Posted inଖେଳ

ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ଅଣ୍ଡରଉଡ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୧୬ା୪ (ପି.ଟି.): ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ବିବେଚନା କରାଯାଉଥିବା ଡେରିକ୍‌ ଅଣ୍ଡରଉଡ୍‌ଙ୍କର କେଣ୍ଟଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା। ତାଙ୍କ ସମୟରେ ସେ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ଭଳି ବ୍ୟାଟରଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଅଣ୍ଡରଉଡ ହେଉଛନ୍ତି ବାମହାତୀ ଧିମା ରକ୍ଷଣଶୀଳ ସ୍ପିନ ବୋଲର। ୬୦ଦଶକରୁ ୭୦ ଦଶକ ମଧ୍ୟରେ ସେ ଲକ୍ଷ୍ୟଭେଦୀ ବୋଲିଂ ପରି ବ୍ୟାଟରମାନଙ୍କୁ ସମସ୍ୟାରେ ପକାଉଥିଲେ। ଅଣ୍ଡରଉଡ୍‌ ୮୬ ଟେଷ୍ଟ ମ୍ୟାଚ ଖେଳି ୨୯୭ ଉଇକେଟ ଅକ୍ତିଆର କରିଛନ୍ତି। ଜଣେ ଇଂଲଣ୍ଡ ସ୍ପିନର ଭାବେ ଏହା ସର୍ବାଧିକ। ସେ ତାଙ୍କ ଦୀର୍ଘ ୨୪ ବର୍ଷର ପ୍ରଥମଶ୍ରେଣୀ କ୍ୟାରିୟରରେ ୨,୪୬୫ ଉଇକେଟ ଅକ୍ତିଆର କରିବାରେ ସମର୍ଥ ହୋଇଛନ୍ତି। ଅଣ୍ଡରଉଡଙ୍କ କ୍ୟାରିୟରର ସବୁଠାରୁ ଉଲ୍ଲେଖନୀୟ ମୁହୂର୍ତ୍ତ ଥିଲା ୧୯୭୭ରେ, ଯେତେବେଳେ ସେ ଭାରତ ବିପକ୍ଷରେ ୨୯ ଉଇକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜ ୩-୧ରେ ବିଜୟ ଲାଭ କରିଥିଲା। ୧୯୩୩-୩୪ରେ କିମ୍ବଦନ୍ତୀ ଡଗଲାସ ଜାର୍ଡିନଙ୍କ ନେୃତ୍ୱରେ ଭାରତ ଟୁର୍‌ ପରେ ଇଂଲଣ୍ଡର ଏହାର ପ୍ରଥମ ସିରିଜ ବିଜୟ ଥିଲା। ଅଣ୍ଡରଉଡ୍‌ ଟେଷ୍ଟ କ୍ରିକେଟରେ ଜଣେ ବୋଲର ହିସାବରେ ସେ ଗାଭାସ୍କରଙ୍କୁ ସର୍ବାଧିକ ୧୨ଥର ଆଉଟ କରିଥିଲେ। ଖେଳର ସବୁଠାରୁ ଲମ୍ବା ଫର୍ମା ଫର୍ମାଟରେ ତାଙ୍କ ପଛକୁ ଲିଟଲ ମାଷ୍ଟରଙ୍କୁ ୧୧ଥର ଲେଖାଏଁ ଆଉଟ କରିଥିବା ବୋଲର ଦ୍ୱୟ ହେଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ୍‌ ଓ ଓ୍ବେଷ୍ଟଇଣ୍ଡିଆନ ଫାଷ୍ଟ ବୋଲିଂ କିମ୍ବଦନ୍ତୀ ମାଇକେଲ ହୋଲ୍‌ଡିଂ। ଗାଭାସ୍କର ନିଜେ ମଧ୍ୟ ଅଣ୍ଡଉଡ୍‌ଙ୍କ ବୋଲିଂ ଆଗରେ ହାର ମାନିଥିଲେ। ଅଣ୍ଡରଉଡ ନିଖୁଣ ଲକ୍ଷ୍ୟଭେଦୀ ବୋଲିଂ କରିଥାନ୍ତି। ତାଙ୍କୁ ଯେକୌଣସି କଣ୍ଡିଶନରେ ସାମ୍‌ନା କରିବା କଷ୍ଟସାଧ୍ୟ ହୋଇଥାଏ। ଗାଭାସ୍କର ନିକଟରେ କହିଥିଲେ ଓ୍ବେଷ୍ଟଇଣ୍ଡିଆନ ଆଣ୍ଡି ରବଟର୍‌ସଙ୍କ ପରେ ତାଙ୍କ କ୍ୟାରିୟରରେ ସେ ସାମ୍‌ନା କରିଥିବା କଠିନ ବୋଲର ହେଉଛନ୍ତି ଅଣ୍ଡରଉଡ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ: ଏହି ଜିଲା ଦେଇ ଗତି କରିବ ଅବପାତ, ଏସବୁ ସ୍ଥାନରେ ଭୀଷଣ ବର୍ଷା!

ଭୁବନେଶ୍ୱର, ୨୫।୯: ଆସନ୍ତା ୨୪ ଘଣ୍ଟା ସତର୍କ ରହିବାକୁ ପଡ଼ିବ କହିଲେ ରାଜସ୍ବ ମନ୍ତ୍ରୀ। ଅବପାତ ବରଗଡ଼ ଦେଇ ଛତିଶଗଡ଼ ଆଡ଼କୁ ଯିବ। ଏହି ସମୟରେ ଝାରସୁଗୁଡ଼ା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?