ଼ା ଉଦ୍ୟୋଗ ଜରିଆରେ କାର୍ଯ୍ୟ କରି ମହିଳା ସଶକ୍ତୀକରଣ ଦିଗରେ ନୂଆ ବାଟ ଦେଖାଇଚାଲିଛି। ସୂଚନା ଦିଆଯାଇପାରେ ଯେ, ଜେଟିଆଇ ଗ୍ରୁପ୍‌ ୧୯୮୯ରେ ଗଠନ କରାଯାଇ ଉତ୍ତର ପୂର୍ବାଞ୍ଚଳ ଜଙ୍ଗଲର ଅନାବିଷ୍କୃତ ଅଞ୍ଚଳ, ବନ୍ୟପ୍ରାଣୀ, ଘଞ୍ଚ ଜଙ୍ଗଲ ଏବଂ ବୃହତ୍‌ ଜଳାଶୟ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଚାଲିଛି। ତେବେ ୨୦୦୩ରେ ଆସାମ ବେଙ୍ଗଲ ନାଭିଗେଶନ କମ୍ପାନୀ (ଏବିଏନ୍‌) ପ୍ରତିଷ୍ଠା କରାଯାଇ ପର୍ଯ୍ୟଟନର ବିକାଶ ଲାଗି ନିରନ୍ତର ପ୍ରୟାସ କରିଆସୁଛି। ବିଶେଷକରି ବ୍ରହ୍ମପୁତ୍ର ଓ ଗଙ୍ଗା ନଦୀରେ ହାଉସ୍‌ ବୋଟ୍‌ ଚଳାଚଳ କରିବା, ରିଭର କ୍ରୁଜ୍‌ ଶିପ୍‌ ଭଳି ପର୍ଯ୍ୟଟନ ଦିଗରେ କାର୍ଯ୍ୟ କରୁଛି। ୨୦୦୭ରେ ଜାହ୍ନବୀ ଏଫଏଲ୍‌ଓ ଉତ୍ତର ପୂର୍ବାଞ୍ଚଳର ଚାପ୍ଟର କାର୍ଯ୍ୟାଳୟ ଖୋଲି ଉପ-ସଭାପତି ହୋଇଥିଲେ। ତାଙ୍କର ସେହି ସମୟର ନେତୃତ୍ୱ ବେଳେ ସେ ‘ଆଇକନିକ୍‌ ଆଓ୍ବାର୍ଡ ଅଫ୍‌ ନର୍ଥଇଷ୍ଟ’ ପ୍ରତିଷ୍ଠା କରିଥିଲେ। ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ ବର୍ଗରେ ଉତ୍କର୍ଷଲାଭ କରିଥିବା ୫ ଜଣ ମହିଳା, ଯେଉଁମାନେ କି ଜୀବନକାଳ ମଧ୍ୟରେ କଠୋର ପରିଶ୍ରମ କରି ଆଗକୁ ଉଠିଛନ୍ତି ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।
ମହିଳାମାନଙ୍କ ଜୀବନ ଓ ଜୀବିକାରେ ଉନ୍ନତି ଆଣିବା ସକାଶେ ଜାହ୍ନବୀ ସର୍ବଦା କାମ କରିଚାଲିଛନ୍ତି। ଏମାନଙ୍କ ଲାଗି ଆର୍ଥିକ ସ୍ବଚ୍ଛଳତା, ନୀତି ଓ ବୈଧାନିକ ସ୍ତରରେ ନିଷ୍ପତ୍ତି, ସମାନତା ଏବଂ ଦକ୍ଷତା ବିକାଶ ଦିଗରେ କିଭଳି ପରିବର୍ତ୍ତନ ଅଣାଯାଇପାରେ ସେହି ଦିଗରେ ସେ ନିରନ୍ତର ପରୀକ୍ଷାନିରୀକ୍ଷା କରୁଛନ୍ତି। ଫଳରେ ଜାହ୍ନବୀ ୨୦୧୨ରୁ ସୂକ୍ଷ୍ମ, ମଧ୍ୟମ ଓ ଲଘୁ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ବୋର୍ଡ ଅଫ୍‌ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଣ୍ଟରପ୍ରିନ୍ୟୁୟରଶିପ୍‌ (ଆଇଆଇଇ)ରେ ସଦସ୍ୟ ରହିଆସିଛନ୍ତି। ଏବେ ଏଫ୍‌ଏଲ୍‌ଓର ୮,୦୦୦ ମହିଳା ସଦସ୍ୟଙ୍କ ପ୍ରତିନିଧି ଭାବେ ଜାହ୍ନବୀ ସେମାନଙ୍କ ଆର୍ଥିକ ସଶକ୍ତୀକରଣ ଓ ପ୍ରତି କ୍ଷେତ୍ରରେ ସମାନ ସୁଯୋଗ କିଭଳି ଅଣାଯାଇପାରିବ ସେଥିଲାଗି ସମ୍ଭାବ୍ୟ ଦିଗ ଉନ୍ମୋଚନ କରିଚାଲିଛନ୍ତି। ଆଜିର ଡିଜିଟାଲ ଯୁଗରେ ମହିଳାଙ୍କ ମଧ୍ୟରେ ଔଦ୍ୟୋଗିକ ସାମର୍ଥ୍ୟ ବଜାୟ ରଖିବା ସହ ବୃତ୍ତିଗତ ଉତ୍କର୍ଷ ଆଣିବା ଲକ୍ଷ୍ୟରେ ଜାହ୍ନବୀ ଏଫ୍‌ଏଲ୍‌ଓ ଜରିଆରେ ପ୍ରୟାସ ଜାରି ରଖିଛନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri