ରାଜ୍ୟ ଉପରେ ଉଦ୍ୟୋଗ ବୋଝ

ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ରାଜସ୍ବ ବୃଦ୍ଧି ଆଶାରେ ରାଜ୍ୟ ସରକାର ଋଣ କରି ଉଦ୍ୟୋଗଗୁଡ଼ିକୁ ବିପୁଳ ଆର୍ଥିକ ସହାୟତା ଦେଉଛନ୍ତି। କିନ୍ତୁ ସରକାରୀ ଉଦ୍ୟୋଗ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ସେଗୁଡ଼ିକ ଡୁବିବାରେ ଲାଗିଛନ୍ତି। ଫଳରେ ରାଜକୋଷ ଉପରେ ବୋଝ ବଢ଼ୁଛି, ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସିଏଜି ।

ଭୁବନେଶ୍ୱର,୧୯।୯(ବ୍ୟୁରୋ): ସରକାରୀ ଉଦ୍ୟୋଗ ଓ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଲାଭାଂଶ ଆସିବ। ରାଜକୋଷରେ ରାଜସ୍ବ ବୃଦ୍ଧି ହେବ। ଏଭଳି ଚିନ୍ତା କରି ରାଜ୍ୟ ସରକାର ଋଣ କରି ଉଦ୍ୟୋଗଗୁଡ଼ିକୁ ହୃଷ୍ଟପୁଷ୍ଟ କରୁଛନ୍ତି। କିନ୍ତୁ କମ୍ପାନୀ ଏବଂ ଉଦ୍ୟୋଗ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ଅପାରଗତା ଯୋଗୁ ସେଗୁଡ଼ିକ ଫାଇଦା ଦେବା ବଦଳରେ ଧୀରେ ଧୀରେ ଡୁବି ଯାଉଛନ୍ତି। ସେହି କମ୍ପାନୀ ଓ ଉଦ୍ୟୋଗଗୁଡ଼ିକରେ ହୋଇଥିବା ପୁଞ୍ଜିନିବେଶ କ୍ରମଶଃ ରାଜକୋଷ ଉପରେ ବୋଝ ହୋଇଯାଉଛି। ରାଜ୍ୟ ସରକାର ୧୪୭ କମ୍ପାନୀ ଏବଂ ଉଦ୍ୟୋଗରେ ୨୦୧୫ରୁ ୨୦୨୦ ମଧ୍ୟରେ ୫୬୯୮ କୋଟି ପୁଞ୍ଜି ବିନିଯୋଗ କରିଛନ୍ତି। ସେଥିରୁ ୪୭୨୦ କୋଟି ଲାଭାଂଶ ରାଜ୍ୟ ତହବିଲକୁ ଫେରି ନାହିଁ । ଡୁବି ଯାଉଥିବା କମ୍ପାନୀକୁ ପୋଷି ସରକାର ରାଜକୋଷ ଉଜାଡ଼ି ଚାଲିଛନ୍ତି। ସରକାରଙ୍କ ଏଭଳି ପୁଞ୍ଜିନିବେଶକୁ ନେଇ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଚିନ୍ତାପ୍ରକଟ କରିଛନ୍ତି।
ନିକଟରେ ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ସରକାର ଭବିଷ୍ୟତରେ ଲାଭ ପାଇବା ଆଶାରେ କମ୍ପାନୀ ଓ ଉଦ୍ୟୋଗଗୁଡ଼ିକରେ ପୁଞ୍ଜି ନିବେଶ କରୁଛନ୍ତି। ୨୦୧୫ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ୫୬୯୮.୬୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ କରାଯାଇଛି। ସରକାରୀ କମ୍ପାନୀଗୁଡ଼ିକରେ ୪୨୭୮ କୋଟି ଟଙ୍କା ବିନିଯୋଗ ହୋଇଥିବାବେଳେ ସମବାୟ ସମିତିରେ ୭୬୩.୫୭ କୋଟି, ନିଗମଗୁଡ଼ିକରେ ୬୫୪.୦୫ କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏହି ବିନିଯୋଗର ଲାଭାଂଶ ବାବଦରେ ୪,୭୨୦.୮୪ କୋଟି ଟଙ୍କା ଅର୍ଥାତ୍‌ ୮୩ ପ୍ରତିଶତ ପୁଞ୍ଜି ରାଜକୋଷକୁ ଫେରିବା କଥା। ମାତ୍ର ୨୦୧୫-୧୬ରେ ୫୫୩.୩୬ କୋଟି ଟଙ୍କା ଫେରିଥିବାବେଳେ ୨୦୧୬-୧୭ରେ ୫୬୬.୦୪ କୋଟି, ୨୦୧୭-୧୮ରେ ୬୬.୨୨ କୋଟି, ୨୦୧୮-୧୯ରେ ୫୪୩.୯୪ କୋଟି ଏବଂ ୨୦୧୯-୨୦ରେ ଫେରିଛି ମାତ୍ର ୩୨୧.୩୮ କୋଟି ଟଙ୍କା। ରାଜ୍ୟ ସରକାର ପୁଞ୍ଜି ବିନିଯୋଗ କରିଥିବା ୧୪୭ଟି ସଂସ୍ଥାରୁ ୨୦୧୯-୨୦ରେ ମାତ୍ର ୧୦ଟି ସଂସ୍ଥା କିଛି ମାତ୍ରାରେ ଲାଭାଂଶ ଫେରାଇବାରେ ସଫଳ ହୋଇଛନ୍ତି। ସେଥିମଧ୍ୟରେ ୯ଟି ସରକାରୀ କମ୍ପାନୀ ଓ ଗୋଟିଏ ସମବାୟ ସମିତି ରହିଛି। ରାଜ୍ୟ ସରକାର ବିନିଯୋଗ କରିଥିବା ୫୬୯୮.୬୫ କୋଟି ଟଙ୍କାରୁ ୩,୦୭୫.୪୭ କୋଟି ଟଙ୍କା ୪ଟି ଶକ୍ତି କମ୍ପାନୀ ଓପିଜିସି, ଓପିଟିସିଏଲ୍‌, ଓଏଚ୍‌ପିସି ଏବଂ ଗ୍ରୀଡ୍‌କୋରେ ବିନିଯୋଗ କରାଯାଇଛି। ସେଥିରୁ କେବଳ ଓଏଚ୍‌ପିସି ୩୧.୫୮ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥିବା ବେଳେ ଅନ୍ୟ କୌଣସି
କମ୍ପାନୀ
ଟଙ୍କାଟିଏ ବି ଲାଭ ରାଜକୋଷକୁ ଦେଇନାହାନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ଭଳି ଲାଭଜନକ ସଂସ୍ଥା ମଧ୍ୟ ଲାଭାଂଶ ଦେବାରେ ଅସମର୍ଥ ହୋଇଛି। ଓଏମ୍‌ସି ୨୦୧୮-୧୯ରେ ୫୦୦ କୋଟି ଟଙ୍କା ଲାଭାଂଶ ଦେଇଥିବା ବେଳେ ୨୦୧୯-୨୦ରେ ୫୦ ପ୍ରତିଶତ କମାଇ ୨୫୦ କୋଟି ଟଙ୍କା ଲାଭ ଦେବାରେ ସକ୍ଷମ ହୋଇଛି। ଅର୍ଥାତ୍‌ ବର୍ଷକ ମଧ୍ୟରେ ଓଏମ୍‌ସି ଲାଭାଂଶ ୫୦ ପ୍ରତିଶତକୁ ଖସି ଯାଇଛି।
ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥିବା ୧୪୭ ସଂସ୍ଥାରୁ ୭୨ଟି ବୁଡ଼ି ଯାଇଛନ୍ତି। ବଳକା ୭୫ଟି ସଂସ୍ଥାରୁ ୨୦୧୯-୨୦ରେ ୬୫ଟି ସଂସ୍ଥା ଟଙ୍କାଟିଏ ଲାଭ ସରକାରଙ୍କ୍‌ୁ ଦେଇପାରି ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଶକ୍ତିକ୍ଷେତ୍ର କମ୍ପାନୀଗୁଡ଼ିକରେ ରାଜ୍ୟ ସରକାର ପୁଞ୍ଜି ବିନିଯୋଗର ସିଂହଭାଗ ନିବେଶ କରିଥିଲେ ମଧ୍ୟ ସେଗୁଡ଼ିକ କ୍ଷତିରେ ଚାଲୁଛନ୍ତି। ଗୋଟିଏ ପଟେ ସରକାର ଶକ୍ତିକ୍ଷେତ୍ର କମ୍ପାନୀଗୁଡ଼ିକରେ ପୁଞ୍ଜିି ନିବେଶ କରୁଥିବା ବେଳେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ବକେୟା ଭରଣା କରୁ ନ ଥିବାରୁ ଗ୍ରୀଡ୍‌କୋ, ଓପିଜିସି, ଓଏଚ୍‌ପିସି ଭଳି କମ୍ପାନୀ ଋଣଭାରରେ ବୁଡ଼ି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲା ବଡ଼ ଡିଲ୍‌: ମାଡ଼ି ବସିଲା ପୋଲିସ

ସୋନପୁର/ଡୁଙ୍ଗୁରିପାଲି, ୭।୨(ମୃତ୍ୟୁଞ୍ଜୟ ଶତପଥୀ/ଦୀନବନ୍ଧୁ ସୁନା)-ସୁବର୍ଣ୍ଣପୁର ଜିଲା ରାମପୁର ପୋଲିସ ଶନିବାର ଚଢ଼ାଉକରି ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ୍‌ କରିଛି। ଏହି ଘଟଣାରେ ପରିବହନକାରୀ ତଥା ବରଗଡ଼…

ଶେଫର୍ଡଙ୍କ ହ୍ୟାଟ୍ରିକ୍‌ : କୋଲ୍‌କାତାରେ ମ୍ୟାଚ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

କୋଲ୍‌କାତା, ୭ା୨: ରୋମାରିଓ ଶେଫର୍ଡଙ୍କ ହ୍ୟାଟ୍ରିକ୍‌ ସହ ୫ ଉଇକେଟ ସଫଳତା ବଳରେ ସ୍ଥାନୀୟ ଇଡେନ ଗାର୍ଡେନ୍ସରେ ଶନିବାର ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ୩୫…

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ କାହିଁକି ଖେଳିଲେନି ଜସପ୍ରିତ ବୁମ୍‌ରାହ? ନିରାଶ ହେଲେ ପ୍ରଶଂସକ  

ମୁମ୍ବାଇ,୭।୨: ଭାରତ ମୁମ୍ବାଇର ୱାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଆମେରିକା ବିପକ୍ଷରେ T୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି।ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ହାରିଥିଲେ।…

ଜଳିଗଲା କାର୍‌

ଝାରସୁଗୁଡ଼ା, ୭ା୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହର କିଷାନ ଛକ ନିକଟ ଏକ ହୋଟେଲ ସମ୍ମୁଖରେ ଶନିବାର ଏକ କାର୍‌ ଜଳିଯାଇଛି। କାର୍‌(ନଂ.ଏମ୍‌ଏଚ୍‌୧୫ସିଡ଼ି-୫୦୯୨)ଟି ସମ୍ବଲପୁର ଅଞ୍ଚଳରୁ ଆସି…

ଏକା ଲଢ଼ିଲେ ସୂର୍ଯ୍ୟକୁମାର…USA ବିପକ୍ଷରେ ରଚିଲେ ଇତିହାସ 

ମୁମ୍ବାଇ,୭।୨: ଟି୨୦ ବିଶ୍ୱକପ୍‌ରେ ଐତିହାସିକ ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ସହ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ମ୍ୟାଚ୍‌ରେ ଟସ୍‌ ହାରିବା ପରେ…

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri