କଟକଣା ଶେଷ କର

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ଗତ ସପ୍ତାହରେ ଏହାର ଆର୍ଥିକ ସମୀକ୍ଷା ବୈଠକରେ ଉପଭୋକ୍ତାମାନଙ୍କ ପାଇଁ ସେମାନଙ୍କର ଏବକାର ଋଣର ପରିଶୋଧ ଉପରେ ପୂର୍ବରୁ ଘୋଷଣା କରିଥିବା ୬ ମାସିଆ ମୋରାଟୋରିୟମକୁ ନ ବଢାଇବା ପାଇଁ ନିଷ୍ପତ୍ତି ନେଇଛିି। ସେମାନେ ପୂର୍ବରୁ ଅଧିକ ଇଏମ୍‌ଆଇ ଉପରେ ମୋରାଟୋରିୟମ ଚାହାନ୍ତି କି ତାହାକୁ ଲଗାତର ଦେବାକୁ ଚାହାନ୍ତି ତା’ଭିତରୁ ଗୋଟିଏକୁ ବାଛିବାକୁ ଲୋକମାନଙ୍କୁ ଅନୁମତି ଦେଇଥିଲେ। ମୋରାଟୋରିୟମ ବନ୍ଦ କରିବା ଆର୍‌ବିଆଇର ଏକ ଠିକ୍‌ ନିଷ୍ପତ୍ତି। ମୋରାଟୋରିୟମ କେବଳ ଏକ ପ୍ରହେଳିକା ବୋଲି ପୂର୍ବରୁ ଆମେ ଏହି ସ୍ତମ୍ଭରେ ଯୁକ୍ତି ଉପସ୍ଥାପନ କରିଥିଲୁ। ଏହି ଯୋଜନା ଉପଭୋକ୍ତାଙ୍କୁ ସହାୟକ ହେବନି ବୋଲି ନିଶ୍ଚିତ ଥିଲା। ମୋରାଟୋରିୟମ ପାଉଥିବା ଲୋକମାନଙ୍କୁ ମୂଳଧନ ଉପରେ ଅଧିକ ସୁଧ ଦେବାକୁ ପଡୁଥିଲା ଏବଂ ସେମାନଙ୍କ ବାକିଥିବା ଇଏମ୍‌ଆଇର ସୁଧ ଉପରେ ବି ସୁଧ ଦେବାକୁ ପଡୁଥିଲା। ଏହା ବ୍ୟାଙ୍କଗୁଡିକ ପାଇଁ ଲାଭ ନ ଥିଲା, କାରଣ ଲୋକମାନେ ଇଏମ୍‌ଆଇ ଦେଇ ନ ଥିବାରୁ ଋଣ ଖାତାର ବହୁପୃଷ୍ଠା ଖାଲିଥିତ୍ଲା। ବହୁସଂଖ୍ୟାର ଖିଲାପି ଅର୍ଥ କାରବାରକୁୁ ପୂରା ବନ୍ଦ କରିଦେଲା ଏପରି କି ଏହା ବ୍ୟାଙ୍କର ଋଣ ପୁସ୍ତିକାରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି କଲା। ମାନ୍ଦା ଅର୍ଥବ୍ୟବସ୍ଥାରୁ ମୁକୁଳିବା ପାଇଁ ବ୍ୟାଙ୍କ ସଂଗ୍ରାମ କରୁଛି। ପୁଣି କୋଭିଡ୍‌-୧୯ ମହାମାରୀ ଅର୍ଥବ୍ୟବସ୍ଥାକୁ ପୂରା ଧ୍ୱଂସ କରିଦେଇଛି। ଏପରି କି ଗତ ବର୍ଷ ଫେବୃୟାରୀଠାରୁ ଆର୍‌ବିଆଇ ରେପୋ ରେଟ୍‌ ପାଖାପାଖି ୧୫୦ ବେସିସ୍‌ ପଏଣ୍ଟ କମାଇ ଦେଲେ ବି ଲୋକମାନେ ବ୍ୟାଙ୍କରୁ ଋଣ ଉଠାଇବାକୁ ଉତ୍ସାହୀ ହେଲେ ନାହିଁି। ସାମଗ୍ରିକ ଚାହିଦା ପୂରା କମିଯାଇଥିବାରୁ ଶିଳ୍ପ କାର୍ଯ୍ୟକଳାପ ଶୂନକୁ ଖସି ଆସିଛି। ବ୍ୟାଙ୍କଗୁଡିକ କମ୍‌ ଲାଭ କରୁଥିବା ବି ଜଣାଇଛନ୍ତି। ଏହି ପୃଷ୍ଠଭୂମିରେ ବହୁ ଇଏମଆଇର ଖିଲାପ ହୁଏତ ବ୍ୟାଙ୍କଗୁଡିକୁ ବିପଦକୁ ଠେଲିଦେବ। ଅତ୍ୟଧିକ ଇଏମ୍‌ଆଇ ଓ ଏହା ଉପରେ ଲାଗୁ କରାଯାଇଥିତ୍ବା ସୁଧ ଯୋଗୁ ଉପଭୋକ୍ତାମାନେ ଋଣ ପାରିଶୋଧରେ ଖିଲାପ କରିବେ। ଏହାଦ୍ୱାରା ବ୍ୟାଙ୍କଗୁଡିକର ଅନାଦେୟ ଋଣ (ଏନ୍‌ପିଏ) ବୃଦ୍ଧି ପାଇବ। ଏନ୍‌ପିଏ ଅଧିକ ହେଲେ ବ୍ୟାଙ୍କ ଦୁର୍ବଳ ହୋଇଯାଇଥାଏ। ଫଳରେ ଏହା ସରକାରଙ୍କୁ ନଗଦ ଅର୍ଥଦେବାକୁ ବାଧ୍ୟ କରିବ। ଏହିପ୍ରକାରେ ମୋରାଟୋରିୟମ ସମସ୍ତଙ୍କ ପାଇଁ ଏକ କ୍ଷତିକାରକ ଯୋଜନା ଥିଲା। ଏଣୁ ମୋରାଟୋରିୟମ ବନ୍ଦ କରିବା ଏବଂ ବ୍ୟାଙ୍କଗୁଡିକୁ ଋଣଗୁଡିକର ନବୀକରଣ କରି ବଦଳାଇବା,ଋଣଗ୍ରହୀତାମାନଙ୍କୁ ସେମାନଙ୍କ ପରିଶୋଧ ଧାରାର ରେକର୍ଡକୁ ଆଧାରକରି ପ୍ରୋତ୍ସାହିତ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ମାର୍ଚ୍ଚ ୩୦, ୨୦୨୦ରେ ଉପଭୋକ୍ତାମାନଙ୍କ ଦେୟ ଇତିହାସକୁ ବିଚାରକୁ ନେବାକୁ ବ୍ୟାଙ୍କଗୁଡିକୁ କୁହାଯାଇଛି। ନୂଆ ନିୟମ କର୍ପୋରେଟ,ଖୁଚୁରା ଉପଭୋକ୍ତା ଏବଂ ଏମ୍‌ଏସଏମଇଏସ୍‌କୁ ସାହାଯ୍ୟ କରିବ ଯେଉଁଠି ଉପଭୋକ୍ତା ତା’ର ଋଣ, ଇଏମ୍‌ଆଇ ପରିମାଣ ଏବଂ ଋଣର ଅବଧିକୁ ବଦଳାଇପାରିବ। ଏହା ଗୃହଋଣ, କାର୍‌ ଋଣ, ବ୍ୟକ୍ତଗତ ଋଣ,ଶିକ୍ଷା ଋଣ,ସମ୍ପତ୍ତି ଉପରେ ଋଣ, ବ୍ୟବସାୟ ଋଣ କରିଥିବା ଲୋକମାନଙ୍କ ପାଇଁ ପ୍ରଯୁଜ୍ୟ ହେବ।
ମୁଦ୍ରାସ୍ଫୀତି ବଢୁଥିବାରୁ ଆର୍‌ବିଆଇ ଏହାର ପୁନଃ ରେଟ୍‌ କମାଇବା ରୋକି ଦେଇଛି। ସାରାଦେଶରେ ବୃଦ୍ଧି ପାଉଥିବା କୋଭିଡ୍‌-୧୯ ମହାମାରୀ ବିରୋଧରେ ସଂଗ୍ରାମ କରୁଥିବା ତଥା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପଦକ୍ଷେପ ନେଉଥିବା କେନ୍ଦ୍ର ସରକାରଙ୍କ ଉପରେ ଏହା ନିଶ୍ଚିତ ଅଧିକ ଚାପ ପକାଇବ। ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା ହେବା ପରଠାରୁ ଅର୍ଥବ୍ୟବସ୍ଥା ମାନ୍ଦା ହୋଇଚାଲିଛି। ଏହାପରେ ଲଗାତର ଲକ୍‌ଡାଉନ ଓ ଶଟ୍‌ଡାଉନ ଅର୍ଥବ୍ୟବସ୍ଥାରେ ଶୀଘ୍ର ସୁଧାର ଆସିବାର ସମସ୍ତ ଆଶାକୁ ଶେଷ କରିଦେଇଛି। ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ, ଲକ୍‌ଡାଉନ ଓ ଶଟ୍‌ଡାଉନଗୁଡିକ ଭୂତାଣୁ ସଂକ୍ରମଣ ରୋକିବାରେ ବିଫଳ ହୋଇଛି ଓ ଏହା ଏବେ ୨୨ ଲକ୍ଷ ଟପିଯାଇଛି। ସ୍ବାଧୀନତା ପରେ ମୋଟ ଘରୋଇ ଉପତ୍ାଦ (ଜିଡିପି) ସବୁଠୁ କମ୍‌ ସ୍ତରରେ ପହଞ୍ଚିବାର ସମ୍ଭାବନା ଦେଖାଦେଇଛି। ସରକାର ଅର୍ଥବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ଆଉ ଏକ ପ୍ୟାକେଜ ମଧ୍ୟ ପ୍ରସ୍ତୁତ କରିପାରନ୍ତି। ଚାହିଦା ବୃଦ୍ଧି କରିବାକୁ ଅଧିକ ପଦକ୍ଷେପ ନେବାକୁ ସରକାରଙ୍କ ଉପରେ ଚାପ ବଢୁଛି। ଭିତ୍ତିିଭୂମି ପ୍ରକଳ୍ପରେ ଅଧିକ ଖର୍ଚ୍ଚ ଏବଂ ଯଥାସମ୍ଭବ ସାମଗ୍ରିକ ସେବା ଟିକସ (ଜିଏସଟି) ହାର କମାଇବା ସରକାରଙ୍କ ପାଇଁ ଅନ୍ୟ ବିକଳ୍ପ ହୋଇପାରେ। ଯେତେବେଳ ଯାଏ ସରକାର ତାଙ୍କ କଟକଣା ନିୟମକୁ ଜାରି ରଖିବେ ସେତେବେଳ ଯାଏ ସରକାର ଏବଂ ଆର୍‌ବିଆଇ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ପଦକ୍ଷେପ ବ୍ୟର୍ଥ ହେବ। ଚାହିଦା ଫେରିଲେ ହିଁ ଅର୍ଥବ୍ୟବସ୍ଥା ସୁଧୁରିବ।
କେବଳ ଲୋକମାନଙ୍କୁ ଚାକିରି ଓ କାମ କରିବାକୁ ଅନୁମତି ଦେଲେ ଏହା ହୋଇପାରିବ। କଟକଣା ଶେଷ ହେଲେ ହିଁ ଅର୍ଥନୀତି ମୁଖ୍ୟସ୍ରୋତକୁ ଫେରିିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri