ଇଞ୍ଜିନିୟରିଂ ପାଠୁଆ ହାଇଟେକ ଚାଷୀ

ସୁନ୍ଦରଗଡ଼,୫।୮(ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ସାନପତ୍ରାପାଲି ରାଜସ ଗ୍ରାମର ଜଣେ ସଫଳ ଚାଷୀ ହେଉଛନ୍ତି ମହେଶ୍ୱର ନାଏକ(୩୨)। ଶ୍ରୀୟା ନାଏକ ଓ ସ୍ବର୍ଗତ ଶୁକୃ ନାଏକଙ୍କ ମଝିଆ ପୁଅ ମହେଶ୍ୱର। ପିଲାଟି ଦିନରୁ ପାଠପଢାରେ ଭାରି ଆଗ୍ରହ। ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ମହେଶ୍ୱର ବଡଭାଇଙ୍କ ସହିତ ଖାଲି ସମୟରେ ଚାଷକାର୍ଯ୍ୟରେ ମନୋନିବେଶ କରିବାକୁ ଭଲପାଆନ୍ତି। ପରିବାର ସଦସ୍ୟଙ୍କ ଉତ୍ସାହ ଦ୍ୱାରା ବାରିପଦାରେ ଡିପ୍ଲୋମା ପଢିବା ପରେ ମହେଶ୍ୱର ପରବର୍ତ୍ତୀ ସମୟରେ ୨୦୧୯ରେ ବି-ଟେକ ପାଠ ସମ୍ପୂର୍ଣ୍ଣ କରିଛନ୍ତି। ଡିସେମ୍ବର ୧, ୨୦୧୭ରୁ ଉଜ୍ଜଳପୁର ବନାଞ୍ଚଳରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହୋଇଥିଲା। ଏଥିରେ ମହେଶ୍ୱରଙ୍କ ନିଜ ଗ୍ରାମ ସାନପତ୍ରାପାଲି ବନ ସୁରକ୍ଷା ସମିତିକୁ ସାମିଲ କରାଯାଇ ଜଙ୍ଗଲ ସୁରକ୍ଷା ସହିତ ଜୀବନ ଜୀବିକାର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଗଲା। ଉଜ୍ଜଳପୁର ବନାଞ୍ଚଳ ତଥା ସହଯୋଗୀ ଅନୁଷ୍ଠାନ ସେବକର ମିଳିତ ଉଦ୍ୟମରେ ବିଭିନ୍ନ ଏକାଭିମୁଖୀତା କାର୍ଯ୍ୟକ୍ରମ ଅଧୀନରେ ସାନପତ୍ରାପାଲି ବନ ସୁରକ୍ଷା ସମିତି କାର୍ଯ୍ୟାଳୟରେ କୃଷି ବିଭାଗ, ଉଦ୍ୟାନ ବିଭାଗ ତଥା ଆଇଟିଡିଏ ତରଫରୁ ବିଭିନ୍ନ କୃଷି ଭିତ୍ତିକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତ୍ୟେକଟି ତାଲିମ କାର୍ଯ୍ୟକ୍ରମ ତଥା ବନ ସୁରକ୍ଷା ସମିତିର ସଭାରେ ସକ୍ରିୟ ଅଂଶ ଗ୍ରହଣ କରିଥିବାରୁ ମହେଶ୍ୱରଙ୍କୁ ତାଲିମ ସଙ୍ଗେ ସଙ୍ଗେ ବିଭିନ୍ନ ହାଇବ୍ରିଡ ମଞ୍ଜି ଯଥା ବିଲାତି, ବାଇଗଣ, କାକୁଡି, ଝୁଡଙ୍ଗ, ସୋରିଷ ଇତ୍ୟାଦି ନିଶୁଳ୍କ ବଣ୍ଟନ କରାଯାଇଥିଲା। ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତାମାନେ ସମନ୍ବିତ କୃଷି ଯୋଜନା ପ୍ରସ୍ତୁତ କରିବାରେ ସହଯୋଗ କରି ମହେଶ୍ୱରଙ୍କୁ ପ୍ରତ୍ୟେକ ସମୟରେ ବିଭିନ୍ନ ପନିପରିବା ଚାଷ କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ। ଏଥିରେ ଅନୁପ୍ରାଣିତ ହୋଇ ନିଜର ବି-ଟେକ ପାଠ ସମ୍ପୂର୍ଣ୍ଣ କରିବା ପରେ ନିଜର ୬ଏକର ପରିମିତ ମିଶ୍ରିତ କିସମର ଚାଷ ଜମିରେ ପ୍ରତ୍ୟେକ ଋତୁରେ ଚାଷ କରିବା ନିମନ୍ତେ ଅଣ୍ଟା ଭିଡନ୍ତି ମହେଶ୍ୱର। ବିଗତ ଦୁଇ ବର୍ଷ ହେଲା ଧାନ ସଙ୍ଗେ ସଙ୍ଗେ ଖରାଦିନରେ ବିଲାତି, ବାଇଗଣ, କାକୁଡି, ମାଖନ, ଲାଉ, ଝୁଡଙ୍ଗ ଓ ବର୍ଷାଦିନରେ ଝୁଡଙ୍ଗ, କଲରା, କାକୁଡି, ଜହ୍ନି ତଥା ଶୀତଦିନରେ ବିଲାତି, ବାଇଗଣ, ଆଳୁ, ଗାଜର, ବନ୍ଧାକୋବି, ଫୁଲକୋବି, ମକା, ମୁଗ, ବିରି, ସୋରିଷ ଇତ୍ୟାଦି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ମହେଶ୍ୱରଙ୍କ ଚାଷ କରିବାର ଶୈଳୀ ଗାଁର ତଥା ଆଖ ପାଖ ଅଞ୍ଚଳର ଅନେକ ଯୁବ ଚାଷୀଙ୍କୁ ପ୍ରେରଣା ଯୋଗାଉଛି। ତାଙ୍କର ଏହି ସଫଳତା ସମ୍ବନ୍ଧରେ ଜ୍ଞାନଆହରଣ କରିବା ନିମନ୍ତେ ଲେଫ୍ରିପଡା ଓ ସୁନ୍ଦରଗଡ ବନାଞ୍ଚଳର ୨୪ଟି ଗ୍ରାମର ୭୨ଜଣ ଚାଷୀ କ୍ଷେତ୍ର ପରିଦର୍ଶନରେ ଆସି ମହେଶ୍ୱରଙ୍କ ଠାରୁ ତାଲିମ ନେଇଥିଲେ। ବର୍ତ୍ତମାନର ସମୟରେ ବାର୍ଷିକ ୭-୮ ଲକ୍ଷ ଟଙ୍କା ଆୟ କରୁଛନ୍ତି ବୋଲି ମହେଶ୍ୱର କହନ୍ତି। ତାଙ୍କ ସଫଳତା ସମ୍ବନ୍ଧରେ ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ କହନ୍ତି- ସ୍ଥାନୀୟ ଜଳବାୟୁ-ସାମାଜିକ-ଅର୍ଥନୈତିକ ସ୍ଥିତିକୁ ଲକ୍ଷ୍ୟକରି ପୁରାତନ ଓ ନୂତନ କୃଷି ଜ୍ଞାନ କୌଶଳର ଉପଯୋଗ ସାଙ୍ଗକୁ ‘କୃଷି ବିବିଧତା’ ଅଧୁନା କୃଷି ଅଭିବୃଦ୍ଧିର ଆଭିମୁଖ୍ୟ କହିଲେ ଚଳେ। ଏହାକୁ ପ୍ରମାଣିତ କରି ପାରିଛନ୍ତି ମହେଶ୍ୱର। ନିଜର ପରିଶ୍ରମ, ଅଭିନବିକରଣ ଦ୍ୱାରା ସେ ଆଜି ଲକ୍ଷାଧିକ ଟଙ୍କା ରୋଜଗାର କରି ସମସ୍ତ ଯୁବ ଚାଷୀଙ୍କ ପାଇଁ ଆଦର୍ଶ ସାଜିଛନ୍ତି। ପ୍ରକୃତରେ ସେ ଆଜି ବି-ଟେକ୍‌ ପାଠରୁ ହାଇଟେକ ଚାଷୀ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?