ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ ହିଁ ଇଞ୍ଜିନିୟରିଂ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ପ୍ରଦାନ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିିଛି।
ପ୍ରକାଶ ଯେ, ଦୀର୍ଘ ଦିନ ଧରି ଲୋଇସିଂହା ଅଞ୍ଚଳରେ ଏକ ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ଥାପନ ପାଇଁ ଦାବି ହୋଇ ଆସୁଥିଲା। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋଇସିଂହାରେ ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ ପାଇଁ ପ୍ରସ୍ତାବ ହୋଇଥିଲା। ଏହାପରେ ପ୍ରସ୍ତାବିତ କଲେଜ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗତ ମେ ଶେଷ ସପ୍ତାହରେ ବଲାଙ୍ଗୀର ଜିଲାପାଳ ଗୌରବ ଶିବାଜୀ ଇସଲୱାର, ଉପଜିଲାପାଳ ଆଲୋକ ପଟେଲ ଏବଂ ସ୍ଥାନୀୟ ରାଜସ୍ବ କର୍ମଚାରୀ ଲୋଇସିଂହା ତହସିଲ ଅଧୀନ ହୀରାପୁର ଛକ ନିକଟରେ ଥିବା ବିସ୍ତୀର୍ଣ୍ଣ ଜାଗାକୁ ପରିଦର୍ଶନରେ ଯାଇଥିବା ବେଳେ ପ୍ରଥମେ ସେଠାରେ ଜାଗା ଚିହ୍ନଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ଏକ ଜାଗାକୁ ଅଧିକାରୀମାନେ ପରିଦର୍ଶନ କରିଥିଲେ। ଏହା ଜଣାପଡିବା ପରେ ଇଞ୍ଜିନିୟରିଂ କଲେଜ ଅନ୍ୟତ୍ର ସ୍ଥାପନ ମସୁଧାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ,ଶିକ୍ଷାବିତ୍‌ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବଲାଙ୍ଗୀର ପଟରୁ ଲୋଇସିଂହା ବ୍ଲକ ମୁଖ୍ୟାଳୟ ୩ କିମି ପୂର୍ବରୁ ହୀରାପୁର ଛକ ପଡୁଥିବା ବେଳେ ଏହା ୨୬ ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ। ରେଳ ଷ୍ଟେଶନର ଦୂରତା ପ୍ରାୟ ୩ କିମି ହେବ। ଯାତାୟତ ଦୃଷ୍ଟିରୁ ସୁବିଧା ହେବା ସହିତ ଉପଯୁକ୍ତ ଜମି ମଧ୍ୟ ଉପଲବ୍ଧ ରହିଛି। ଜାତୀୟ ରାଜପଥ ସହ ସଂଯୋଗ ଥିବାରୁ ଛାତ୍ରୀଛାତ୍ର, ଶିକ୍ଷକ ଓ କର୍ମଚାରୀମାନଙ୍କ ଯିବାଆସିବାରେ କୌଣସି ଅସୁବିଧା ହେବନାହିଁ।
ଇଞ୍ଜିନିୟରିଂ କଲେଜ ପାଇଁ ହୀରାପୁର ଛକ ଚିହ୍ନଟ ଜାଗା ଉପଯୁକ୍ତ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାପ୍ରେମୀ ମତପୋଷଣ କରିଥିଲେ। ଏନେଇ ଗତ ଜୁନ ୨ ତାରିଖରେ ଧରିତ୍ତ୍ରୀରେ ‘ଇଞ୍ଜିନିୟରିଂ କଲେଜ ପାଇଁ ହୀରାପୁର ଛକ ବିହ୍ନଟ ଜାଗା ଉପଯୁକ୍ତ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ, ସୋମବାର ମୁଖ୍ୟମନ୍ତ୍ରୀ ଇଞ୍ଜିନିୟରିଂ କଲେଜ ପାଇଁ ହୀରାପୁର ଛକ ସ୍ଥାନକୁ ଅନୁମୋଦନ କରିଛନ୍ତି। ନିକଟରେ ରାଜ୍ୟ ସରକାର ଲୋଇସିଂହାକୁ ଏନଏସି ମାନ୍ୟତା ଦେଇଥିବା ବେଳେ କାର୍ଯ୍ୟ ଆରମ୍ଭ ହୋଇଛି। ହୀରାପୁର ଛକରେ ଇଞ୍ଜିନିୟରିଂ କଲେଜ ସ୍ଥାପନ ହେଲେ ଛାତ୍ରୀଛାତ୍ର ନିଜ ଅଞ୍ଚଳରେ ବୈଷୟିକ ଶିକ୍ଷା ହାସଲର ସୁଯୋଗ ପାଇପାରିବେ। ଏଥିସହ ଶିକ୍ଷା, ରୋଜଗାର ଓ ଅଞ୍ଚଳରେ ଆର୍ଥତ୍କ ବିକାଶରେ ଏହି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଅଞ୍ଚଳବାସୀ ଆଶା ବ୍ୟକ୍ତ କରିଛନ୍ତି। ଏହାକୁ ସ୍ଥାନୀୟ ଲୋକେ ସ୍ବାଗତ କରିବା ସହ ଶୀଘ୍ର ଭିତ୍ତିଭୂମି ନିର୍ମାଣ ଓ ଶିକ୍ଷାଦାନ ଆରମ୍ଭ କରିବାକୁ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ଆଜି ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ: ୫ ରାଶିଙ୍କୁ ମିଳିବ ବଡ଼ ସୁଯୋଗ, ଏହି ରାଶି ଉପରେ ମାଡିଆସୁଛି ବିପଦ!

୧୨ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏବଂ ବାର ବୁଧବାର ଅଟେ। ଏହା ଚାତୁର୍ମାସର ୧୯ ତମ ଦିନ, ଯାହାକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri