Posted inଖେଳ

ରାତିରେ ଶୋଇଥିଲେ କ୍ରିକେଟର, ହଠାତ୍‌ ନିଦ ଭାଙ୍ଗିଲା ପରେ ଯାହା ଦେଖିଲେ ପାଦ ତଳୁ ମାଟି ଖସିଗଲା

ନୂଆଦିଲ୍ଲୀ,୧୭।୭: ଇଂଲଣ୍ଡ କ୍ରିକେଟର ଜେମ୍ସ ଭିନ୍ସଙ୍କ ପରିବାର ଉପରେ କାହାର ଖରାପ ନଜର ଲାଗିଯାଇଛି। ଗତ ଚାରିମାସ ଧରି ତାଙ୍କ ଜୀବନର ସମସ୍ତ ସୁଖ ଏବଂ ଶାନ୍ତି ସବୁ ଚାଲିଯାଇଛି। ପରିସ୍ଥିତି ଏତେ ଖରାପ ହୋଇଛି ଯେ ସେ ନିଜ ସହର ଅର୍ଥାତ୍‌ ସାଉଥମ୍ପଟନ ଛାଡିବାକୁ ବାଧ୍ୟ ହୋଇଥିଲେ। ଇଂଲଣ୍ଡ ପାଇଁ ୧୩ଟି ଟେଷ୍ଟ, ୨୫ଟି ଦିନିକିଆ ଏବଂ ୧୭ଟି -୨୦ ଅନ୍ତର୍ଜାତୀୟ ଖେଳିଥିବା ଜେମ୍ସ ଭିନ୍ସଙ୍କ ସମ୍ପତ୍ତି ଉପରେ କ୍ରମାଗତ ଆକ୍ରମଣ ହେଉଛି। ପ୍ରଥମ ଆକ୍ରମଣ ୨୦୨୪ ଏପ୍ରିଲ ୧୫ରେ ହୋଇଥିଲା, ଯେତେବେଳେ ୩୩ ବର୍ଷିୟ ଭିନ୍ସ ରାତିରେ ତାଙ୍କ ପତ୍ନୀଙ୍କ ସହ ଶୋଇଥିଲେ, ଯେତେବେଳେ ହଠାତ୍‌ ଆଲାର୍ମ ଦ୍ୱାରା ସେ ଜାଗ୍ରତ ହୋଇଥିଲେ। ଆଉ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ତାଙ୍କ ଘର ଉପରକୁ କେହି ଆକ୍ରମଣ କରୁଥିଲେ। ଭଙ୍ଗାରୁଜା କରୁଥିଲେ। ଯାହା ଦେଖି ସେ ଡରିଯାଇଥିଲେ।

ସିସିଟିଭି ଫୁଟେଜରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ଯେ ଜଣେ ଅଜ୍ଞାତ ଆକ୍ରମଣକାରୀ ଭିନ୍ସଙ୍କ ଘର କମ୍ପାଉଣ୍ଡରେ ପ୍ରବେଶ କରି ଗାଡି ଏବଂ ଘରକୁ ଟାର୍ଗେଟ କରୁଛନ୍ତି। ପୋଲିସ ପହଞ୍ଚିବା ବେଳକୁ ଆକ୍ରମଣକାରୀ ସବୁକିଛି ନଷ୍ଟ କରିଦେଇଥିଲେ। ଘର ଏବଂ କାରର ମରାମତି ପାଇଁ ଭିନ୍ସଙ୍କୁ ଅସ୍ଥାୟୀ ଭାବରେ ଘରୁ ବାହାରକୁ ଯିବାକୁ ପଡିଲା। ଘରକୁ ଫେରିବାର ପ୍ରାୟ ଏକ ସପ୍ତାହ ପରେ, ୧ ମେ’ରେ ପୁଣି ଦ୍ୱିତୀୟ ଆକ୍ରମଣ ହୋଇଥିଲା। ଏଥର ଭିନ୍ସ ଜାଗ୍ରତ ଥିବାବେଳେ ଆକ୍ରମଣକାରୀମାନେ ପ୍ରବେଶ କରିଥିଲେ। କିନ୍ତୁ ଘରେ କାର୍ଯ୍ୟକଳାପ ଦେଖି ଆକ୍ରମଣକାରୀମାନେ ଶୀଘ୍ର ଚାଲଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

କାର ବାଇକ୍ ମୁହାମୁହିଁ ଧକ୍କା,ଦୁଇ ଗୁରୁତର

ଗୁଣପୁର,୧୪।୮( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଜଗନ୍ନାଥପୁର ରୋଡ ଠାରେ ବାଇକ୍ କାର ମୁହାଁ ମୁହିଁ ଯୋଗୁଁ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇ…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମୋହନା,୧୪ା୮(ମନ୍ମଥ ମିଶ୍ର): ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟରେ ଥିବା ଜଙ୍ଗଲରୁ ମୋହନା ପୋଲିସ ୩ କୁଇଣ୍ଟାଲରୁ ଊର୍ଦ୍ଧ୍ୱ (୩୦୩ କିଲୋ ୬୦୦ ଗ୍ରାମ) ଗଞ୍ଜେଇ ଜବତ…

୧ ଟଙ୍କାରେ ମିଳୁଛି ସିମ: ନେବାକୁ ଚାହୁଁଥିଲେ…

ଭବାନୀପାଟଣା,୧୪।୮(ଉତ୍ତମ କୁମାର ଦାଶ): ଦେଶରେ ଦୁରସଞ୍ଚାର ସେବା ପ୍ରଦାନକାରୀ ସଂସ୍ଥା ଭାବରେ, ବିଏସଏନଏଲ୍ ସାରା ଦେଶରେ ନିର୍ଭରଯୋଗ୍ୟ, ସୁରକ୍ଷିତ, ସୁଲଭ ଭାବେ ଗଣନା ହେଉଥିବାବେଳେ ଏବେ ସମସ୍ତ…

ବିନୟତୋଷ ମିଶ୍ରଙ୍କୁ ମିଳିଲା ଓଡ଼ିଶାର ଅନ୍ତରୀଣ ଡିଜିପି ଦାୟିତ୍ୱ; ରଖିଲେ ଏଭଳି ପ୍ରତିକ୍ରିୟା…

ଭୁବନେଶ୍ୱର,୧୪।୮: ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ…

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri