ଏମ୍‌କେସିଜିରେ ଏଣ୍ଡୋସ୍କୋପି ମେଶିନ ଅଚଳ

ବ୍ରହ୍ମପୁର ୪ା୯(ସୁବାସ ଚନ୍ଦ୍ର ପାଢ଼ୀ): ଦକ୍ଷିଣ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପ୍ରାଣକେନ୍ଦ୍ର ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ। ରୋଗୀଙ୍କ ଚିକିତ୍ସା ସେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାସତ୍ତ୍ୱେ ମଧ୍ୟ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଏମ୍‌କେସିଜିରେ ଅବହେଳା ପରିଲକ୍ଷିତ ହୋଇଛି। ଏହି ହସ୍ପିଟାଲରେ ଏଣ୍ଡୋସ୍କୋପି ପରୀକ୍ଷା ବିଭିନ୍ନ କାରଣରୁ ବନ୍ଦ ରହିଛି। ଉକ୍ତ ପରୀକ୍ଷାରେ ବ୍ୟବହାର ହେଉଥିବା ମେଶିନ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ନିମନ୍ତେ ଏହି ପରୀକ୍ଷା ବନ୍ଦ ରହିଥିବା ସୂଚନା ମିଳିଛି। ଯାହାଫଳରେ ଦୂର ଦୂରାନ୍ତରୁ ମେଡିକାଲ ଆସୁଥିବା ରୋଗୀମାନେ ଘରୋଇ ହସପିଟାଲ ମୁହାଁ ହେଉଥିବା ଦେଖିବାକୁ ମିଳିଛି। ଏହି ଗରିବ ରୋଗୀମାନଙ୍କୁ ଡାଇଗ୍ନୋଷ୍ଟିକ ସେଣ୍ଟରଗୁଡ଼ିକ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହେଉଛି। କୌଣସି ଉପାୟ ନପାଇ ବାଧ୍ୟବାଧକତାରେ ଗରିବ ରୋଗୀମାନେ ହଜାର ହଜାର ଟଙ୍କା ପରୀକ୍ଷା ନିମନ୍ତେ ଖର୍ଚ୍ଚ କରୁଛନ୍ତି। ଏମକେସିଜି ଉପରେ ୧୦ରୁ ଊର୍ଦ୍ଧ୍ୱ ଜିଲା ସମେତ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଅନେକ ରୋଗୀ ନିର୍ଭର କରନ୍ତି। ପ୍ରତ୍ୟେକ ଦିନ ମେଡ଼ିକାଲରେ ଥିବା ବିଭିନ୍ନ ବିଭାଗକୁ ଚିକିତ୍ସା ନିମନ୍ତେ ହଜାର ହଜାର ରୋଗୀ ଆସିଥାନ୍ତି। ସେହିପରି କର୍କଟ ରୋଗ ଚିହ୍ନଟ, ଖାଦ୍ୟ ନଳୀ ସମ୍ବନ୍ଧୀୟ ରୋଗର ପରୀକ୍ଷା, ପାକସ୍ଥଳୀ ଘା’ ସମ୍ବନ୍ଧିତ ଚିକିତ୍ସା କିମ୍ବା ପରୀକ୍ଷା ନିମନ୍ତେ ମେଡ଼ିକାଲକୁ ରୋଗୀ ଆସିଥାନ୍ତି। ଉପରୋକ୍ତ ରୋଗର ଚିହ୍ନଟ ନିମନ୍ତେ ଡାକ୍ତର ସର୍ଜରି ବିଭାଗ ଅଧୀନରେ ଥିବା ଏଣ୍ଡୋସ୍କୋପି ପରୀକ୍ଷା ନିମନ୍ତେ ରୋଗୀଙ୍କୁ ପରାମର୍ଶ କରିଥାନ୍ତି। ସେହିଭଳି ରୋଗୀଙ୍କ ନିମନ୍ତେ ଏହି ପରୀକ୍ଷା ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଣ୍ଡୋସ୍କୋପି ପରୀକ୍ଷା ମେଶିନ ଅଚଳ ହୋଇରହିଛି। ୨୦୦୬ରେ ଉକ୍ତ ମେଶିନ ସ୍ଥାପନ ହୋଇଥିଲା। ଏହା ଅତି ପୁରୁଣା ହୋଇଥିବାରୁ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ରହୁଥିବା ବେଳେ ରୋଗୀଙ୍କ ପରୀକ୍ଷା ବନ୍ଦ ରହିଛି। ପୂର୍ବରୁ ପ୍ରତ୍ୟେକ ଦିନ ଏମକେସିଜିରେ ଏଭଳି ପରୀକ୍ଷା ୨୦ରୁ ୨୫ ହେଉଥିବା ବେଳେ ଗତ ବର୍ଷ ନଭେମ୍ବର ମାସରୁ ଏହି ପରୀକ୍ଷା ବନ୍ଦ ରହିଥିଲା। ପରେ ଏକ ନୂଆ ମେଶିନ ଆସିଛି। ବିଭିନ୍ନ କାରଣରୁ ତାହା ଏବେ ଖରାପ ହୋଇପଡିଛି। ଫଳରେ ଉକ୍ତ ପରୀକ୍ଷା ନିମନ୍ତେ ରୋଗୀମାନେ ସହରରେ ଥିବା ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ନିର୍ଭର କରିଥାନ୍ତି। ଏହାର ସୁଯୋଗ ନେଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ଗୁଡ଼ିକ ରୋଗୀଙ୍କ ଠାରୁ ପରୀକ୍ଷା ବାବଦରେ ୨୦୦୦ରୁ ୨୫୦୦ ଟଙ୍କା ନେଇଥାନ୍ତି। ଏମକେସିଜିର ହିଁ କିଛି ଡାକ୍ତର ଉକ୍ତ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଯାଇ ଏହି ପରୀକ୍ଷା କରିଥାନ୍ତି। ଏନେଇ ଏମକେସିଜି ଅଧୀକ୍ଷକ ଡା. ସୁଚିତ୍ରା ଦାଶ କହିଛନ୍ତି ଯେ, ଏଣ୍ଡୋସ୍କୋପି ମେଶିନ ବର୍ତ୍ତମାନ ଖରାପ ରହିଛି। ଏହାର ମରାମତି ପାଇଁ ଭୁବନେଶ୍ୱର ପଠାଯାଇଛି। ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାର ବନ୍ଧୁ ଉପରେ ଇସ୍ରାଏଲୀ ଆକ୍ରମଣ! ନେତାନ୍ୟାହୁଙ୍କ ଭୁଲ୍‌ ନା ଷଡ଼ଯନ୍ତ୍ର?

ଓ୍ବାଶିଂଟନ୍‌,୨୭।୩: ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଆମେରିକା-ଇସ୍ରାଏଲ ବିବାଦ ଏବେ ସିଧାସଳଖ ପାକିସ୍ତାନକୁ ପ୍ରଭାବିତ କରୁଛି। ତେହେରାନରେ ପାକିସ୍ତାନୀ ଦୂତାବାସ ଏବଂ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କ ବାସଭବନ…

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଇରାନ ସଂଘର୍ଷ ଭିତରେ ଭାରତ ପାଇଁ ଆଶ୍ବସ୍ତି, ଆସିଲା LPG ବୋଝେଇ ଟ୍ୟାଙ୍କର

ନୂଆଦିଲ୍ଲୀ,୨୭ା୩: ଭାଡିନାର ବନ୍ଦରରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଖବର ମିଳିଛି । ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଆଶ୍ୱସ୍ତିର ସଙ୍କେତ ଦେଖାଦେଇଛି । ଏଲପିଜି ବୋଝେଇ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri