Categories: ଖେଳ

ଇଂଲଣ୍ଡ ସିରିଜ ବିଜୟୀ

ମାଞ୍ଚେଷ୍ଟର, ୨୨।୭-  ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୩ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୬ ଉଇକେଟ ହରାଇ ୧୫୪ ରନ କରିଥିବାବେଳେ ଇଂଲଣ୍ଡ ୧୯.୪ ଓଭରରେ ୭ ଉଇକେଟ ହରାଇ ୧୫୫ ରନ ସଂଗ୍ରହ କରି ନେଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ବିଜୟୀ ହୋଇଛି। ଇଂଲଣ୍ଡ ଅଧିନାୟକ ଜାସନ ରୟ ମ୍ୟାନ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ବାନ ଦ୍ରୁତ ୭୬(୫୭ ବଲ, ୫ ଚୌକା, ୩ ଛକା) ରନ କରିଥିଲେ ହେଁ ଅନ୍ୟ ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ। ଫକର ଜମନ ଦ୍ୱିତୀୟ ସର୍ବାଧିକ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ। ଇଂଲଣ୍ଡ ପକ୍ଷରୁ ଆଡିଲ ରଶିଦ ୪ଟି ଏବଂ ମୋଇନ ଅଲୀ ଗୋଟିଏ ଉଇକେଟ ନେଇଥିଲେ। ୧୫୫ ରନ ବିଜୟ ଲକ୍ଷ୍ୟ ନେଇ ଇଂଲଣ୍ଡ ପଡ଼ିଆକୁ ଓହ୍ଲାଇଥିଲା। ଦଳ ଆରମ୍ଭରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଅନ୍ୟ ବ୍ୟାଟ୍ସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରି ନ ପାରିବାରୁ ବିଜୟ ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ଇନିଂସ ଓପନ କରିଥିବା ଜାସନ ୩୬ ବଲ୍‌ରୁ ୧୨ ଚୌକା ଓ ୧ ଛକା ସହାୟତାରେ ୬୪ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦାଓ୍ବିଦ ମଲନ ୩୧, ବଟଲର ୨୧, ଅଧିନାୟକ ଇଅନ ମୋର୍ଗାନ ୨୧ ରନ କରିଥିଲେ। ଫଳରେ ଇଂଲଣ୍ଡ ମାତ୍ର ୨ଟି ବଲ୍‌ ବାକିଥାଇ ବିଜୟ ଲକ୍ଷ୍ୟ ଅତିକ୍ରମ କରିଥିଲା। ପାକିସ୍ତାନ ପକ୍ଷରୁ ମହମ୍ମଦ ହାଫିଜ ୩ଟି ଏବଂ ଇମାନ ଓ୍ବାସିମ, ହାସନ ଅଲୀ, ଉସମାନ କାଦିର, ଶାଦବ ଖାଁ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ୨୦ ଓଭରରେ ୧୫୪/୬(ମହମ୍ମଦ ରିଜଓ୍ବାନ-୭୬, ଆଡିଲ ରଶିଦ-୪/୩୫)। ଇଂଲଣ୍ଡ ୧୯.୪ ଓଭରରେ ୧୫୫/୭(ଜାସନ ରୟ-୬୪, ମହମ୍ମଦ ହାଫିଜ-୩/୨୮)।

Share