ଅନୁଚିତ ଉପାୟରେ କାରବାର କରୁଛି ଗୁଗଲ

ନୂଆଦିଲ୍ଲୀ,୧୯।୯ – ବିଶ୍ୱର ସର୍ବବୃହତ୍‌ ଇଣ୍ଟରନେଟ୍‌ ସର୍ଚ୍ଚ ଇଞ୍ଜିନ ଗୁଗଲ ବିରୋଧରେ ନାନା ଅଭିଯୋଗ ଆସିବା ପରେ ଏହାର ଗୁରୁତ୍ୱକୁ ନଜରରେ ରଖି କମ୍ପିଟେଶନ କମିସନ ଅଫ୍‌ ଇଣ୍ଡିଆ (ସିସିଆଇ) ୨୦୧୯ ଏପ୍ରିଲରେ ଗୁଗଲର ବେଆଇନ କାର୍ଯ୍ୟକଳାପ ଓ ବ୍ୟବସାୟ ଉପରେ ଯାଞ୍ଚ ଆଦେଶ ଦେଇଥିଲା। ଦୀର୍ଘ ୨ ବର୍ଷ ଧରି ସିସିଆଇ ଗୁଗଲର ବିଭିନ୍ନ ଘଟଣା ସମ୍ପର୍କରେ ତଦନ୍ତ କରିବା ପରେ ଏହି ରିପୋର୍ଟ ଦେଇଥିଲା। ହେଲେ ଏହି ଆମେରିକୀୟ ଟେକ୍ନୋଲଜି ଓ ସର୍ଚ୍ଚ ଇଞ୍ଜିନ କମ୍ପାନୀ ବଜାର ପ୍ରତିଯୋଗିତା ବିରୋଧୀ ଓ ନିଷିଦ୍ଧ ବାଣିଜ୍ୟ ପଦ୍ଧତି ଅବଲମ୍ବନ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ତଦନ୍ତରେ ଗୁଗଲଙ୍କ ବିରୋଧରେ କମ୍ପିଟେଶନ ଓ ଇନୋଭେଶନକୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ ହୋଇଛି। ଏହା କେବଳ ବଜାର ନୁହେଁ ଉପଭୋକ୍ତାଙ୍କ ଲାଗି ମଧ୍ୟ କ୍ଷତିକାରକ ବୋଲି ସିସିଆଇ ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ବଜାରରେ ନିଜର ଗୁରୁତ୍ୱ ବହନ କରୁଥିବା ଗୁଗଲ ଏପରି କରୁଥିବା ସିସିଆଇର ତଦନ୍ତକାରୀ ଟିମ୍‌ ୭୫୦ ପୃଷ୍ଠାର ରିପୋର୍ଟରେ ସବିଶେଷ ସୂଚନା ସୂଚିତ କରିଛି। ଏଥିରେ ଗୁଗଲ ମୋବାଇଲ ନିର୍ମାଣ କରୁଥିବା କମ୍ପାନୀଙ୍କ ସମେତ ଆପ୍‌ ପ୍ରସ୍ତୁତ କରୁଥିବା କମ୍ପାନୀଙ୍କୁ ଏକତରଫା କଣ୍ଟ୍ରାକ୍ଟ ଲାଗି ବାଧ୍ୟ କରୁଥିବା କୁହାଯାଇଛି।
ସିସିଆଇର ଉକ୍ତ ରିପୋର୍ଟରେ ଗୁଗଲ ବିରୋଧରେ ସେକ୍ସନ ୪-୨,ଏ,ଆଇ ସହ ସେକ୍ସନ ୪-୨,ସି ଓ ସେକ୍ସନ ୪-୨,ଡି ଏବଂ ସେକ୍ସନ ୪-୨,ଇ ରେ ଥିବା ବ୍ୟବସ୍ଥା ଉଲ୍ଲଂଘନର ଦୋଷୀ ବୋଲି ଦର୍ଶାଯାଇଛି। ତଦନ୍ତକାରୀ ଟିମ୍‌ ରିପୋର୍ଟକୁ ସିସିଆଇଙ୍କୁ ପଠାଇ ଦେଇଛନ୍ତି। ବିଚାରରେ ଯଦି ଗୁଗଲ ସିସିଆଇଙ୍କ ନିକଟରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଗୁଗଲଙ୍କୁ ଜରିମାନା କରାଯିବା ସହ ବ୍ୟବସାୟିକ ନୀତିନିୟମ ବଦଳାଇବା କୁହାଯାଇପାରେ। କେବଳ ଭାରତରେ ନୁହେଁ ଆମେରିକା, ୟୁରୋପ, ଜର୍ମାନୀ ଓ ଜାପାନ ଆଦି ଦେଶରେ ମଧ୍ୟ ଗୁଗଲ ସମାନ ଅଭିଯୋଗର ସମ୍ମୁଖୀନ ହୋଇଛି।
ଅପରେଟିଂ ସିଷ୍ଟମ (ଓଏସ୍‌) ଓ ଏ ସମ୍ପର୍କିତ ବଜାରରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଗୁଗଲ ବଜାରରେ ଅନୁଚିତ ବ୍ୟବସାୟ କରୁଛି। ମୋବାଇଲ ଫୋନ ଓଏସ୍‌ ବଜାରରେ ଗୁଗଲର ଅତ୍ୟାଧୁନିକ ଆଣ୍ଡ୍ରଏଡ୍‌ର ଗୁରୁତ୍ୱ ରହିଛି। ଫଳରେ ଏହି ବଜାରର ୯୮% ଅଂଶ ଗୁଗଲ ନିୟନ୍ତ୍ରଣାଧୀନରେ ରହିଛି। ଏଥିରେ ଅନେକ ଦେଶୀୟ ଓ ବିଦେଶୀ କମ୍ପାନୀ ଯେପରି ଆପଲ, ମାଇକ୍ରୋସଫ୍ଟ, ଆମାଜନ, ପେଟିଏମ୍‌, ଫୋନ ପେ, ମୋଜିଲା, ସାମ୍‌ସଙ୍ଗ, ସାଓମୀ, ଭିଭୋ, ଓପୋ ଓ କାର୍ବନ ଆଦି କମ୍ପାନୀ ଗୁଗଲର ଉତ୍ପାଦ ଉପଯୋଗ କରୁଛନ୍ତି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri