Posted inଜାତୀୟ

ଗୋଟିଏ ପରିବାରର ୪ ସଦସ୍ୟ କଲେ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ଏମିତି କଥା…

ଜୟପୁର,୨୨।୨: ରାଜସ୍ଥାନର ସିକରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଗୋଟିଏ ପରିବାରର ୪ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏହି ପରିବାର ପୁଅ ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ଦୁଇ ଝିଅଙ୍କ ସହ ମା-ବାପା ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ଘଟଣାସ୍ଥଳରୁ ଏକ ସୁଇସାଇଡ୍‌ ନୋଟ୍‌ ମଧ୍ୟ ପୋଲିସ ଜବତ କରିଛି।

ସୂଚନାଯୋଗ୍ୟ, ପରିବାରର ମୁଖ୍ୟ ସକିରର ହନୁମାନ ପ୍ରସାଦ ସୈନୀ ସ୍ତ୍ରୀ ତାରା ଏବଂ ଦୁଇ ଝିଅ ଅନୁ ଏବଂ ପୂଜା ଆତ୍ମହତ୍ୟା କରିଛନ୍ତି। ଏମାନେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ହନୁମାନ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ି ଯାଇଛନ୍ତି। ଯେଉଁଥିରେ ଲେଖା ହୋଇଛି, ପୁଅର ମୃତ୍ୟୁ ପରେ ଆମେମାନେ ବଞ୍ଚିପାରିବୁ ନାହିଁ। ସୁସ୍ଥ ମସ୍କିଷ୍କରେ ମୁଁ ଲେଖୁଛି କି, ମୋ ସ୍ତ୍ରୀ, ଦୁଇ ଝିଅ ପୁଅ ବିନା ବଞ୍ଚିପାରିବୁ ନାହିଁ। ମୋ ପୁଅ ଅମରଙ୍କ ୨୦୨୦ ସେପ୍ଟେମ୍ବର ୨୭ରେ ମୃତ୍ୟୁ ଘଟିଥିଲା। ଅମର ଆମ ୪ ଜଣଙ୍କ ଜୀବନ ଥିଲା। ସେ ତ ନାହିଁ ଆମେ ରହି କ’ଣ କରିବୁ?
ଏଥିରେ ଆହୁରି ମଧ୍ୟ ଲେଖାହୋଇଛି, ପ୍ରଶାସନ ଆମ ପରିବାରର କୌଣସି ସଦସ୍ୟଙ୍କୁ ହଇରାଣ ନ କରୁ। ଏହା ଆମର ନିଜସ୍ବ ନିଷ୍ପତ୍ତି। ଏଥିରେ କେହି ଦାୟୀ ନୁହନ୍ତି। ଏହି ସୁସାଇଡ୍‌ ନୋଟ୍‌ ହନୁମାନ ପ୍ରସାଦ ତାଙ୍କ ଛୋଟ ଭାଇ ସୁରେଶଙ୍କୁ ଲେଖିଛନ୍ତି। ଆମ ସମସ୍ତଙ୍କ ଅନ୍ତିମ ସଂସ୍କାର ପରିବାର ପରି କରାଯାଉ। ସୁରେଶ ମୋ ଉପରେ କାହାର କୌଣସି ଟଙ୍କା ବାକି ନାହିଁ। ଏହି ସୁସାଇଡ୍‌ ନୋଟ୍‌ ପାଇବା ପରେ ପରିବାରର ଅନ୍ୟ ସଦସ୍ୟଙ୍କ ଆଖିରେ ଲୁହ ଆସିଯାଉଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାରର ୪ ସଦସ୍ୟଙ୍କ ମୃତଦେହ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri