ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ୱରେ ଉତ୍ସାହ: ଆମେରିକା ରାଜରାସ୍ତାରେ ଜୟ ଶ୍ରୀରାମ ସ୍ଲୋଗାନ, ଟାଇମ୍ସ ସ୍କୋୟାରରେ ଲଡୁ ବଣ୍ଟା…

ଓ୍ବାଶିଂଟନ,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ବିଶ୍ୱରେ ଉତ୍ସାହ ଦେଖାଦେଇଛି। ଆମେରିକାର ହିନ୍ଦୁମାନଙ୍କ ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ଉତ୍ସାହ ରହିଛି। ଏହି ଅବସରରେ, ରାମ ମନ୍ଦିର ଓଭରସିଜ ଫ୍ରେଣ୍ଡସର ସଦସ୍ୟମାନେ ଆମେରିକାର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ଲୋକଙ୍କୁ ଲଡୁ ବଣ୍ଟନ କରିଛନ୍ତି। ଟାଇମ୍ସ ସ୍କୋୟାରରେ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ରହିଛି।

ଆମେରିକାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିରର ସମର୍ପଣ ସମାରୋହ ପୂର୍ବରୁ ଗୋଲ୍ଡେନ ଗେଟ ବ୍ରିଜ ଉପରେ ଏକ କାର୍‌ ରାଲିର ଆୟୋଜନ କରିଥିଲେ । ଟେକ୍ସାସ, ନ୍ୟୁୟର୍କ, ନ୍ୟୁ ଜର୍ସି ଏବଂ ଜର୍ଜିଆ ସମେତ ଆମେରିକାର ଅନେକ ସହରରେ ରାମ ମନ୍ଦିର ଉତ୍ସବ ପାଳନ କରାଯାଇଛି। ଆମେରିକାର ରାଜ ରାସ୍ତାରେ ଜୟ ଶ୍ରୀରାମ ସ୍ଲୋଗାନ ହିନ୍ଦୁ ସମ୍ପ୍ରଦାୟଙ୍କ ପକ୍ଷରୁ ଦିଆଯାଇଛି।

ଡେନମାର୍କରେ ରାମ ମନ୍ଦିର ଉଦଘାଟନ ନେଇ ଉତ୍ସବ ମୁଖର ହୋଇ ଉଠିଛି। ଏହି ଅବସରରେ ଡେନମାର୍କର ରାଷ୍ଟ୍ରଦୂତ ପୂଜା କପୁର ରାମଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କ ସହିତ ଭକ୍ତମାନେ ମଧ୍ୟ ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଥିଲେ। ଉତ୍ସବର ଅଂଶଗ୍ରହଣକାରୀମାନଙ୍କୁ ଅକ୍ଷତ ବଣ୍ଟନ କରାଯାଇଥିଲା।

କାନାଡାର ଦୁଇଟି ସହରରେ ‘ଅଯୋଧ୍ୟା ରାମ ମନ୍ଦିର ଦିବସ’ ଘୋଷଣା କରାଯାଇଛି। ଓଣ୍ଟାରିଓର ଓକଭିଲ ଏବଂ ବ୍ରମ୍ପଟନ ସହରରେ ୨୨ଜାନୁୟାରୀ ୨୦୨୪ କୁ ‘ଅଯୋଧ୍ୟା ରାମ ମନ୍ଦିର ଦିବସ’ ଭାବରେ ଘୋଷଣା କରାଯାଇଛି। ମ୍ପଟନ ମେୟର ପାଟ୍ରିକ ବ୍ରାଉନ ଏବଂ ଓକଭିଲ ମେୟର ରବି ବର୍ଟନ କହିଛନ୍ତି ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଉଦଘାଟନ ସମଗ୍ର ବିଶ୍ୱରେ ହିନ୍ଦୁମାନଙ୍କ ପାଇଁ ସାଂସ୍କୃତିକ, ଧାର୍ମିକ ଏବଂ ଐତିହାସିକ ମହତ୍ତ୍ୱ ରହିଛି।

ମରିସସ ମନ୍ଦିରରେ ଶ୍ରୀରାମ ଚରିତ ମାନସର ଚୌପାଇ ପାଠ କରାଉଛି। ୪୮ ପ୍ରତିଶତ ହିନ୍ଦୁ ଜନସଂଖ୍ୟା ଥିବା ମରିସସର ସମସ୍ତ ମନ୍ଦିରରେ ରାମାୟଣ ପାଠ ହେଉଛି। ହାଇ କମିଶନର ହେମାଣ୍ଡୋଇଲ ଦିଲମ କହିଛନ୍ତି କେବଳ ଭାରତ ନୁହେଁ ମରିସସବାସୀଙ୍କ ପାଇଁ ମଧ୍ୟ ଏହି ସମାରୋହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହିନ୍ଦୁ କର୍ମଚାରୀମାନଙ୍କୁ ମଧ୍ୟ ସରକାର ଦୁଇ ଘଣ୍ଟା ଛୁଟି ଦେଇଛନ୍ତି। ସନାତନ ଧର୍ମ ମଣ୍ଡଳ ସଂଗଠନ ଦ୍ୱାରା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ଯେଉଁଥିରେ ପ୍ରଧାନମନ୍ତ୍ରୀ ପ୍ରବୀଣ କୁମାର ଜଗନ୍ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

 


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri