Posted inଜାତୀୟ

ଇଞ୍ଜିନ ଖରାପ, ଡବା ବଦଳିଲା

ନୂଆଦିଲ୍ଲୀ,୮ା୭: ଇଞ୍ଜିନ ଖରାପ ହୋଇଯାଇ ଥିବାବେଳେ ଡବା ବଦଳାଯାଉଛି। ମୋଦି କ୍ୟାବିନେଟର ସମ୍ପ୍ରସାରଣକୁ ନେଇ କଂଗ୍ରେସ ପକ୍ଷରୁ ଏପରି ପ୍ରତିକ୍ରିୟା ଆସିଛି। ଏଆଇସିସି ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ବୁଧବାର କହିଛନ୍ତି, ଏହା ହେଉଛି କ୍ଷମତା ଲୁଣ୍ଠନର ବଣ୍ଟନ ଏବଂ ଦଳଡିଆଁଙ୍କ ଥଇଥାନ। ସରକାରରେ ପ୍ରଦର୍ଶନକୁ ନେଇ ମନ୍ତ୍ରୀ କରାଯାଉ ନାହିଁ। ଯଦି ପ୍ରଦର୍ଶନ ଆଧାରରେ କ୍ୟାବିନେଟ ସମ୍ପ୍ରସାରଣ କରାଯାଉଥାଆନ୍ତା ତେବେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନା ମହାମାରୀ ସମୟରେ ସୁଶାସନ ଦେବାରେ ତାଙ୍କ ବିଫଳତା ପାଇଁ ବରଖାସ୍ତ କରାଯାଇଥାଆନ୍ତା। ସେହିପରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ସେମାନଙ୍କ ଦୁର୍ବଳ ଭୂମିକା ପାଇଁ ବାହାର କରାଯାଇଥାଆନ୍ତା। କ୍ୟାବିନେଟ ସମ୍ପ୍ରସାରଣ ଦ୍ୱାରା କେନ୍ଦ୍ର ସରକାରର ପ୍ରଦର୍ଶନ କିମ୍ବା ଶାସନରେ ଉନ୍ନତି ଆସିବ ନାହିଁ, ବରଂ ଏହା ନଷ୍ଟ କ୍ଷମତାର ବଣ୍ଟନ ଏବଂ ଦଳବଦଳକାରୀଙ୍କୁ ଥଇଥାନ ପାଇଁ ଉଦ୍ଦିଷ୍ଟ ବୋଲି କଂଗ୍ରେସ ମୁଖ୍ୟ ମୁଖପାତ୍ର ସୁର୍ଜଓ୍ବୋଲା କହିଛନ୍ତି। ଭାଜପା ଦେଶକୁ ଉପଯୁକ୍ତ ଭାବେ ଶାସନ କରିବାରେ ବିଫଳ ହୋଇଥିବାରୁ କ୍ୟାବିନେଟ ସମ୍ପ୍ରସାରଣ ଅର୍ଥହୀନ ବୋଲି ବୁଧବାର କଂଗ୍ରେସ କହିଛି। ମନ୍ତ୍ରିମଣ୍ଡଳ ନୁହେଁ, ଦୂରଦୃଷ୍ଟିର ସମ୍ପ୍ରସାରଣ ଆବଶ୍ୟକ ବୋଲି କଂଗ୍ରେସ ମୁଖପାତ୍ର ଜୟବୀର ଶେର୍‌ଗିଲ୍‌ କହିଛନ୍ତି। ଅର୍ଥନୀତି, ନିଯୁକ୍ତି, ସ୍ବାସ୍ଥ୍ୟ ଭିତ୍ତିଭୂମି, ଜାତୀୟ ସୁରକ୍ଷା ସବୁଥିରେ ଭାଜପା ସମ୍ପୂର୍ଣ୍ଣ ଅସଫଳ ହୋଇଥିବା ସେ ମତ ଦେଇଛନ୍ତି।

କାହାକୁ କେଉଁ ଦାୟିତ୍ୱ

ପ୍ରଧାନମନ୍ତ୍ରୀ

୧. ନରେନ୍ଦ୍ର ମୋଦି କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ, ଅଣୁଶକ୍ତି ଓ ମହାକାଶ ବିକାଶ

କ୍ୟାବିନେଟ ମନ୍ତ୍ରୀ

୨. ରାଜନାଥ ସିଂ ପ୍ରତିରକ୍ଷା
୩. ଅମିତ୍‌ ଶାହା ସ୍ବରାଷ୍ଟ୍ର ଓ ସହଯୋଗ
୪. ନୀତିନ ଗଡ଼କରୀ ସଡ଼କ ପରିବହନ ଓ ରାଜପଥ
୫. ନିର୍ମଳା ସୀତାରାମନ ଅର୍ଥ ଓ କମ୍ପାନୀ ବ୍ୟାପାର
୬. ନରେନ୍ଦ୍ର ସିଂ ତୋମାର କୃଷି ଓ କୃଷକ କଲ୍ୟାଣ
୭. ଡ. ସୁବ୍ରମଣ୍ୟମ୍‌ ଜୟଶଙ୍କର ବହିର୍ବ୍ୟାପାର
୮. ଅର୍ଜୁନ ମୁଣ୍ଡା ଆଦିବାସୀ ବ୍ୟାପାର
୯. ସ୍ମୃତି ଇରାନୀ ମହିଳା ଓ ଶିଶୁ ବିକାଶ
୧୦. ପୀୟୂଷ ଗୋୟଲ ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର,
ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନ ଶିଳ୍ପ
୧୧. ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା, ଦକ୍ଷତା ବିକାଶ ଓ ଔଦ୍ୟୋଗିକ
୧୨. ପ୍ରହ୍ଳାଦ ଜୋଷୀ ସଂସଦୀୟ ବ୍ୟାପାର, କୋଇଲା ଓ ଖଣି
୧୩. ନାରାୟଣ ତାତୁ ରାଣେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
୧୪. ସର୍ବାନନ୍ଦ ସୋନୋଓ୍ବାଲ ଆୟୁଷ ଏବଂ
ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ
୧୫. ମୁକ୍‌ତାର ଅବ୍ବାସ ନକ୍‌ଭୀ ସଂଖ୍ୟାଲଘୁ ବ୍ୟାପାର
୧୬. ଡ. ବୀରେନ୍ଦ୍ର କୁମାର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ
୧୭. ଗିରିରାଜ ସିଂ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ
୧୮. ଜ୍ୟୋତିରାଦିତ୍ୟ ସିନ୍ଧିଆ ବେସାମରିକ ବିମାନ ଚଳାଚଳ
୧୯. ରାମଚନ୍ଦ୍ର ପ୍ରସାଦ ସିଂ ଇସ୍ପାତ
୨୦. ଅଶ୍ୱିନୀ ବୈଷ୍ଣବ ରେଲଓ୍ବେ, ଯୋଗାଯୋଗ
ଏବଂ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା
୨୧. ପଶୁପତି କୁମାର ପାରସ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
୨୨. ଗଜେନ୍ଦ୍ର ସିଂ ଶେଖାଓ୍ବତ ଜଳଶକ୍ତି
୨୩. କିରନ୍‌ ରିଜିଜୁ ଆଇନ ଓ ନ୍ୟାୟ
୨୪. ରାଜ କୁମାର ସିଂ ଶକ୍ତି, ନୂତନ ଓ ନବୀକରଣୀୟ
୨୫. ହରଦୀପ ସିଂ ପୁରୀ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ ସହରାଞ୍ଚଳ ବିକାଶ
୨୬. ମନସୁଖ ମାଣ୍ଡବ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାର ଓ ରସାୟନ
୨୭. ଭୂପେନ୍ଦ୍ର ଯାଦବ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ,
ଶ୍ରମ ଓ ନିୟୋଜନ
୨୮. ମହେନ୍ଦ୍ରନାଥ ପାଣ୍ଡେ ଭାରି ଶିଳ୍ପ
୨୯. ପରଷୋତ୍ତମ ରୁପାଲା ମତ୍ସ୍ୟ, ପ୍ରାଣୀ ସମ୍ପଦ, ଦୁଗ୍ଧ
୩୦. ଜି. କିଷନ ରେଡ୍ଡୀ ସଂସ୍କୃତି, ପର୍ଯ୍ୟଟନ ଓ ଉତ୍ତର-ପୂର୍ବାଞ୍ଚଳ ବିକାଶ
୩୧. ଅନୁରାଗ ସିଂ ଠାକୁର ସୂଚନା ପ୍ରସାରଣ, ଯୁବ ବ୍ୟାପାର ଓ କ୍ରୀଡ଼ା
ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)
୩୨. ରାଓ ଇନ୍ଦରଜିତ୍‌ ସିଂ ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ, ଯୋଜନା, କର୍ପୋରେଟ୍‌ ବ୍ୟାପାର
୩୩. ଡ. ଜିତେନ୍ଦ୍ର ସିଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଭୂବିଜ୍ଞାନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ପେନସନ ଓ ସାଧାରଣ ଅଭିଯୋଗ, ଅଣୁଶକ୍ତି, ମହାକାଶ ବିଭାଗ
ରାଷ୍ଟ୍ରମନ୍ତ୍ରୀ
୩୪. ଶ୍ରୀପଦ ୟେସୋ ନାଏକ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ, ପର୍ଯ୍ୟଟନ
୩୫. ଫଗନ୍‌ ସିଂ କୁଲସ୍ତେ ଇସ୍ପାତ, ଗ୍ରାମାଞ୍ଚଳ ବିକାଶ
୩୬. ପ୍ରହଲ୍ଲାଦ ସିଂ ପଟେଲ ଜଳଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
୩୭. ଅଶ୍ୱିନୀ କୁମାର ଚୋବେ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ
୩୮. ଅର୍ଜୁନରାମ ମେଘଓ୍ବାଲ ସଂସଦୀୟ ବ୍ୟାପାର ଓ ସଂସ୍କୃତି
୩୯. ବିଜୟ କୁମାର ସିଂ ସଡ଼କ ପରିବହନ ଓ ରାଜପଥ ଏବଂ
ବେସାମରିକ ବିମାନ ଚଳାଚଳ
୪୦. କ୍ରିଷନ ପାଲ୍‌ ଶକ୍ତି, ଭାରି ଶିଳ୍ପ
୪୧. ଦନଭେ ରାଓସାହେବ ଦାଦାରାଓ ରେଳପଥ, କୋଇଲା, ଖଣି
୪୨. ରାମଦାସ ଆଠଓ୍ବଲେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ
୪୩. ସାଧ୍ୱୀ ନିରଞ୍ଜନ ଜ୍ୟୋତି ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ଗ୍ରାମାଞ୍ଚଳ ବିକାଶ
୪୪. ସଞ୍ଜୀବ କୁମାର ବାଲ୍ୟାନ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ
୪୫. ନିତ୍ୟାନନ୍ଦ ରାୟ ସ୍ବରାଷ୍ଟ୍ର
୪୬. ପଙ୍କଜ ଚୌଧରୀ ଅର୍ଥ
୪୭. ଅନୁପ୍ରିୟା ସିଂ ପଟେଲ ବାଣିଜ୍ୟ ଓ ଶିଳ୍ପ
୪୮. ଡ. ସତ୍ୟପାଲ ସିଂ ବଘେଲ ଆଇନ ଓ ନ୍ୟାୟ
୪୯. ରାଜୀବ ଚନ୍ଦ୍ରଶେଖର ଦକ୍ଷତା ବିକାଶ ଓ ଔଦ୍ୟୋଗିକତା,
ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତିବିଦ୍ୟା
୫୦. ସୁଶ୍ରୀ ଶୋଭା କରନ୍ଦଲାଜେ କୃଷି ଓ କୃଷକ କଲ୍ୟାଣ
୫୧. ଭାନୁ ପ୍ରତାପ ସିଂ ବର୍ମା ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
୫୨. ଦର୍ଶନ ବିକ୍ରମ ଜର୍ଦୋଶ ବୟନଶିଳ୍ପ, ରେଳପଥ
୫୩. ଭି. ମୁରଲୀଧରନ୍‌ ବହିର୍ବ୍ୟାପାର, ସଂସଦୀୟ ବ୍ୟାପାର
୫୪. ମୀନାକ୍ଷୀ ଲେଖି ବହିର୍ବ୍ୟାପାର, ସଂସ୍କୃତି
୫୫. ସୋମ ପ୍ରକାଶ ବାଣିଜ୍ୟ ଓ ଶିଳ୍ପ
୫୬. ରେଣୁକା ସିଂ ସରୁତା ଆଦିବାସୀ ବ୍ୟାପାର
୫୭. ରାମେଶ୍ୱର ତେଲି ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ,
ଶ୍ରମ ଓ ନିୟୋଜନ
୫୮. କୈଳାସ ଚୌଧରୀ କୃଷି ଓ କୃଷକ କଲ୍ୟାଣ
୫୯. ଅନ୍ନପୂର୍ଣ୍ଣା ଦେବୀ ଶିକ୍ଷା
୬୦. ଏ. ନାରାୟଣସ୍ବାମୀ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ
୬୧. କୌଶଲ କିଶୋର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର
୬୨. ଅଜୟ ଭଟ୍ଟ ପ୍ରତିରକ୍ଷା, ପର୍ଯ୍ୟଟନ
୬୩. ବି.ଏଲ୍‌. ବର୍ମା ଉତ୍ତର-ପୂର୍ବାଞ୍ଚଳ, ସହଯୋଗ
୬୪. ଅଜୟ କୁମାର ମିଶ୍ର ସ୍ବରାଷ୍ଟ୍ର
୬୫. ଦେବୁସିଂ ଚୌହାନ ଯୋଗାଯୋଗ
୬୬. ଭଗଓ୍ବନ୍ତ ଖୁବା ନୂତନ ଓ ନବୀକରଣୀୟ ଶକ୍ତି, ସାର ଓ ରସାୟନ
୬୭. କପିଲ ମୋରେଶ୍ୱର ପାଟିଲ ପଞ୍ଚାୟତିରାଜ
୬୮. ପ୍ରତିମା ଭୌମିକ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ
୬୯. ଡ. ସୁଭାଷ ସର୍କାର ଶିକ୍ଷା
୭୦. ଡ. ଭାଗଓ୍ବତ କିଷନରାଓ କରାଡ ଅର୍ଥ
୭୧. ଡ. ରାଜକୁମାର ରଞ୍ଜନ ସିଂ ବହିର୍ବ୍ୟାପାର, ଶିକ୍ଷା
୭୨. ଡ. ଭାରତୀ ପ୍ରବୀଣ ପାଓ୍ବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ
୭୩. ବିଶ୍ୱେଶ୍ୱର ଟୁଡୁ ଆଦିବାସୀ ବ୍ୟାପାର, ଜଳଶକ୍ତି
୭୪. ଶାନ୍ତନୁ ଠାକୁର କ୍ରୀଡ଼ା, ଜାହାଜ ଚଳାଚଳ ଓ ଜଳପଥ
୭୫. ଡ. ମୁଞ୍ଜାପାରା ମହେନ୍ଦ୍ରଭାଇ ମହିଳା ଓ ଶିଶୁ ବିକାଶ, ଆୟୁଷ
୭୬. ଜନ୍‌ ବାର୍ଲା ସଂଖ୍ୟାଲଘୁ ବ୍ୟାପାର
୭୭. ଡ. ଏଲ୍‌. ମୁରୁଗାନ୍‌ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ, ସୂଚନା ଓ ପ୍ରସାରଣ
୭୮. ନିଶିଥ ପ୍ରାମାଣିକ ସ୍ବରାଷ୍ଟ୍ର, ଯୁବ ବ୍ୟାପାର ଓ କ୍ରୀଡ଼ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri