Posted inଖେଳ

ଦ୍ୱିତୀୟ ଟେଷ୍ଟ ବିଜୟ ପାଇଁ ୨୧୦ ରନ୍‌

ଓ୍ବେଲିଂଟନ୍‌,୨୭ା୨: ଓ୍ବେଲିଂଟନରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହେବାକୁ ଇଂଲଣ୍ଡକୁ ୨୧୦ ରନ୍‌ ଆବଶ୍ୟକ। ପ୍ରଥମ ଇନିଂସରେ ଫଲୋଅନ୍‌ ପରେ ନ୍ୟୁଜିଲାଣ୍ଡ ୪୮୩ ରନ୍‌ର ବିଶାଳ ସ୍କୋର କରିଥିଲା। ପୂର୍ବତନ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୧୩୨ ରନ୍‌ର ଇନିଂସ ଖେଳିଥିଲେ। ବିଜୟ ପାଇଁ ୨୫୮ ରନ୍‌ ଆବଶ୍ୟକ ରହିଥିବା ବେଳେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ୪୮ ରନ୍‌ ସଂଗ୍ରହ କରିଛି।

ତୃତୀୟ ଦିନର ଅସମାପ୍ତ ସ୍କୋର ୨୦୨/୩ରୁ ଖେଳ ଆରମ୍ଭ କରି ଆଉ ୨୮୧ ରନ୍‌ ଯୋଗ କରି ୭ ଉଇକେଟ ହରାଇଥିଲା। ଓ୍ବିଲିୟମସନ୍‌ ୧୩୨ ରନ୍‌ କରି ଫର୍ମକୁ ଫେରିଛନ୍ତି। ପୂର୍ବଦିନ ୨୩ ରନ୍‌ କରି ବ୍ୟାଟିଂ କରୁଥିବା ହେନ୍‌ରୀ ନିକୋଲ୍ସ ଆଉ ୬ ରନ୍‌ ଯୋଡି ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ଡାରିଲ ମିଚେଲ୍‌(୫୪) ଓ ଟମ୍‌ ବ୍ଲଣ୍ଡେଲ(୯୦)ଙ୍କୁ ସାଥୀ କରି ଓ୍ବିଲିୟମସନ୍‌ ସ୍କୋର ଆଗକୁ ବଢାଇଥିଲେ। ଟେଷ୍ଟ କ୍ୟାରିୟରରେ ଓ୍ବିଲିୟମ୍‌ସନଙ୍କ ଏହା ଥିଲା ୨୬ ତମ ଶତକ। ଇଂଲଣ୍ଡ ପକ୍ଷରୁ ସ୍ପିନର ଜ୍ୟାକ୍‌ ଲିଚ୍‌ ୫ ଉଇକେଟ ଅକ୍ତିଆର କରିଥିଲେ।

୨୫୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରି ଇଂଲଣ୍ଡ ୧୧ ଓଭର ବ୍ୟାଟିଂ କରିଥିଲା। ଦୁଇ ଓପନର ଜ୍ୟାକ୍‌ କ୍ରଲି ଓ ବେନ୍‌ ଡକେଟ୍‌ ଦଳକୁ ଆଉ ଏକ ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ଉଇକେଟରେ ୩୯ ରନ୍‌ ଯୋଡିବା ପରେ ଜ୍ୟାକ୍‌ କ୍ରଲି ୨୪ ରନ୍‌ କରି ଟିମ୍‌ ସାଉଦିଙ୍କ ବଲରେ ବୋଲ୍ଡ ହୋଇଥିଲେ। ଚତୁର୍ଥ ଦିନର ଷ୍ଟମ୍ପ ଖେଳ ସୁଦ୍ଧା ବେନ୍‌ ଡକେଟ୍‌ ୨୩ ଓ ନାଇଟ୍‌ ଓ୍ବାଚମ୍ୟାନ୍‌ ଓଲି ରବିନ୍‌ସନ୍‌ ୧ ରନରେ ବ୍ୟାଟିଂ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri