ଶକ୍ତି ସଂରକ୍ଷଣ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ

ପୃଥିବୀରେ ଯେଉଁ ରାଷ୍ଟ୍ରମାନେ ବିକଶିତ ହୋଇଛନ୍ତି ଓ ଉନ୍ନତମାନର ଜୀବନଚର୍ଯ୍ୟା ପାଇଁ ଗର୍ବ ଅନୁଭବ କରୁଛନ୍ତି ତା’ର ମୂଳ କାରଣ ହେଲା, ସେମାନେ ଅନ୍ୟମାନଙ୍କ ତୁଳନାରେ ମୁଣ୍ଡ ପିଛା ଅଧିକରୁ ଅଧିକ ଶକ୍ତି ବ୍ୟବହାର କରୁଛନ୍ତି ଓ ବିଶ୍ୱ ଶକ୍ତି ଭଣ୍ଡାରକୁ ସଂକୁଚିତ କରିଚାଲିଛନ୍ତି। ଆମ ଦେଶରେ ମୁଣ୍ଡପିଛା ଯେତେ ଶକ୍ତି ବ୍ୟବହାର କରାଯାଏ, ତା’ର ଦୁଇଗୁଣା ବ୍ୟବହାର କରାଯାଏ ଚାଇନାରେ, ତେର ଗୁଣ ବ୍ୟବହାର କରାଯାଏ ଜାପାନରେ ଓ ୨୬ ଗୁଣ ବ୍ୟବହାର କରାଯାଏ ଆମେରିକାରେ। ଶକ୍ତି ବ୍ୟବହାର କରାଯାଏ ଗୃହରେ ରୋଷେଇ, ଆଲୋକିତ କରିବାଠାରୁ ଆରମ୍ଭ କରି ଯାବତୀୟ ଇଲେକ୍ଟ୍ରିକ ସରଞ୍ଜାମ ଚାଲୁ କରିବାକୁ ା ରାସ୍ତାରେ ଯାନବାହନ ଚାଲେ ଶକ୍ତି ଦ୍ୱାରା। ରେଳଗାଡ଼ି, ଉଡ଼ାଜାହାଜ, ବୁଡ଼ା ଜାହାଜ ଓ ସମସ୍ତ କଳକାରଖାନା ଚାଲେ ଶକ୍ତି ବ୍ୟବହାର କରି। ଶକ୍ତି ସଂଗ୍ରହ କରାଯାଏ ବିଭିନ୍ନ ଉତ୍ସରୁ। ସେଗୁଡିକ ହେଲା, ଭୂତଳ ଜୀବାଶ୍ମ (କୋଇଲା, ପେଟ୍ରୋଲିୟମ ଗ୍ୟାସ)ରୁ, ଜଳ, ଖରା, ପବନ, ଉଦ୍ଭିଦଜ ତୈଳ, ଗୋବର, କାଠ, ନଡ଼ା, ଘାସ, ଆଖୁଛେଦା ଇତ୍ୟାଦି ସାଙ୍ଗକୁ ପୃଥିବୀରେ ଗଚ୍ଛିତ ଥିବା ଅନେକ ପଦାର୍ଥରୁ। ଏସବୁ ଉତ୍ସରୁ ଶକ୍ତି ସଂଗ୍ରହ କରାଯାଇ ବ୍ୟବହାର କରାଯାଏ। ଏସବୁ ଶକ୍ତିକୁ ଏକତ୍ର ଠୁଳ କଲେ, ସେ ଠୁଳକୁ ବୈଜ୍ଞାନିକ ଭାଷାରେ କୁହାଯାଏ ଏନର୍ଜି ବାସ୍କେଟ (energy basket) ବା ଶକ୍ତି ଟୋକୋଇ। ଏ ଶକ୍ତି ଟୋକେଇ, ଯେଉଁ ଉତ୍ସରୁ ଆମକୁ ସହଜରେ ଶକ୍ତି ଉପଲବ୍ଧ ହୁଏ, ଆମେ ତାକୁ ବ୍ୟବହାର କରୁ। ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ଏ ଶକ୍ତି ଟୋକେଇର ବିଭିନ୍ନ ଉତ୍ସରୁ ପୃଥିବୀରେ ବ୍ୟବହାର କରାଯାଉଥିବା ଶକ୍ତିର ଭାଗ ଥିଲା, ତୈଳ ୪୦%, କୋଇଲା ୨୨%, ପ୍ରାକୃତିକ ଗ୍ୟାସ ୨୩%, ଜଳ ବିଦ୍ୟୁତ୍‌ ୭% ଓ ଅନ୍ୟ ସବୁ ଉତ୍ସରୁ ୮%। ୨୦୧୦ ମସିହା ବେଳକୁ ବ୍ୟବହୃତ ଶକ୍ତି ଉତ୍ସର ଭାଗ ହେଲା ତୈଳ ୩୭.୫%, କୋଇଲା ୨୫.୫%, ପ୍ରାକୃତିକ ଗ୍ୟାସ ୨୪.୩%, ଜଳବିଦ୍ୟୁତ ୬.୨% ଓ ଅନ୍ୟାନ୍ୟ ଉତ୍ସରୁ ୬.୫%। ଶକ୍ତିର ସର୍ବାଧିକ ଭାଗ ଉତ୍ପନ୍ନ କରାଯାଏ ଜୀବାଶ୍ମ ଇନ୍ଧନରୁ। ପୃଥିବୀର ଏ ଜୀବାଶ୍ମ ଇନ୍ଧନ ଭଣ୍ଡାର ସୀମିତ ଓ ଏହା ଦ୍ରୁତ କ୍ଷୟ ହୋଇ ଚାଲିଛି। ଆଉ କିଛି ବର୍ଷ ପରେ ଏ ଭଣ୍ଡାର ସଂକୁଚିତ ହୋଇ ହୋଇ ଶୂନ ବି ହୋଇଯିବ।
ତୈଳ ଭଣ୍ଡାର ସଂକୁଚିତ ହେଲେ, ଆମେ କି ପ୍ରକାର ସଙ୍କଟର ସମ୍ମୁଖୀନ ହେବା, ତା’ର ଏକ ଆଭାସ ଦେଉଛି। ଆମ ଦେଶରେ ଆବଶ୍ୟକ ତୈଳର ୭୦ ଭାଗ ଆମେ ବୈଦେଶିକ ମୁଦ୍ରା ବିନିମୟରେ ବାହାର ଦେଶରୁ ଆମଦାନୀ କରୁ। ୧୯୯୦ ମସିହାରେ ଗଲ୍‌ଫ ଓ୍ବାର ବା ଉପସାଗରୀୟ ଯୁଦ୍ଧ ଲାଗିଲା ବେଳେ, ତୈଳ ଦରରେ ନିଅଁା ଲାଗିଲା ପରି ହଠାତ୍‌ ଅସମ୍ଭବ ଭାବେ ବଢିଗଲା। ଏତେ ଚଢା ଦରରେ ତୈଳ ଆମଦାନୀ କରିବାକୁ ଭାରତର ବୈଦେଶିକ ମୁଦ୍ରା ପାଣ୍ଠି ଉପରେ ଅତି ପ୍ରବଳ ଚାପ ପଡ଼ିଲା। ବୈଦେଶିକ ମୁଦ୍ରା ସରିଯିବ ବୋଲି କେନ୍ଦ୍ର ସରକାର ବିବ୍ରତ ହୋଇପଡିଲେ। ସେତେବେଳେ ଆକଳନ କରାଗଲା ଯେ, ମାତ୍ର ତିନି ସପ୍ତାହ ଲାଗି ତୈଳ ଆମଦାନୀ ହୋଇପାରିବ। ସେତେବେଳେ ସରକାର ଆର୍ଥିକ ଉଦାରୀକରଣ ନୀତି ଆପଣାଇ କୌଣସି ମତେ ଏ ସଙ୍କଟକୁ ଏଡାଇ ଦେଇପାରିଲେ। ତୈଳ ଗଚ୍ଛିତ କରି ରଖିବାକୁ ଏହା ସରକାରଙ୍କୁ ଚେତାବନୀ ଦେଲା। ୨୦୦୮ ମସିହାରେ ଭାରତ ଷ୍ଟ୍ରାଟେଜିକ ଅଏଲ ରିଜର୍ଭ (stategic oil reserve) ବା ଯୁଦ୍ଧ ନିରାପଦ ତୈଳ ସଂରକ୍ଷଣ ବ୍ୟବସ୍ଥା କଲେ। ମାଙ୍ଗାଲୋର, ପାଦୁର ଓ ବିଶାଖାପାଟଣାରେ ଏ ରିଜର୍ଭ ତିଆରି କଲେ। ଏଥିପାଇଁ ଭୂତଳେ ରକ୍‌ କ୍ୟାଭେର୍ଣ୍ଣ ୫.୩ ପଥର ଗୁମ୍ଫା ନିର୍ମାଣ କଲେ। ମୁଗୁନି ପଥରରେ ଏକ ପ୍ରକାର ଗୁମ୍ଫା ନିର୍ମାଣ ଦୁରୂହ ବ୍ୟାପାର ହେଲେ ମଧ୍ୟ ଭାରତୀୟ ଇଞ୍ଜିନିୟର ଏହା ନିର୍ମାଣ କରିପାରିଲେ। ଆଉ ଦୁଇଟି ରକ୍‌ କ୍ୟାଭେର୍ଣ୍ଣ ଓଡ଼ିଶା ଓ କର୍ନାଟକରେ ନିର୍ମାଣ କରାଯିବା ଲାଗି ସ୍ଥିର ହେଲା।
ଆମ ଦେଶରେ ଡିସେମ୍ବର ୧୪ ତାରିଖକୁ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଭାବେ ପାଳନ କରାଯାଏ ଓ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଶକ୍ତି ସଂରକ୍ଷଣ ସପ୍ତାହ ଭାବେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ । ଏଥିରେ ବିଶେଷ ଭାବେ ଆଲୋଚନା କରାଯାଏ କିପରି ପୃଥିବୀର ତୈଳ ଓ ଗ୍ୟାସ ଭଣ୍ଡାରକୁ ଦେଖି ଚାହିଁ ଖର୍ଚ୍ଚ କରିବା।
ପୃଥିବୀର ଭୂତଳେ ୧୮୦ ହଜାର ମିଲିଅନ ଟନ୍‌ ଅଶୋଧିତ ତୈଳ ଭଣ୍ଡାର ଥିବାର ଆକଳନ କରାଯାଇଛି । ପୃଥିବୀରେ ୨୦୦ରୁ ଊର୍ଦ୍ଧ୍ୱ ଦେଶ ଥିଲେ ମଧ୍ୟ ମାତ୍ର ୧୫ଟି ଦେଶରେ ମୋଟ ପ୍ରାକୃତିକ ତୈଳର ୯୩% ଭାଗ ଗଚ୍ଛିତ ଅଛି। ୭୫% ତୈଳ ଏହି ଦେଶଗୁଡ଼ିକ ଉତ୍ପାଦନ କରୁଛନ୍ତି। ସୌଦି ଆରବରେ ଗଚ୍ଛିତ ତୈଳ ଭଣ୍ଡାର ପରିମାଣ ପୃଥିବୀରେ ଦ୍ୱିତୀୟ କିନ୍ତୁ ସେଠାରେ ଉତ୍ପାଦନ କରାଯାଏ ସର୍ବାଧିକ । ଆମ ଦେଶ ତୈଳ ଭଣ୍ଡାରରେ ଅଛି ୭୩୩.୭୦ ନିଉଟନ ତୈଳ, ଯାହା ପୃଥିବୀ ଭଣ୍ଡାରର ୨୪୫ ଭାଗରୁ ଏକ ଭାଗ। ଓଡ଼ିଶା ଉପକୂଳରେ ୩କିଲୋମିଟର ତଳେ ତୈଳ ଠାବ କରାଯାଇ ୨୦୦୩ ମସିହାରୁ ତୈଳ ଉତ୍ତୋଳନ ପାଇଁ କାର୍ଯ୍ୟ କରାଯାଉଛି । ୧୮୯୦ ମସିହା ବେଳକୁ ପୃଥିବୀରେ ବର୍ଷକୁ ମାତ୍ର ୧୦ ମିଲିୟନ ଟନ ତୈଳ ଉତ୍ପାଦନ କରାଯାଉଥିବାବେଳେ ୧୯୦୦ ପ୍ରାରମ୍ଭରେ ତାହା ୧୨୦୦ ମିଲିୟନ ଟନ ହେଲା। ବର୍ଷକୁ ବର୍ଷ ତୈଳ ବ୍ୟବହାର ଏତେ ବୃଦ୍ଧି ପାଉଛି ଯେ, ଏବେ ଦୈନିକ ୧୦ମିଲିୟନ ଟନ ଉତ୍ତୋଳନ କରାଯାଉଛି। ଯେଉଁପରି ଭାବେ ତୈଳ ବ୍ୟବହାର ବଢ଼ି ଚାଲିଛି ସେଥିରେ ଲଗାମ ନ ଦେଲେ ଆଗାମୀ ୪୦ବର୍ଷ ମଧ୍ୟରେ ପୃଥିବୀର ତୈଳଭଣ୍ଡାର ଶେଷ ହୋଇଯିବ ବୋଲି ବୈଜ୍ଞାନିକମାନେ ଆକଳନ କରୁଛନ୍ତି। ପୃଥିବୀରେ ଗଚ୍ଛିତ ଥିବା ପ୍ରାକୃତିକ ଗ୍ୟାସ୍‌ର ପରିମାଣ ୧, ୮୭, ୫୦୦ ବିଲିୟନ କ୍ୟୁବିକ ମିଟର। ପୃଥିବୀ ଗ୍ୟାସ ଭଣ୍ଡାରର ୩୬% ଗଚ୍ଛିତ ଅଛି ମଧ୍ୟ ପ୍ରାଚ୍ୟରେ । ଆମ ଦେଶରେ ଥିବା ଗ୍ୟାସ ଭଣ୍ଡାରରେ ଅଛି ୭୫୦ ବିଲିୟନ କ୍ୟୁବିକ ମିଟର, ଯାହା ପୃଥିବୀ ଭଣ୍ଡାରର ୦.୪%। ୨୦୦୮ ମସିହା ଫେବୃୟାରୀରେ କେନ୍ଦ୍ର ତୈଳ ମନ୍ତ୍ରଣାଳୟ ପ୍ରକାଶ କଲେ ଯେ, ଓଡ଼ିଶାର ମହାନଦୀ ଅବବାହିକାରେ ୧୦,୬୫୫ ବର୍ଗ କିଲୋମିଟର ଅଞ୍ଚଳରେ ଗ୍ୟାସ ମହଜୁଦ ଅଛି। ଯେଉଁ ହାରରେ ପ୍ରାକୃତିକ ଗ୍ୟାସ ବ୍ୟବହାର ବଢି ବଢି ଚାଲିଛି ବୈଜ୍ଞାନିକମାନେ ଆକଳନ କଲେଣି ଯେ ଆଗାମୀ ୬୫ବର୍ଷ ମଧ୍ୟରେ ପୃଥିବୀର ପ୍ରାକୃତିକ ଗ୍ୟାସ ଭଣ୍ଡାର ଶେଷ ହୋଇଯିବ। ଜୀବାଶ୍ମ ଉତ୍ସରୁ ସଂଗ୍ରହ ଶକ୍ତି କମାଇବୁ, ଆମକୁ ଅନ୍ୟ ଉତ୍ସରୁ ଅଧିକରୁ ଅଧିକ ଶକ୍ତି ସଂଗ୍ରହ କରିବାକୁ ପଡ଼ିବ, ମନୁଷ୍ୟ ୪ହଜାର ବର୍ଷ ପୂର୍ବରୁ ପବନ ଶକ୍ତି ବ୍ୟବହାର ଜାଣିଥିଲା। ପବନ ଶକ୍ତିର ବିଶେଷତ୍ୱ ହେଲା, ଏହା ପୃଥିବୀର କୋଣ ଅନୁକୋଣରେ ଉପଲବ୍ଧ। ୪୦୦ବର୍ଷ ପୂର୍ବେ ପାରସ୍ୟ ଲୋକମାନେ ପବନ ଶକ୍ତିରେ ଶସ୍ୟକୁ କୁଟି ଗୁଣ୍ଡ କରୁଥିଲେ । ୧୮୦୦ ମସିହା ବେଳକୁ ୟୁରୋପ ଓ ଚାଇନାରେ ୫ଲକ୍ଷରୁ ଊର୍ଦ୍ଧ୍ୱ ପବନ କଳ ଚାଲୁଥିଲା। ୧୯୯୦ ବେଳକୁ ଆମେରିକାରେ ୬ଲକ୍ଷ ପବନ କଳ ଚାଲି ଜଳ ଉତ୍ତୋଲନ ସାଙ୍ଗକୁ ବିଦ୍ୟୁତ୍‌ ଉତ୍ପାଦନ ହେଉଥିଲା। ଭାରତରେ ପବନ ଶକ୍ତିରୁ ୮୦,୦୦୦ ମେଗାଓ୍ବାଟ ଶକ୍ତି ଉତ୍ପାଦନ କରାଯାଇପାରିବ, ମାତ୍ର ବ୍ୟବହାର ହେଉଛି ୧୫୦୦ ମେଗାଓ୍ବାଟ। ଅତି ଶସ୍ତାରେ ପବନରୁ ଶକ୍ତି ସଂଗ୍ରହ କରି ବିଭିନ୍ନ କାର୍ଯ୍ୟରେ ଲଗାଯାଇପାରିବ। ଖରାରେ ଥିବା ଉତ୍ତାପ ଶକ୍ତିକୁ ସୌରଶକ୍ତି କୁହାଯାଏ। ସୌର ଶକ୍ତିର ବିଶେଷତ୍ୱ ହେଉଛି ଅପହଞ୍ଚ ଜଙ୍ଗଲ ଓ ପାର୍ବତ୍ୟାଞ୍ଚଳରେ ସୌରଶକ୍ତି ମିଳିପାରିବ। ସୌରଶକ୍ତି ବିଭିନ୍ନ କାର୍ଯ୍ୟରେ ଲାଗିବା ସାଙ୍ଗକୁ ଏହାଦ୍ୱାରା ଦୁଇଚକିଆ, ତିନିଚକିଆ ଓ ଚାରିଚକିଆ ଯାନ ଚାଲିପାରିବ। ସୌର ଶକ୍ତିରେ ଉଡାଜାହାଜ ମଧ୍ୟ ଚାଲିଲାଣି। ସାହାରା ମରୁଭୂମିରେ ମିଳୁଥିବା ସୌରଶକ୍ତି ଦ୍ୱାରା ସାରା ୟୁରୋପକୁ ଆଲୋକିତ କରିବା ପାଇଁ ବୈଜ୍ଞାନିକମାନେ ଆକଳନ କରିଛନ୍ତି । ଜାଟ୍ରୋଫା ବା ବାଇଗବା ଫଳରୁ ବାହାରୁଥିବା ତୈଳରେ ବିଭିନ୍ନ ଯାନ ସାଙ୍ଗକୁ ଉଡାଜାହାଜ ଚାଲିଲାଣି। ଶସ୍ତାରେ ମିଳୁଥିବା ଏ ତୈଳ ସହ ଜେଟ୍‌ ତୈଳ ମିଶାଇ ନ୍ୟୁଜିଲାଣ୍ଡରେ ବିମାନ ଚାଲିଲାଣି। ଆମ ଦେଶରେ ବାଇଗବା ଚାଷର ସୁବିଧା ଅଛି। ଗୋବରରୁ ଶକ୍ତି ଉତ୍ପାଦନ କରାଯାଏ, ବାୟୋଗ୍ୟାସ ଭାବେ ଘରେ ଘରେ ବାୟୋଗ୍ୟାସ ଉତ୍ପନ୍ନ କରାଯାଇପାରିବ। ମନୁଷ୍ୟ ଯେବେଠାରୁ ଅଗ୍ନିର ବ୍ୟବହାର ଜାଣିଲା, ସେବେଠାରୁ କାଠ ଜାଳି ଉତ୍ତାପ ଶକ୍ତି ବ୍ୟବହାର କରୁଥିଲା। ରେଳଗାଡି କୋଇଲା ଷ୍ଟିମରେ ଚାଲିବା ଆଗରୁ କାଠ ଜାଳି ଷ୍ଟିମ ବାହାର କରି ସେଥିରେ ପ୍ରଥମେ ରେଳ ପରୀକ୍ଷାମୂଳକ ଭାବେ ଚଳାଯାଇଥିଲା। ଶକ୍ତିର ଉତ୍ସ କାଠ ଆମ ପାଇଁ ଅସରନ୍ତି ଭଣ୍ଡାର। ପୃଥିବୀରେ ଗଚ୍ଛିତ ତେଜସ୍କ୍ରିୟ ପଦାର୍ଥରୁ ପରମାଣୁ ଶକ୍ତି ଉତ୍ପାଦନ କରାଯାଏ। ପୃଥିବୀରେ ଏହାର ଭଣ୍ଡାର ଏତେ ଅଛି ଯେ ଏଥିରୁ ଉତ୍ପନ୍ନ ଶକ୍ତି ଦ୍ୱାରା ବିଶ୍ୱବାସୀଙ୍କ ଆବଶ୍ୟକ ସମସ୍ତ ଶକ୍ତିର ଚାହିଦା ଶହ ଶହ ବର୍ଷ ପୂରଣ କରିପାରିବ। ପରମାଣୁ ଶକ୍ତି ଦ୍ୱାରା ଆମେରିକାରେ ୧୯.୪%, ଫ୍ରାନ୍‌ସରେ ୭୭%, ପାଶ୍ଚାତ୍ୟର ଅନ୍ୟ ୧୧ଟି ରାଷ୍ଟ୍ରରେ ୨୫% ଶକ୍ତି ଆବଶ୍ୟକତା ମେଣ୍ଟାଯାଇପାରୁଥିବା ସ୍ଥଳେ ଭାରତରେ ପରମାଣୁ ଶକ୍ତିର ଶୁଭାରମ୍ଭ କରାଯାଇଥିଲା ୧୯୬୯ରେ ବମ୍ବେର ତାରାପୁରଠାରେ ପ୍ରଥମ ରିଆକ୍ଟର ସ୍ଥାପନ କରାଯାଇ। ଏବେ ବିଭିନ୍ନ ରାଜ୍ୟରେ ୧୭ଟି ରିଆକ୍ଟର କାର୍ଯ୍ୟକ୍ଷମ ହୋଇ ସେଥିରୁ ପ୍ରଥମେ ୪୧୨୦ ମେଗାଓ୍ବାଟ ଶକ୍ତି ମିଳୁଥିବା ସ୍ଥଳେ ୨୦୨୦ ଶେଷ ସୁଦ୍ଧା ୨୦,୦୦୦ ମେଗାଓ୍ବାଟକୁ ବୃଦ୍ଧି ପାଇବାକୁ ପୂର୍ବରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ଆମ ଦେଶରେ ୩୪.୬୪ ବିଲିୟନ ଟନ ଲିଗ୍‌ନାଇଟର ବୃହତ୍‌ ଭଣ୍ଡାରକୁ ଯେଉଁଥିରୁ ଶକ୍ତି ଉତ୍ପାଦନ କରାଯାଇପାରିବ। ଶକ୍ତି ଉତ୍ପାଦନ ଯୋଗ୍ୟ ୟୁରାନିୟମ ପୃଥିବୀରେ ୩.୫ ନିୟୁତ ଟନ ଥିବାବେଳେ ଆମ ଦେଶରେ ଏହା ଅଛି ୯୦ହଜାର ଟନ।
ତରଳ ଉଦ୍‌ଜାନକୁ ପେଟ୍ରୋଲ ପରି ବ୍ୟବହାର କରି ପେଟ୍ରୋଲର ୩ ଗୁଣ ଶକ୍ତି ଉତ୍ପନ କରାଯାଇ ପାରେ । ଉଦ୍‌ଜାନ ଜଳ ଓ ବାୟୁରୁ ମିଳିପାରିବ, ଯାହାର ଉତ୍ସ ଅସରନ୍ତି । ଉଦ୍‌ଜାନ ଶକ୍ତିରେ ଚାଳିତ ୩ଟି ବସକୁ ପ୍ରଥମେ ୨୦୦୯ ମସିହାରେ ଅଷ୍ଟ୍ରେଲିଆ ସରକାର ରାସ୍ତାକୁ ଛାଡି ଥିଲେ। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଦେଶର ପ୍ରଥମ ଉଦ୍‌ଜାନ ଇନ୍ଧନ ଯୋଗାଣ ପମ୍ପ ୨୦୦୯ରେ ଦିଲ୍ଲୀରେ ପ୍ରତିଷ୍ଠା କରିଛି । ୧୯୭୦ରେ ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଥିଲା ବେଳେ ଉଦ୍‌ଜାନର ପରିକଳ୍ପନା କରାଯାଇଥିଲ।
୨୭ା୨ା୧୩ରେ ଆମ ରାଜ୍ୟ କ୍ୟାବିନେଟରେ ମଞ୍ଜୁର ହୋଇଥିଲା ଜୀବାଶ୍ମ ଇନ୍ଧନ ଉତ୍ସ ବାହାରେ ଅନ୍ୟ ଉତ୍ସରୁ ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ‘ସବୁଜ ଶକ୍ତି ଉନ୍ନୟନ ନିଗମ’। ଏଥିରେ ବିଭିନ୍ନ ଉତ୍ସରୁ ଯେଉଁ ପରିମାଣର ଶକ୍ତି (ମେଗାଓ୍ବାଟ) ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ସେ ସବୁହେଲା ସୌର ୧୪,୦୦୦, ପବନ ୧,୭୦୦, ଗୋବର ୩୫୦, କ୍ଷୁଦ୍ର ଜଳ ବିଦ୍ୟୁତ୍‌ ୧୬୦, ବର୍ଜ୍ୟବସ୍ତୁ ୨୦ ଓ ସର୍ବମୋଟ ୧୬,୨୩୦ ମେଗାଓ୍ବାଟ। ଏଥିପାଇଁ ରାଜ୍ୟ ସରକାର ଆନ୍ତରିକତାର ସହ କାଯର୍‌ୟ କରିବା ଦରକାର ।
ଭୁବନେଶ୍ୱର-୨, ମୋ.- ୭୦୦୮୮୪୬୨୭୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri