ପିଲାଙ୍କ ଭିତରେ ଉତ୍ସାହ

ଢେଙ୍କାନାଳ ଅଫିସ୍‌, ୨୯ ।୪ ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା। ଦୀର୍ଘ ୨ବର୍ଷ ପରେ କରୋନା ପରିସ୍ଥିତି ସ୍ବାଭାବିକ ହୋଇଥିବାବେଳେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇଛନ୍ତି ଛାତ୍ରୀଛାତ୍ର। ପ୍ରଥମ ଦିନ କଳା ଏବଂ ବାଣିଜ୍ୟ ବିଭାଗରେ ମାତୃଭାଷା ଓଡ଼ିଆ ପରୀକ୍ଷା ରହିଥିବା ବେଳେ ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ଢେଙ୍କାନାଳ ସ୍ବୟଂଶାସିତ କଲେଜ ପରୀକ୍ଷା କେନ୍ଦ୍ରରେ ୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୪୨୭ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ସେମାନଙ୍କ ମଧ୍ୟରେ ବିଜ୍ଞାନରେ ୧୦୭୭, କଳାରେ ୨୪୭ ଏବଂ ବାଣିଜ୍ୟରେ ୧୧୦ ଛାତ୍ରୀଛାତ୍ର ରହିଛନ୍ତି। ଏହି କେନ୍ଦ୍ରରେ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଇ-ଟେକ୍‌ ଆବାସିକ କଲେଜ, ବିଟ୍‌ ଆବାସିକ କଲେଜ, ବିଦ୍ୟାର୍ଥୀ ଆବାସିକ କଲେଜ, ସାଇକୃପା ଆବାସିକ କଲେଜ, ଭାର୍ଗବୀ ଆବାସିକ କଲେଜ, ଖଟୁଆହତାସ୍ଥିତ ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ପିଲାମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ଥଣ୍ଡାପାଣି, ଗ୍ଲୁକୋଜ, ଓଆର୍‌ଏସ୍‌ ଏବଂ ଜଳଛତ୍ର ବ୍ୟବସ୍ଥା କରାଯାଇଛି। କୋଭିଡ୍‌ ସଂକ୍ରମଣ ଏଡ଼ାଇବାକୁ ସାନିଟାଇଜର, ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଥିବାବେଳେ ସାମାଜିକ ଦୂରତା ନିୟମ ପାଳନ କରାଯାଉଛି। ସୁପରିଣ୍ଟେଣ୍ଡେଣ୍ଟ ତଥା ପ୍ରିନ୍ସିପାଲ ପ୍ରଫେସର ରଞ୍ଜିତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବେ ଡ. ପ୍ରଶାନ୍ତ କୁମାର ପରିଡା, ଡ. ଆଦିତ୍ୟ ମେହେର, ଡ. ସୁଶାନ୍ତ କୁମାର ପ୍ରଧାନ, ସୁମିତ୍ରା ବେହେରାଙ୍କୁ ନିୟୋଜିତ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri