ଇଞ୍ଜିନିୟରିଂ ପାଠୁଆ ହାଇଟେକ ଚାଷୀ

ସୁନ୍ଦରଗଡ଼,୫।୮(ଡି.ଏନ୍‌.ଏ.):ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ସାନପତ୍ରାପାଲି ରାଜସ ଗ୍ରାମର ଜଣେ ସଫଳ ଚାଷୀ ହେଉଛନ୍ତି ମହେଶ୍ୱର ନାଏକ(୩୨)। ଶ୍ରୀୟା ନାଏକ ଓ ସ୍ବର୍ଗତ ଶୁକୃ ନାଏକଙ୍କ ମଝିଆ ପୁଅ ମହେଶ୍ୱର। ପିଲାଟି ଦିନରୁ ପାଠପଢାରେ ଭାରି ଆଗ୍ରହ। ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ମହେଶ୍ୱର ବଡଭାଇଙ୍କ ସହିତ ଖାଲି ସମୟରେ ଚାଷକାର୍ଯ୍ୟରେ ମନୋନିବେଶ କରିବାକୁ ଭଲପାଆନ୍ତି। ପରିବାର ସଦସ୍ୟଙ୍କ ଉତ୍ସାହ ଦ୍ୱାରା ବାରିପଦାରେ ଡିପ୍ଲୋମା ପଢିବା ପରେ ମହେଶ୍ୱର ପରବର୍ତ୍ତୀ ସମୟରେ ୨୦୧୯ରେ ବି-ଟେକ ପାଠ ସମ୍ପୂର୍ଣ୍ଣ କରିଛନ୍ତି। ଡିସେମ୍ବର ୧, ୨୦୧୭ରୁ ଉଜ୍ଜଳପୁର ବନାଞ୍ଚଳରେ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାମ ଆରମ୍ଭ ହୋଇଥିଲା। ଏଥିରେ ମହେଶ୍ୱରଙ୍କ ନିଜ ଗ୍ରାମ ସାନପତ୍ରାପାଲି ବନ ସୁରକ୍ଷା ସମିତିକୁ ସାମିଲ କରାଯାଇ ଜଙ୍ଗଲ ସୁରକ୍ଷା ସହିତ ଜୀବନ ଜୀବିକାର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଗଲା। ଉଜ୍ଜଳପୁର ବନାଞ୍ଚଳ ତଥା ସହଯୋଗୀ ଅନୁଷ୍ଠାନ ସେବକର ମିଳିତ ଉଦ୍ୟମରେ ବିଭିନ୍ନ ଏକାଭିମୁଖୀତା କାର୍ଯ୍ୟକ୍ରମ ଅଧୀନରେ ସାନପତ୍ରାପାଲି ବନ ସୁରକ୍ଷା ସମିତି କାର୍ଯ୍ୟାଳୟରେ କୃଷି ବିଭାଗ, ଉଦ୍ୟାନ ବିଭାଗ ତଥା ଆଇଟିଡିଏ ତରଫରୁ ବିଭିନ୍ନ କୃଷି ଭିତ୍ତିକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରତ୍ୟେକଟି ତାଲିମ କାର୍ଯ୍ୟକ୍ରମ ତଥା ବନ ସୁରକ୍ଷା ସମିତିର ସଭାରେ ସକ୍ରିୟ ଅଂଶ ଗ୍ରହଣ କରିଥିବାରୁ ମହେଶ୍ୱରଙ୍କୁ ତାଲିମ ସଙ୍ଗେ ସଙ୍ଗେ ବିଭିନ୍ନ ହାଇବ୍ରିଡ ମଞ୍ଜି ଯଥା ବିଲାତି, ବାଇଗଣ, କାକୁଡି, ଝୁଡଙ୍ଗ, ସୋରିଷ ଇତ୍ୟାଦି ନିଶୁଳ୍କ ବଣ୍ଟନ କରାଯାଇଥିଲା। ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତାମାନେ ସମନ୍ବିତ କୃଷି ଯୋଜନା ପ୍ରସ୍ତୁତ କରିବାରେ ସହଯୋଗ କରି ମହେଶ୍ୱରଙ୍କୁ ପ୍ରତ୍ୟେକ ସମୟରେ ବିଭିନ୍ନ ପନିପରିବା ଚାଷ କରିବା ନିମନ୍ତେ ପ୍ରବର୍ତ୍ତାଉଥିଲେ। ଏଥିରେ ଅନୁପ୍ରାଣିତ ହୋଇ ନିଜର ବି-ଟେକ ପାଠ ସମ୍ପୂର୍ଣ୍ଣ କରିବା ପରେ ନିଜର ୬ଏକର ପରିମିତ ମିଶ୍ରିତ କିସମର ଚାଷ ଜମିରେ ପ୍ରତ୍ୟେକ ଋତୁରେ ଚାଷ କରିବା ନିମନ୍ତେ ଅଣ୍ଟା ଭିଡନ୍ତି ମହେଶ୍ୱର। ବିଗତ ଦୁଇ ବର୍ଷ ହେଲା ଧାନ ସଙ୍ଗେ ସଙ୍ଗେ ଖରାଦିନରେ ବିଲାତି, ବାଇଗଣ, କାକୁଡି, ମାଖନ, ଲାଉ, ଝୁଡଙ୍ଗ ଓ ବର୍ଷାଦିନରେ ଝୁଡଙ୍ଗ, କଲରା, କାକୁଡି, ଜହ୍ନି ତଥା ଶୀତଦିନରେ ବିଲାତି, ବାଇଗଣ, ଆଳୁ, ଗାଜର, ବନ୍ଧାକୋବି, ଫୁଲକୋବି, ମକା, ମୁଗ, ବିରି, ସୋରିଷ ଇତ୍ୟାଦି ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ମହେଶ୍ୱରଙ୍କ ଚାଷ କରିବାର ଶୈଳୀ ଗାଁର ତଥା ଆଖ ପାଖ ଅଞ୍ଚଳର ଅନେକ ଯୁବ ଚାଷୀଙ୍କୁ ପ୍ରେରଣା ଯୋଗାଉଛି। ତାଙ୍କର ଏହି ସଫଳତା ସମ୍ବନ୍ଧରେ ଜ୍ଞାନଆହରଣ କରିବା ନିମନ୍ତେ ଲେଫ୍ରିପଡା ଓ ସୁନ୍ଦରଗଡ ବନାଞ୍ଚଳର ୨୪ଟି ଗ୍ରାମର ୭୨ଜଣ ଚାଷୀ କ୍ଷେତ୍ର ପରିଦର୍ଶନରେ ଆସି ମହେଶ୍ୱରଙ୍କ ଠାରୁ ତାଲିମ ନେଇଥିଲେ। ବର୍ତ୍ତମାନର ସମୟରେ ବାର୍ଷିକ ୭-୮ ଲକ୍ଷ ଟଙ୍କା ଆୟ କରୁଛନ୍ତି ବୋଲି ମହେଶ୍ୱର କହନ୍ତି। ତାଙ୍କ ସଫଳତା ସମ୍ବନ୍ଧରେ ଉଜ୍ଜଳପୁର କ୍ଷେତ୍ର ପରିଚାଳନା ଏକକର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ କହନ୍ତି- ସ୍ଥାନୀୟ ଜଳବାୟୁ-ସାମାଜିକ-ଅର୍ଥନୈତିକ ସ୍ଥିତିକୁ ଲକ୍ଷ୍ୟକରି ପୁରାତନ ଓ ନୂତନ କୃଷି ଜ୍ଞାନ କୌଶଳର ଉପଯୋଗ ସାଙ୍ଗକୁ ‘କୃଷି ବିବିଧତା’ ଅଧୁନା କୃଷି ଅଭିବୃଦ୍ଧିର ଆଭିମୁଖ୍ୟ କହିଲେ ଚଳେ। ଏହାକୁ ପ୍ରମାଣିତ କରି ପାରିଛନ୍ତି ମହେଶ୍ୱର। ନିଜର ପରିଶ୍ରମ, ଅଭିନବିକରଣ ଦ୍ୱାରା ସେ ଆଜି ଲକ୍ଷାଧିକ ଟଙ୍କା ରୋଜଗାର କରି ସମସ୍ତ ଯୁବ ଚାଷୀଙ୍କ ପାଇଁ ଆଦର୍ଶ ସାଜିଛନ୍ତି। ପ୍ରକୃତରେ ସେ ଆଜି ବି-ଟେକ୍‌ ପାଠରୁ ହାଇଟେକ ଚାଷୀ ହୋଇପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri