Posted inଫୁରସତ

ଏନ୍‌ଗେଜ୍‌ମେଣ୍ଟ ପିୟରସିଂ

ପିୟରସିଂର ଟ୍ରେଣ୍ଡ ତ ବହୁ ଆଗରୁ ଆରମ୍ଭ ହୋଇସାରିଛି। କିନ୍ତୁ ଏବେ ଏନ୍‌ଗେଜ୍‌ମେଣ୍ଟ ପିୟରସିଂ ଏକ ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି। ଏହାକୁ କେହି କେହି ଏନ୍‌ଗେଜ୍‌ମେଣ୍ଟ ରିଂ ପିୟରସିଂ, ଓ୍ବେଡିଂ ରିଂ ପିୟରସିଂ ଅବା କେବଳ ଫିଙ୍ଗର୍‌ ପିୟରସିଂ ବୋଲି ବି କହିଥାନ୍ତି। ଏଥିରେ ଏନ୍‌ଗେଜ୍‌ମେଣ୍ଟ ବା ନିର୍ବନ୍ଧ ଦିନ ପୁଅଝିଅ ଉଭୟ ଉଭୟଙ୍କୁ ଆଉ ମୁଦି ନ ପିନ୍ଧାଇ ତା’ ବଦଳରେ ସେମାନେ ଆଙ୍ଗୁଠିରେ ରିଙ୍ଗ୍‌ ପିୟରସିଂ କରାଇଥାନ୍ତି। ଏହି ପିୟରସିଂ ପ୍ରାୟତଃ ମାଇକ୍ରୋ ଡର୍ମାଲ ପିୟରସିଂ ପରି, ଯାହାକୁ ମୁଖ୍ୟତଃ କଲାର୍‌ ବୋନ୍‌, ପିଠି, ଏବଂ ଗାଲରେ କରାଯାଇଥାଏ। କିନ୍ତୁ ଏନ୍‌ଗେଜ୍‌ମେଣ୍ଟ ପିୟରସିଂକୁ କେବଳ ହାତ ଆଙ୍ଗୁଠିରେ କରାଯାଇଥାଏ। ବିଶେଷକରି ରିଂ ଫିଙ୍ଗର୍‌ରେ ଏହାକୁ ଦମ୍ପତିମାନେ କରିଥାନ୍ତି। ଏଥିରେ ଦୁଇ ପ୍ରକାରର ମେଟାଲ୍‌ ବ୍ୟବହାର କରାଯାଏ। ଗୋଟେ ଆଙ୍ଗୁଠିର ଚମଡା ଭିତରେ ରୁହେ, ଯେଉଁଥିରେ ସ୍ବତନ୍ତ୍ର ଧରଣର ଏକ ପେଚ ଲାଗିଥାଏ। ଅନ୍ୟଟି ହେଉଛି ମେଟାଲ୍‌ ଷ୍ଟଡ୍‌ ବା ଷ୍ଟୋନ୍‌, ଯାହା ବାହାରକୁ ଦେଖାଯାଇଥାଏ। ପ୍ରଥମେ ଆଙ୍ଗୁଠିର ଚମଡ଼ାକୁ ଛିଦ୍ର କରି ତା’ମଧ୍ୟରେ ପେଚକୁ ଭର୍ତ୍ତି କରାଯାଏ, ପରେ ମେଟାଲ୍‌ ଷ୍ଟଡ୍‌ ବା ଷ୍ଟୋନ୍‌କୁ ଉକ୍ତ ପେଚରେ ପୂରାଇ ଟାଇଟ୍‌ କରାଯାଇଥାଏ। ତେବେ ଏହି ପିୟରସିଂ କରାଇବା ଖୁବ୍‌ କଷ୍ଟଦାୟକ ହୋଇଥିଲେ ବି ମନର ମଣିଷ ଆଗରେ ନିଜର ଭଲ ପାଇବାକୁ ପରିପ୍ରକାଶ କରିବାର ଏହା ଏକ ଭିନ୍ନ ମାଧ୍ୟମ ଭାବେ ଏବେ ଖୁବ୍‌ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri