Categories: ଖେଳ

ଇଂଲିଶ ପ୍ରିମିୟର ଲିଗ୍‌: ପଡ଼ିଆକୁ ଆଂଶିକ ଦର୍ଶକ ଫେରିବେ

ଲଣ୍ଡନ, ୨୫ା୧୧ (ଏପି)-ମାର୍ଚ୍ଚ ମାସ ପରେ ଆସନ୍ତା ସପ୍ତାହରେ ଇଂଲିଶ ପ୍ରିମିୟର ଲିଗ୍‌ ମ୍ୟାଚ୍‌ରେ ପ୍ରଥମ ଥର ଆଂଶିକ ଦର୍ଶକଙ୍କୁ ଦେଖିବାଲାଗି ମିଳିବ। ଡିସେମ୍ବର ୨ରେ ଦେଶରେ ନ୍ୟାଶନାଲ ଲକ୍‌ଡାଉନ୍‌ ଶେଷ ହେବାପରେ କରୋନାଭାଇରସ୍‌ କଟକଣା ହ୍ରାସ ପାଇବ। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଷ୍ଟାଡିୟମକୁ ଆଂଶିକ ଦର୍ଶକଙ୍କୁ ଅନୁମତି ଦେବେ। ଯେଉଁ ଅଞ୍ଚଳରେ କୋଭିଡ୍‌ ସଂକ୍ରମଣ ହାର କମ୍‌ ୨,୦୦୦ରେ ସୀମିତ ରହିଛି ସେହି ଅଞ୍ଚଳରେ ସର୍ବାଧିକ ୪,୦୦୦ ଦର୍ଶକଙ୍କୁ ଅନୁମତି ମିଳିବ। ଯେଉଁ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ସେଠି ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ। ପ୍ରଥମେ ଅକ୍ଟୋବରରେ ଦର୍ଶକଙ୍କୁ ଅନୁମତି ଦେବା ବିଷୟ ଚିନ୍ତା କରାଯାଇଥିଲା। ମାତ୍ର କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଯୋଜନାକୁ ସ୍ଥଗିତ ରଖାଯାଇଥିଲା। ସରକାର କେଉଁ ସହରଗୁଡ଼ିକରେ ଦର୍ଶକଙ୍କୁ ଅନୁମତି ଦେବେ ସରକାର ତାହା ଗୁରୁବାର ଘୋଷଣା କରିବେ।

Share