ମଥା ଟେକିପାରୁନି ମନୋରଞ୍ଜନ ମାଧ୍ୟମ

ଉପେନ୍ଦ୍ର ରାଉତ
ବଅଁରପାଳ,୧୨ା୮ – କାମର ଚାପ ହ୍ରାସ ପାଇଁ ହେଉ ଅବା ସୁସ୍ଥ ଜୀବନଯାପନ, ସଭିଙ୍କୁ ଲୋଡ଼ା ମନୋରଞ୍ଜନ। କିନ୍ତୁ ୫ ମାସ ହେଲା କରୋନା କଟକଣା ପାଇଁ ମନୋରଞ୍ଜନର ଏକ ବଡ଼ ମାଧ୍ୟମ ସିନେମା ହଲ୍‌ରେ ପକାଇ ଦିଆଯାଇଛି ତାଲା। ଫଳରେ ରାତି ପାହିଲେ ଯେଉଁଠି ଅସମ୍ଭାଳ ଭିଡ଼ ଜମୁଥିଲା ସେଠି ଏବେ ଅସ୍ବାଭାବିକ ନୀରବତା ଛାଇଯାଇଛି। ଗତ ୫ ତାରିଖଠାରୁ ଜିମ୍‌, ଯୋଗ କେନ୍ଦ୍ରକୁ ‘ହଁ’ କୁହାଯାଇଥିଲେ ହେଁ ସିନେମା ହଲ୍‌ ପୂର୍ବପରି ‘ନା’ରେ ରହିଯାଇଛି। ଫଳରେ ମନୋରଞ୍ଜନର ଏହି ମାଧ୍ୟମ ଗତ ମାର୍ଚ୍ଚ ମାସରୁ ଏଯାଏ ମଥା ଟେକିପାରୁ ନାହିଁ।
ଅନୁଗୋଳ ଜିଲାରେ ୬ଟି ସିନେମା ହଲ୍‌ ରହିଛି। କେବଳ ଅନୁଗୋଳରେ ୨ଟି ଦିବ୍ୟଜୋତି ଓ କାଞ୍ଚନ ପ୍ରେକ୍ଷାଳୟ ଥିବାବେଳେ ନାଲ୍‌କୋରେ ସିନେଫ୍ଲେକ୍ସ, ବଅଁରପାଳରେ ଆଶାଟକିଜ ଓ ତାଳଚେରରେ ୨ଟି ରହିଛି। କରୋନା ପୂର୍ବରୁ ଏସବୁ ହଲ୍‌ଗୁଡ଼ିକ ଅନେକ ସମୟରେ ହାଉସ୍‌ଫୁଲ୍‌ ରହୁଥିଲା। ନୂଆ ନୂଆ ଚଳଚ୍ଚିତ୍ର ଦେଖିବାର ଉତ୍ସାହ ଦର୍ଶକମାନଙ୍କୁ ଟାଣିଆଣୁଥିଲା। ଭଲ ରୋଜଗାର ହେଉଥିବାରୁ ଏହି ବ୍ୟବସାୟ ସମ୍ପ୍ରସାରଣର ଆଶା ସଞ୍ଚାର ହେଉଥିଲା। କିନ୍ତୁ ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ଘୋଷଣା ପରଠାରୁ ବ୍ୟବସାୟ ବନ୍ଦ ରହିଛି। ଫଳରେ କ୍ଷତି ବଢ଼ି ଚାଲିଥିବା କେତେଜଣ ହଲ୍‌ ମାଲିକ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଗତ କିଛି ବର୍ଷ ହେଲା ସିନେମା ମୁକ୍ତିଲାଭର ଧାରା ବଦଳିଛି। ପୂର୍ବରୁ କେବଳ ପର୍ବପର୍ବାଣିରେ ଆସୁଥିବା ଓଡ଼ିଆ ଚଳଚ୍ଚିତ୍ର ଏବେ ଅନ୍ୟ ସମୟରେ ମଧ୍ୟ ରିଲିଜ ହେଉଛି। ଏଥିସହ ଅଧିକରୁ ଅଧିକ ହିନ୍ଦୀ ଫିଲ୍ମ ପରଦାମଣ୍ଡନ କରିବା ସିନେମା ହଲ୍‌ ବ୍ୟବସାୟୀମାନଙ୍କୁ ବେଶ୍‌ ସୁହାଇ ଆସିଛି। ହେଲେ କରୋନା କଟକଣା ଲଗାଯିବା ପରଠାରୁ ପ୍ରେକ୍ଷାଳୟଗୁଡ଼ିକ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସାମାଜିକ ଦୂରତ୍ୱ ସହ କଟକଣା ମଧ୍ୟରେ ହଲ୍‌ଗୁଡ଼ିକୁ ଖୋଲିବାକୁ ବିଭିନ୍ନ ସମୟରେ ଦାବି ହେଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଂକେତ ଦିଆଯାଉ ନାହିଁ। ସେମାନେ ସରକାରଙ୍କୁ ଟିକସ ଦେବା ସହ ନିୟମିତ ବିଦ୍ୟୁତ୍‌ ଦେୟ ପ୍ରଦାନ କରୁଛନ୍ତି। ଏପରିକି କର୍ମଚାରୀଙ୍କୁ ଦରମା ମଧ୍ୟ ଦେଉଛନ୍ତି। ଗୋଟିଏ ଗୋଟିଏ ହଲ୍‌ରେ ୨୦ରୁ ଅଧିକ କର୍ମଚାରୀ ଥିବାରୁ ଦରମା ବାବଦରେ ମାସିକ ଲକ୍ଷାଧିକ ଟଙ୍କା ବ୍ୟୟ କରିବାକୁ ପଡ଼ୁଛି। ହଲ୍‌ର ମେଣ୍ଟେନାନ୍ସ ଖର୍ଚ୍ଚ ବଢ଼ିଚାଲିଛି। ଆୟ ଆଦୌ ନ ଥିବା ବେଳେ ଅତ୍ୟଧିକ ବ୍ୟୟ ବହନ କରିବା ଅସମ୍ଭବ ହୋଇପଡ଼ୁଛି। ଆଗାମୀ ଦିନରେ ହଲ୍‌ ଖୋଲିବା ଦିଗରେ ସରକାର ବିଚାର ନ କଲେ ସବୁଦିନ ପାଇଁ ପ୍ରେକ୍ଷାଳୟ ବନ୍ଦ କରିବା ଭଳି ପରିସ୍ଥିତି ଆସିବା ଅସମ୍ଭବ ନୁହେଁ। ଏହାଦ୍ୱାରା ବହୁ କର୍ମଚାରୀ କର୍ମସଂସ୍ଥାନ ସହ ରୋଜଗାର ହରାଇବସିବେ। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଅନୁଗୋଳ ଜିଲାର ସିନେମା ହଲ୍‌ ମାଲିକମାନେ ଦାବି କରିଛନ୍ତି।
ଟ୍ୟାକ୍ସ ଛାଡ଼ କରାଯାଉ
ଗତ ମାର୍ଚ୍ଚମାସରୁ ସିନେମା ହଲ ବନ୍ଦ ରହିଛି। ବ୍ୟବସାୟ ନ ଥିଲେ ମଧ୍ୟ ସରକାରଙ୍କୁ ଟ୍ୟାକ୍ସ ଦିଆଯାଉଛି। ୩୫ ଜଣ କର୍ମଚାରୀଙ୍କୁ ଦରମା ସହ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ପରିଚାଳନା କରାଯାଉଛି। ମାଲିକମାନେ ହତାଶ ହୋଇପଡ଼ୁଥିବାରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଆଣି ସରକାର ହଲଗୁଡିକୁ ଚଳାଇବା ପାଇଁ ଅନୁମତି ଦିଅନ୍ତୁ। ନଚେତ କର୍ମଚାରୀଙ୍କୁ ଦରମା ପ୍ରଦାନ ସହ ଟ୍ୟାକ୍ସ ଛାଡ଼ କରନ୍ତୁ।
– ସଂଗ୍ରାମ ମିଶ୍ର, ମାଲିକ ଦିବ୍ୟଜୋତି ସିନେମା ହଲ୍‌, ଅନୁଗୋଳ
ବୁଡିଯାଉଛି ବ୍ୟବସାୟ
ଗତ ୫ ମାସ ମଧ୍ୟରେ କେତେ ପର୍ବପର୍ବାଣି ଗଲାଣି। ଆଗକୁ ପୂଜା ଋତୁ ଆସୁଛି। ସାଧାରଣତଃ ଏସବୁ ସମୟରେ ନୂଆ ଓଡ଼ିଆ ସିନେମା ସହ ବିଗ୍‌ ବଜେଟ୍‌ର ହିନ୍ଦୀ ଫିଲ୍ମ ପରଦା ମଣ୍ଡନ କରିଥାନ୍ତା। ହଲ୍‌ଗୁଡ଼ିକ ହାଉସ୍‌ଫୁଲରେ ଚାଲୁଥାନ୍ତା। କିନ୍ତୁ ମାର୍ଚ୍ଚରୁ ହଲ୍‌ଗୁଡ଼ିକୁ ବନ୍ଦ ରଖାଯାଇଥିବାରୁ ଏହି ବ୍ୟବସାୟ ଏକପ୍ରକାର ବୁଡ଼ିଯାଉଛି।
– ରାଜୀବ ଜେନା, ମାଲିକ କାଞ୍ଚନ ଟକିଜ, ଅନୁଗୋଳ
ହଲ୍‌ ଚାଲୁ ପାଇଁ ଅନୁମତି ମିଳୁ
ଦୀର୍ଘ ଦିନ ହେଲା ସିନେମା ହଲଗୁଡ଼ିକରେ ତାଲା ଝୁଲାଇ ଦିଆଯାଇଛି। ବ୍ୟବସାୟ ବନ୍ଦ ଥିଲେ ବି ପ୍ରତି ମାସରେ ବିଦ୍ୟୁତ୍‌ ବିଲ୍‌ ସହ ଟ୍ୟାକ୍ସ ଦେବାକୁ ପଡ଼ୁଛି। କର୍ମଚାରୀମାନେ ଆମ ଉପରେ ନିର୍ଭରଶୀଳ ଥିବାରୁ ସେମାନଙ୍କୁ ଦରମା ଦେଉଛୁ। ସରକାର ହଲଗୁଡିକୁ ଚଳାଇବା ପାଇଁ ଅନୁମତି ଦେଲେ କର୍ମଚାରୀମାନଙ୍କ ଜୀବନ ଜୀବିକା ରକ୍ଷାହୋଇପାରନ୍ତା।
– ପଙ୍କଜ ସାମଲ, ମାଲିକ ଆଶା ଟକିଜ୍‌, ବଅଁରପାଳ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?