Posted inଖେଳ

ଇଂଲଣ୍ଡ ଗସ୍ତ: ପାକିସ୍ତାନୀ କିଟ୍‌ରେ ଶହିଦ୍‌ ଆଫ୍ରିଦି ଫାଉଣ୍ଡେଶନ ଲୋଗୋ ରହିବ

କରାଚୀ,୯।୭(ପି.ଟି.): ଏକ ମୁଖ୍ୟ ପ୍ରାୟୋଜକ ପାଇବା ପାଇଁ ସଂଘର୍ଷ କରୁଥିବା ପାକିସ୍ତାନ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଶହିତ ଆଫ୍ରିଦି ଫାଉଣ୍ଡେଶନର ଲୋଗୋ ବ୍ୟବହାର କରିବ। ପାକିସ୍ତାନ କ୍ରିକେଟରମାନେ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜରେ ସେମାନଙ୍କ ଜର୍ସି ଉପରେ ଏହି ଲୋଗୋ ଲଗାଇବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତରଫରୁ କୁହାଯାଇଛି। ଏହି ପାଉଣ୍ଡେଶନ ଏକ ଚ୍ୟାରିଟି ସଂସ୍ଥା। ଏହାକୁ ସମର୍ଥନ ଜଣାଇଥିବାରୁ ପିସିବି ଓ ଏହାର ବରିଷ୍ଠ ପ୍ରଶାସନ ଓ୍ବାସିମ ଖାନ୍‌ଙ୍କୁ ଟୁଇଟ୍‌ କରି ଆଫ୍ରିଦି କୃତଜ୍ଞତା ଜଣାଇଛନ୍ତି। କୋଭିଡ୍‌-୧୯ ମହାମାରୀ ଦ୍ୱାରା ପିସିବି ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ପ୍ରାୟୋଜନ ଚୁକ୍ତି ନେଇ ଏକ ମଲ୍ଟି ନ୍ୟାଶନାଲ କମ୍ପାନୀ ସହ କଥାବର୍ତ୍ତା ହୋଇଛି। ଦଳର ନୂଆ ସ୍ପୋନ୍ସରଶିପ୍‌ ଲୋଗୋ ଡିଲ୍‌ ନେଇ ଏହି କମ୍ପାନୀ ଉତ୍ସାହ ଦେଖାଇଛି। ତେବେ ଆବଶ୍ୟକୀୟ ଅର୍ଥ ଦେବାରେ ଏହି କମ୍ପାନୀ ଅସମର୍ଥ ରହିଛି ବୋଲି ପିସିବିର ଜଣେ କର୍ମକର୍ତ୍ତା କହିଛନ୍ତି। ଫଳରେ ଆଫ୍ରିଦିଙ୍କ ଫାଉଣ୍ଡେଶନର ଲୋଗୋ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବୋର୍ଡ ତରଫୁ କୁହାଯାଇଛି। ଏହି ଗସ୍ତରେ ପାକିସ୍ତାନ ୩ଟି ଲେଖାଏ ଟେଷ୍ଟ ଓ ଟି୨୦ ମ୍ୟାଚ ଖେଳିବ। ଅଗଷ୍ଟ ୫, ୧୩ ଓ ୨୧ ତାରିଖରରେ ଟେଷ୍ଟଗୁଡିକ ଖେଳାଯିବ। ସେହିପରି ଟି୦ ମ୍ୟାଚ୍‌ଗୁଡିକ ଅଗଷ୍ଟ ୨୮, ୩୦ ଓ ସେପ୍ଟେମ୍ବର ୧ ତାରିଖରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଲ୍‌ପିଏଲ୍‌ ପୂର୍ବରୁ ତନ୍‌ଭୀର, ରବିନ୍ଦରପାଲ ପଜିଟିଭ୍‌

କଲମ୍ବୋ, ୨୧ା୧୧ (ପି.ଟି.): ନଭେମ୍ବର ୨୬ରୁ ଲଙ୍କାନ ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌) ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପେସ୍‌ ବୋଲର ସୋହେଲେ ତନଭୀର ଏବଂ କାନାଡିଆନ...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ଦଳଗତ ଇଭେଣ୍ଟରେ ଭାରତକୁ ଡବଲ ସ୍ବର୍ଣ୍ଣ

କଟକ ଅଫିସ,୨୦ା୭- ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ାର ୨୧ ତମ ସଂସ୍କରଣରେ ଭାରତ ଦଳଗତ ଇଭେଣ୍ଟରେ ଡବଲ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି ।...

ବିନା ଦର୍ଶକରେ ମାର୍ଚ୍ଚପାଷ୍ଟ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ...

ମେଓ୍ବେଦରଙ୍କ ପୂର୍ବତନ ବାନ୍ଧବୀଙ୍କ ମୃତଦେହ ଉଦ୍ଧାର

ଲାସ୍‌ ଏଞ୍ଜେଲ୍ସ, ୧୨।୩ (ଏଏଫ୍‌ପି)- ବକ୍ସିଂ ସୁପର୍‌ଷ୍ଟାର ଫ୍ଲଏଡ୍‌ ମେଓ୍ବେଦରଙ୍କ ପୂର୍ବତନ ବାନ୍ଧବୀ ଜୋସିଏ ହାରିସଙ୍କ ମୃତଦେହ କାର୍ଲିଫୋନିଆର ଭାଲେନସିଆସ୍ଥିତ ତାଙ୍କ ଘରେ ଥିବା କାର୍‌...

ଜୋକୋଭିଚ୍‌ଙ୍କୁ ୫ମ ଓ୍ବିମ୍ବେଲଡନ ଟାଇଟଲ

ଲଣ୍ଡନ, ୧୫ା୭ (ଏଏଫ୍‌ପି)-ସୁଇଜରଲାଣ୍ଡର ରୋଜର ଫେଡରରଙ୍କୁ ୭-୬ (୭/୫), ୧-୬, ୭-୬ (୭/୪), ୪-୬, ୧୩-୧୨ (୭/୩) ସେଟ୍‌ରେ ହରାଇ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ୫ମ...

ଇଂଲଣ୍ଡ- ପାକିସ୍ତାନ ପ୍ରଥମ ଟି୨୦ ମୁକାବିଲା

ମାଞ୍ଚେଷ୍ଟର, ୨୮।୮: ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାର ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ପ୍ରଥମ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ୧-୦ରେ ବିଜୟୀ ହୋଇ...

ମହିଳା ଫିଫା ବିଶ୍ୱକପ୍‌: ସେମିରେ ସ୍ବିଡେନ

ପ୍ୟାରିସ୍‌,୩୦।୬- ଏକଦା ମ୍ୟାଚ୍‌ରେ ପଛୁଆ ଥିବା ସ୍ବିଡେନ୍‌ ୨-୧ ଗୋଲରେ ଶକ୍ତିଶାଳୀ ଜର୍ମାନୀକୁ ହରାଇ ଚଳିତ ମହିଳା ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ବିଜୟୀ...

ହିରୋ ଜୁନିୟର ଲିଗ୍‌: ଓଡ଼ିଶା ଏଫ୍‌ସି ୧୫ ବର୍ଷରୁ କମ୍‌ ଦଳର ବିଜୟ ଅଭିଯାନ

ଭୁବନେଶ୍ୱର,୨୨।୧(ସ୍ପୋର୍ଟ୍ସ ବ୍ୟୁରୋ)- ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ହିରୋ ଜୁନିୟର ଲିଗ୍‌ ୨୦୧୯-୨୦ରେ ଓଡ଼ିଶା ଏଫ୍‌ସିର ୧୫ ବର୍ଷରୁ କମ୍‌ ବାଳକ ଦଳ ବିଜୟରୁ...

Advertisement
Ten Cric Info


Archives

Model This Week