‘ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ସେବାକୁ ସୁନିଶ୍ଚିତ କର’

ଭୁବନେଶ୍ୱର, ୧୬ା୧(ସୁନିତ୍‌ ମିଶ୍ର): ରାଜ୍ୟରେ ବିଭିନ୍ନ ବିଭାଗ ଦ୍ୱାରା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନର କାର୍ଯ୍ୟକାରିତା ସୁନିଶ୍ଟିତ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗୀୟ ସଚିବ, ସମସ୍ତ ରାଜସ୍ବ ଆୟୁକ୍ତ ଓ ଜିଲାପାଳମାନଙ୍କୁ ଏକ ନିର୍ଦ୍ଦେଶନାମାରେ ସବିସ୍ତୃତ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶା ଲୋକସେବା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ଅତ୍ୟାବଶ୍ୟକ ସେବାଗୁଡ଼ିକ କିପରି ଉଦ୍ଦିଷ୍ଟ ହିତାଧିକାରୀଙ୍କ ନିକଟରେ ଠିକ୍‌ ଭାବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପଲବ୍ଧ ହେବ, ସେଥିପାଇଁ ପତ୍ରରେ ପରାମର୍ଶ ଦିଆଯାଇଛି। ଓଡ଼ିଶା ସରକାର ଜନସାଧାରଣଙ୍କ ନିକଟରେ ସାର୍ବଜନୀନ ସେବାଗୁଡ଼ିକୁ ସହଜରେ ଉପଲବ୍ଧ କରାଇବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। ଏହି ଆଇନ ଅନୁଯାୟୀ ଏ ପର୍ଯ୍ୟନ୍ତ ୩୨ଟି ବିଭାଗର ୪୨୮ଟି ସାଧାରଣ ସେବାକୁ ସୂଚିତ କରାଯାଇଛି। ଏହି ଆଇନର କାର୍ଯ୍ୟାନ୍ବୟନ ପାଇଁ ପ୍ରତି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ସଚିବମାନେ ନିଜ ବିଭାଗରେ ଏହି ଆଇନ ଅଧୀନରେ ପ୍ରଦାନ କରାଯାଉଥିବା ସେବାଗୁଡ଼ିକ ସୁନିଶ୍ଚିତ କରିବେ। ଏହାସହ କ୍ଷେତ୍ର ପରିଦର୍ଶନ ସମୟରେ ବିଭିନ୍ନ ଜିଲା ଗସ୍ତବେଳେ ଏହି ଆଇନ ଅଧୀନ ସେବାଗୁଡ଼ିକ ବିଜ୍ଞପ୍ତି ଅନୁଯାୟୀ ସମୟସୀମା ଭିତରେ ନାଗରିକଙ୍କୁ ପ୍ରଦାନ କରାଯାଇଛି କି ନାହିଁ ତାହା ଯାଞ୍ଚ କରିବେ। ଏହାର ସଫଳତାର ପ୍ରତିଶତ ଯାଞ୍ଚ କରିବାକୁ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ସେହିପରି ଜିଲାପାଳମାନେ ମଧ୍ୟ ନିଜ ଜିଲାରେ ପ୍ରତି ମାସରେ ସାର୍ବଜନୀନ ସେବା ପ୍ରଦାନରେ ଜିଲାର ସଫଳତା ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ୍‌ ହାଉସ୍‌ରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌: ଜଣେ ଯୁବତୀଙ୍କ ସହ ୩ ଗ୍ରାହକଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୧୩ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ସହର ଭିତରେ ସେକ୍ସ ର଼୍ୟାକେଟ୍‌ ଠାବ ହୋଇଛି। ରାଜେନ୍ଦ୍ର ପାର୍କ ନିକଟରେ ଥିବା ତିରୁପତି ଗେଷ୍ଟ ହାଉସ୍‌ରେ ସେକ୍ସ ର଼୍ୟାକେଟ୍‌ ଚାଲିଥିବା...

ଭାଜପାରେ ମିଶିବା ଚର୍ଚ୍ଚା ମଧ୍ୟରେ ସନାଙ୍କ ବିସ୍ଫୋରକ ବୟାନ: ଖୋଲାଖୋଲି କହିଦେଲେ ଏମିତି, ରାଜନୀତିରେ ଚହଳ

ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିଧାୟକ ବିସ୍ଫୋରକ ବୟାନ ଦେଇଛନ୍ତି। ସନା ମହାକୁଡ କହିଛନ୍ତି, ମୁଁ ବିଜେଡିରେ...

କଉଡ଼ିଆ ଗାଁରେ ଲୋକଙ୍କୁ ମିଳୁନି ପାନୀୟ ଜଳ, ପ୍ରତିବାଦରେ ରାସ୍ତା ଅବରୋଧ କଲେ ମହିଳା

ଦିଗପହଣ୍ଡି,୧୩ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପାନୀୟ ଜଳ ପାଇଁ ଲୋକେ ନାହିଁ ନ...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଆରମ୍ଭ ହେଲା କେନାଲ ଘାଇ ମରାମତି କାର୍ଯ୍ୟ

ବରଗଡ଼,୧୩ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଶାଖା କେନାଲର ସ୍ଥାନୀୟ ବ୍ରାହ୍ମଣ ଆମ୍ବବୁରେଇ ନିକଟରେ ସୋମବାର ବିଳମ୍ବିତ ରାତିରେ ଘାଇ ସୃଷ୍ଟି ହୋଇଥିଲା। ଏଥିରେ...

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଡକାୟତ ଗିରଫ, ଜାଣନ୍ତୁ କେମିତି ଧରିଲା ପୋଲିସ

ଭୁବନେଶ୍ୱର,୧୨ା୨: ଓଡ଼ିଶା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରୁ ଡକାୟତି ଘଟଣାରେ କମିଶନରେଟ୍ ପୋଲିସ ଜଣେ ଡକାୟତଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ ବୁଧବାର ପଡ଼ୋଶୀ...

ବାବୁସାନ୍‌ଙ୍କୁ ଭିଡିଓ କଲ୍‌ କରି ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିଲେ ନବୀନ, ହସ୍ପିଟାଲରେ ପହଞ୍ଚିଲେ ଅନୁଭବ

ଭୁବନେଶ୍ୱର,୧୩ା୨: ଓଲିଉଡ୍‌ର ୮୦ ଦଶକର ସୁପରଷ୍ଟାର ଉତ୍ତମ ମହାନ୍ତି ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା...

ପ୍ରୟାଗରାଜ ଯାଉଥିବା ବସ୍‌ ଦୁର୍ଘଟଣା: ୨୫ ଆହତ, ୩ ଗୁରୁତର

ଭୋଗରାଇ,୧୩ା୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ଦେବାଲାଗି ଯାଉଥିବା ଶ୍ରୀରାମଜୀ ବସ୍‌ ବିହାର ୟୁପି ସୀମାନ୍ତ ମଥାନୀଠାରେ ଗତ...

ବିଧାନସଭାରେ ସନାଙ୍କୁ ତେରଛା ବାଣ ମାରିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୩।୨: ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri