Posted inଖେଳ

ମ୍ୟାଚ୍‌ ଚାଲିଥିବା ସମୟରେ ଡ୍ରେସିଂ ରୁମ୍‌ରୁ ପଡିଆକୁ ଆସିଲା ଏମିତି ବାର୍ତ୍ତା

କେପଟାଉନ୍‌,୩।୧୨:ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ର ଶେଷ ମ୍ୟାଚ ଚଳିତ ସପ୍ତାହରେ କେପଟାଉନରେ ଖେଳାଯାଇଥିଲା। ଏହି ମ୍ୟାଚରେ ଇଂଲଣ୍ଡ ୯ ଉଇକେଟରେ ଜିତିଥିଲା। ଫଳରେ ଇଂଲଣ୍ଡ ଏହି ସିରିଜକୁ ୩-୦ ଜିତି ନେଇଥିଲା। କିନ୍ତୁ ଶେଷ ଟି -୨୦ ମ୍ୟାଚ୍‌ରେ ଇଂଲଣ୍ଡର ବିଜୟକୁ ନେଇ ପ୍ରଶ୍ନ ଉଠିଛି। ଇଂଲଣ୍ଡ ଦଳ ଉପରେ ଅଭିଯୋଗ ରହିଛି ଯେ, ମ୍ୟାଚ ସମୟରେ ଡ୍ରେସିଂ ରୁମରୁ ପଡିଆରେ ଖେଳୁଥିବା କ୍ୟାପଟେନ ଇଅନ ମୋର୍ଗାନଙ୍କୁ କୋଡ ୱାର୍ଡରେ ବାର୍ତ୍ତା ପଠାଯାଇଥିଲା। ପୂର୍ବତନ ଅଧିନାୟକ ମାଇକେଲ ଭନ ଇଂଲଣ୍ଡର ଏହି କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ନିୟମ ବିରୁଦ୍ଧ ବୋଲି ସେ କହିଛନ୍ତି। ଦକ୍ଷିଣ ଆଫ୍ରିକାର ଇନିଂସ ସମୟରେ ଏହି ଘଟଣା ୧୯ତମ ଓଭରରେ ଘଟିଥିଲା। ଇଂଲଣ୍ଡ ଦଳର ବିଶ୍ଳେଷକ ନାଥନ ଲେମନ୍‌ ଡ୍ରେସିଂ ରୁମରେ ବସିଥିଲେ। ଏହି ସମୟ ମଧ୍ୟରେ ସେ ମୋର୍ଗାନକୁ କାର୍ଡ ଦେଖାଉଥିବା ଦେଖିବାକୁ ମିଳିଥିଲା। ବଡ଼ କ୍ଲିପବୋର୍ଡରେ ୪ଇ ଏବଂ ୨ସି ଲେଖାଯାଇଥିଲା। ତେବେ ମ୍ୟାଚ ପରେ ଉଇକେଟ କିପର ଜୋସ ବଟଲର କହିଛନ୍ତି ଯେ ଏହା ତାଙ୍କ ଦଳକୁ ଅଧିକ ସାହାଯ୍ୟ କରିନାହିଁ। ସେ କହିଛନ୍ତି, ମୋର୍ଗାନ ଏବଂ ନାଥନ ଆଜିକାଲି ଏକାଠି ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହା ଏକ ପ୍ରକାର ପରୀକ୍ଷଣ। ମୋର୍ଗାନ ବିଶ୍ୱର ସର୍ବୋତ୍ତମ ଅଧିନାୟକ। ମ୍ୟାଚ ସମୟରେ ଏହି ଘଟଣା ଘଟିବା ମାତ୍ରେ ମାଇକେଲ ଭାଓନ ଟୁଇଟ କରି ଏହାକୁ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri